ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….

ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା ଓ ୫ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସବୁ ନିର୍ବାଚନରେ ଅପରାଜିତ ହୋଇ ରାଜନୈତିକ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛନ୍ତି। ଅପରପକ୍ଷରେ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ନିର୍ବାଚନରେ ଲଗାତର ଭାବେ ବିଜେଡି ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇ ସେ ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୫ମ ପାଳି ମୁଖ୍ୟମନ୍ତ୍ରିତ୍ୱକୁ ୩ ବର୍ଷ ପୂରିଛି। ଓଡ଼ିଶାରେ ନବୀନଙ୍କ ବିକଳ୍ପ ଏଯାବତ ସୃଷ୍ଟି ହୋଇ ନ ଥିବା ବେଳେ ଜାତୀୟ ରାଜନୀତିରେ ମଧ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଆଣିଛନ୍ତି। ଅନେକ ନୂଆ ପଦକ୍ଷେପ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାଯୋଗ୍ୟ, ୧୯୯୬ ଲୋକ ସଭା ନିର୍ବାଚନରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଆସିକା କ୍ଷେତ୍ରରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ରଥଙ୍କୁ ପରାସ୍ତ କରିଥିଲେ। ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ହୋଇଥିଲା। ତେଣୁ ସେଠାରେ ହୋଇଥିବା ଉପନିର୍ବାଚନରେ ପୁତ୍ର ନବୀନ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥଙ୍କୁ ହରାଇଥିଲେ। ୧୯୯୮ରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଲୋକ ସଭା ନିର୍ବାଚନରେ ନବୀନ ସେହି ଆସିକା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ବିପୁଳ ଭୋଟରେ ପରାସ୍ତ କରି ଏମ୍‌ପି ହେଲେ। ୧୯୯୯ ଲୋକ ସଭା ନିର୍ବାଚନରେ ନବୀନ ଆସିକାରୁ ତୃତୀୟ ଥର ନିର୍ବାଚିତ ହୋଇଥିଲେ। ନବୀନ କେନ୍ଦ୍ରରେ ମଧ୍ୟ ଦୁଇଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ବିଜୁବାବୁଙ୍କ ପୁଅ ଭାବେ ସେତେବେଳେ ସେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ଜାତୀୟ ନେତାମାନଙ୍କ ଆଦରଣୀୟ ହୋଇଥିଲେ। ତେଣୁ ଭାଜପା ସହ ବିଜେଡିର ଗଠବନ୍ଧନ କରାଯାଇଥିଲା। ରାଜ୍ୟରେ ମେଣ୍ଟ ରାଜନୀତି ଆରମ୍ଭ ହେଲା।

୨୦୦୦ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳିକୁ ବାଛିଥିଲେ। ଜିତିବା ପରେ ମେଣ୍ଟ ସରକାରର ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେଠାରୁ ଲଗାତର ଭାବେ ନିର୍ବାଚିତ ହୋଇ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହିଞ୍ଜିଳି ଅଞ୍ଚଳରେ ବହୁମୁଖୀ ବିକାଶ କରାଇ ଚେହେରା ବଦଳାଇ ଦେଇଛନ୍ତି। ହିଞ୍ଜିଳି ସମେତ ସମଗ୍ର ଗଞ୍ଜାମ ଜିଲାବାସୀଙ୍କ ଗଭୀର ଆସ୍ଥାଭାଜନ ହୋଇଛନ୍ତି। ପଞ୍ଚାୟତଠାରୁ ସବୁ ନିର୍ବାଚନରେ ଏହି ଜିଲାରେ ବିଜେଡିର ବିଜୟବାନା ଉଡୁଛି। ବିରୋଧୀ ଦଳକୁ ସେ ପଛରେ ପକାଇ ଦେଇଥିବାରୁ ବିଜେଡି ମାଡ଼ି ଚାଲିଛି। ତେଣୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମଶଃ ବଢ଼ି ଚାଲିଛି। ଆଗାମୀ ଦିନରେ ମଧ୍ୟ ଏହି ରାଜନୈତିକ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?