ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….

ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା ଓ ୫ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସବୁ ନିର୍ବାଚନରେ ଅପରାଜିତ ହୋଇ ରାଜନୈତିକ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛନ୍ତି। ଅପରପକ୍ଷରେ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ନିର୍ବାଚନରେ ଲଗାତର ଭାବେ ବିଜେଡି ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇ ସେ ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୫ମ ପାଳି ମୁଖ୍ୟମନ୍ତ୍ରିତ୍ୱକୁ ୩ ବର୍ଷ ପୂରିଛି। ଓଡ଼ିଶାରେ ନବୀନଙ୍କ ବିକଳ୍ପ ଏଯାବତ ସୃଷ୍ଟି ହୋଇ ନ ଥିବା ବେଳେ ଜାତୀୟ ରାଜନୀତିରେ ମଧ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଆଣିଛନ୍ତି। ଅନେକ ନୂଆ ପଦକ୍ଷେପ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାଯୋଗ୍ୟ, ୧୯୯୬ ଲୋକ ସଭା ନିର୍ବାଚନରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଆସିକା କ୍ଷେତ୍ରରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ରଥଙ୍କୁ ପରାସ୍ତ କରିଥିଲେ। ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ହୋଇଥିଲା। ତେଣୁ ସେଠାରେ ହୋଇଥିବା ଉପନିର୍ବାଚନରେ ପୁତ୍ର ନବୀନ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥଙ୍କୁ ହରାଇଥିଲେ। ୧୯୯୮ରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଲୋକ ସଭା ନିର୍ବାଚନରେ ନବୀନ ସେହି ଆସିକା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ବିପୁଳ ଭୋଟରେ ପରାସ୍ତ କରି ଏମ୍‌ପି ହେଲେ। ୧୯୯୯ ଲୋକ ସଭା ନିର୍ବାଚନରେ ନବୀନ ଆସିକାରୁ ତୃତୀୟ ଥର ନିର୍ବାଚିତ ହୋଇଥିଲେ। ନବୀନ କେନ୍ଦ୍ରରେ ମଧ୍ୟ ଦୁଇଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ବିଜୁବାବୁଙ୍କ ପୁଅ ଭାବେ ସେତେବେଳେ ସେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ଜାତୀୟ ନେତାମାନଙ୍କ ଆଦରଣୀୟ ହୋଇଥିଲେ। ତେଣୁ ଭାଜପା ସହ ବିଜେଡିର ଗଠବନ୍ଧନ କରାଯାଇଥିଲା। ରାଜ୍ୟରେ ମେଣ୍ଟ ରାଜନୀତି ଆରମ୍ଭ ହେଲା।

୨୦୦୦ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳିକୁ ବାଛିଥିଲେ। ଜିତିବା ପରେ ମେଣ୍ଟ ସରକାରର ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେଠାରୁ ଲଗାତର ଭାବେ ନିର୍ବାଚିତ ହୋଇ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହିଞ୍ଜିଳି ଅଞ୍ଚଳରେ ବହୁମୁଖୀ ବିକାଶ କରାଇ ଚେହେରା ବଦଳାଇ ଦେଇଛନ୍ତି। ହିଞ୍ଜିଳି ସମେତ ସମଗ୍ର ଗଞ୍ଜାମ ଜିଲାବାସୀଙ୍କ ଗଭୀର ଆସ୍ଥାଭାଜନ ହୋଇଛନ୍ତି। ପଞ୍ଚାୟତଠାରୁ ସବୁ ନିର୍ବାଚନରେ ଏହି ଜିଲାରେ ବିଜେଡିର ବିଜୟବାନା ଉଡୁଛି। ବିରୋଧୀ ଦଳକୁ ସେ ପଛରେ ପକାଇ ଦେଇଥିବାରୁ ବିଜେଡି ମାଡ଼ି ଚାଲିଛି। ତେଣୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମଶଃ ବଢ଼ି ଚାଲିଛି। ଆଗାମୀ ଦିନରେ ମଧ୍ୟ ଏହି ରାଜନୈତିକ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri