ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା (୨୦) ଓ ଭୋଳାନାଥ ନାଏକଙ୍କ ପୁଅ ସୁଶାନ୍ତ (୨୯)। ଝିଅ ଓ ପୁଅ ଦୁହେଁ ଗୋଟିଏ ଜାତିର ହୋଇ ନ ଥିବାରୁ ପୁଅ ଘର ଲୋକେ ବିବାହ ପାଇଁ ବାରଣ କରିଥିଲେ। ପରେ ଉଭୟ ଘର ଛାଡି ଫେରାର ହୋଇ ଯାଇଥିଲେ। ପୁଅ ଘର ଲୋକେ ସେତେବେଳେ ଖୋଜା ଖୋଜି କରି ଦୁହିଁଙ୍କୁ ଅଲଗା କରିଦେଇଥିଲେ। ପୁଅ ଘର ଲୋକ ଝିଅକୁ ଗ୍ରହଣ ନ କରିବାରୁ ଝିଅ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବା ପରେ ପୁଅ ଜେଲ୍‌ ମଧ୍ୟ ଯାଇଥିଲେ। ଉଭୟ ଆଇନ ଅନୁଯାୟୀ ଆଜି ରେଜିଷ୍ଟ୍ରି ବିବାହ କୋକସରା ତହସିଲଦାର ମନୋଜ କୁମାର ପାଢ଼ୀଙ୍କ ଉପସ୍ଥିତିରେ କରିଛନ୍ତି। ଏହି ସମୟରେ ଭୁକଚନ ସତନାମୀ, ପରମାନନ୍ଦ ସତନାମୀଙ୍କ ସମେତ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ରହିଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଉଭୟ ବେଶ୍‌ ଖୁସି ହେବା ସହ ସମସ୍ତଙ୍କ ଆଶୀର୍ବାଦ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ୩୦୦ଟଙ୍କାର ଶୀତ ସହାୟତା

ଭୁବନେଶ୍ବର, ୨୫ା୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଗଲାଣି। ଶୁକ୍ରବାର ରାଜ୍ୟରେ ଶୀତ ଲହରି ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସମ୍ପର୍କରେ...

ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଗଲେ ବାପା

ଲାଞ୍ଜିଗଡ଼,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ୧୨ ବର୍ଷର ନିଜ ଝିଅକୁ ବଳାତ୍କାର କରି ବାପା...

ଗାଡ଼ିରୁ ଖସି ଯୁବକ ମୃତ

ଗୁଣପୁର, ୭।୧୦(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡ଼ିରୁ ଖସପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ ଗଜପତି ଜିଲା...

କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ...

୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର...

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ।...

ଲୋକନାଥ ମନ୍ଦିର ଲାଗି ୨୮, ଅଲାରନାଥ ପୀଠ ଲାଗି ୮ କୋଟି

ଭୁବନେଶ୍ବର, ୨୨ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନ ଅନୁମୋଦନ କରିଛନ୍ତି। ଲୋକନାଥ...

ବାଲିଯାତ୍ରା ବିବାଦକୁ ନେଇ ପରସ୍ପର ଦୋଷ ଲଦାଲଦି

ପାରାଦୀପ, ୫ା୧୧(ସ୍ବ.ପ୍ର.): କଳିଙ୍ଗ ବାଲିଯାତ୍ରାକୁ ନେଇ ଭାଜପା-ବିଜେଡି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପରସ୍ପରର ଦୋଷ ଲଦାଲଦି ହୋଇଥିଲେ। ଭାଜପା ନେତା ବିଭୁପ୍ରସାଦ ତରାଇ, ସମ୍ପଦ...

Advertisement
Archives

Model This Week