ରାଜ୍ୟ

ପୌର ନିର୍ବାଚନ ପ୍ରସ୍ତୁତି: ମାଷ୍ଟର ଟ୍ରେନରଙ୍କୁ ମିଳିଲା ଇଭିଏମ ଟ୍ରେନିଂ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଗକୁ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରତି ଜିଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ଏକ୍ସପର୍ଟ ତାଲିମ ଦେଉଛନ୍ତି…

ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ ଚାଲିଛି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରରେ…

ରାଜ୍ୟରେ ୭୧% ମତଦାନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଶେଷ ହୋଇଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏଥିରେ ପ୍ରାୟ ୭୧% ମତଦାନ ହୋଇଛି। ତେବେ ଚୂଡାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ସୂଚନା…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୧ଟା ସୁଦ୍ଧା ୬୫% ମତଦାନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଶୁକ୍ରବାର ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥ୍‌ରେ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ…

ଶନିବାର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ…

ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ ରାଜ୍ୟ ସରକାର ପୂର୍ବରୁ ଲାଗିଥିବା କେତେକ କଟକଣାକୁ କୋହଳ କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟର…

ଦଶରଥପୁରରେ ଲୁଟିନେଲେ ବାଲଟ ପେପର

ଦଶରଥପୁର,୧୮।୨(ଡି.ଏନ.ଏ.): ଯାଜପୁର ଜିଲାରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ବୁଥ କ୍ୟାପଚରିଂ ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ବୁଥ ନମ୍ବର ୨ ଓ ୩ରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ପଶି ବାଲଟ ପେପର ଛଡେଇ ନେଇଛନ୍ତି। ଫଳରେ…

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ ସାହିରେ ଲାଇଟ୍‌ ଲଗାଇବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ। ଉଭୟ ଗୋଷ୍ଠୀର…

ମାର୍ଶାଘାଇରେ ପୂର୍ବାହ୍ନ ସୁଦ୍ଧା ୧୬ ପ୍ରତିଶତ ମତଦାନ

ଡେରାବିଶ,୧୮ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମତଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ବୁଥ୍‌ରେ…

ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୨୦ରେ ଭୋଟ୍‌

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତମାସ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଆଉ ଦିନକ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଫେରିବାଲା

ନିରାକାରପୁର,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନରେ ଟ୍ରେନ୍‌କୁ ଚଢୁଥିବା ସମୟରେ ଜଣେ ଫେରିବାଲା ଖସିପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ କଟିଯାଇଛି। ସେ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ମଠପାଟଣାର ଦିବାକର ସାହୁ। ସେ ପ୍ରତିଦିନ ନିରାକାରପୁର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭୁବେନେଶ୍ୱର କୋରାପୁଟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri