ବାବୁସାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ତ୍ରୀ ତୃପ୍ତି
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ୍ଙ୍କ ଘରୋଇ କଳି ସମାଧାନ ଆଡ଼କୁ ଗତି କରୁଥିବା ଅନୁମାନ କରାଯାଉଛି। ଆଜି ଅର୍ଥାତ୍ ଜୁଲାଇ ୩୦ରେ ବାବୁସାନ୍ଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ସ୍ତ୍ରୀ ତୃପ୍ତି। ଅନ୍ୟପକ୍ଷରେ ବାବୁସାନଙ୍କ ପାରିବାରିକ ବନ୍ଧୁ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୫୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୦୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୯୭,୩୪୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
‘ଲକ୍ଡାଉନ୍ ଲିରିକ୍ସ’ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଲକ୍ଡାଉନ୍ ଲିରିକ୍ସ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଶ୍ରୀମତୀ ସଂଯୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ପଦ୍ୟ ସଙ୍କଳନ ରହିଛି। କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସଙ୍କଟକୁ ପଦ୍ୟରେ ନିଜର ଭାଷାରେ ଖୁବ୍…
ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି
ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ଉଠା ଦୋକାନୀମାନଙ୍କୁ ଥଇଥାନ ପାଇଁ ପୌରସଂସ୍ଥା…
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ
କଟକ ଅଫିସ,୩୦ା୭: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ କରିଛି ଇଡି। କଟକର ଷ୍ଟେଟ୍ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଏବଂ ନୋଏଡାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ୍ ୩ କୋଟି ୯୨ ଲକ୍ଷ…
ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର…
ଅନ୍ଧବିଶ୍ୱାସ ନେଲା ଜୀବନ: ଡାକ୍ତରଖାନାରୁ ଲୁଚି ଆସି ୯ ମାସର ଛୁଆକୁ ଦେଲେ ଚେଙ୍କ
ନବରଙ୍ଗପୁର,୩୦।୭(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ପୁଣି ଏକ ଅନ୍ଧବିଶ୍ବାସ ଘଟଣା ଦେଖିବାକୁ ମିଳିଛି। ଚେଙ୍କ ଦେବା ଯୋଗୁ ୯ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଶୁକଦେବ ଗଣ୍ଡଙ୍କ ୯ ମାସର ପୁଅ…
ବାବୁସାନ୍ଙ୍କୁ ଜେରା
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ବାବୁସାନ୍ ମହାନ୍ତିଙ୍କ ଜନ୍ମଦିନ। ତେବେ ଜନ୍ମଦିନରେ ବାବୁସାନ୍ ଶନିବାର ଖାଳବେଳ ଥାନାରେ ପହଞ୍ଚତ୍ଛନ୍ତି। ମା’ ଅପରାଜିତା ମହାନ୍ତିଙ୍କ ସହ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ସ୍ତ୍ରୀ ତୃପ୍ତି କରିଥିବା ଅଭିଯୋଗରେ ତାଙ୍କୁ ଥାନାରେ ଜେରା କରାଯାଉଛି।
ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
କେନ୍ଦ୍ରାପଡ଼ା ଅଫିସ,୩୦।୭: ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରେ ଖୋଲିବ। ଏନେଇ ରାଜନଗର ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କୁମ୍ଭୀର ପ୍ରଜନନ ଋତୁ ପାଇଁ ଗତ ମେ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ହେଲେ ଏବେ…
‘ମଙ୍କିପକ୍ସ’ମୁକାବିଲା ନେଇ ଅପରାହ୍ନରେ ବସିବ ଉଚ୍ଚ ସ୍ତରୀୟ ବୈଠକ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ‘ମଙ୍କିପକ୍ସ’ମାମଲା ଚିନ୍ତା ବଢାଇଲାଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ କିଭଳି ନିୟନ୍ତ୍ରଣରେ ରଖାଯାଇ ପାରିବ ସେନେଇ ଶନିବାର ଉଚ୍ଚ ସ୍ତରୀୟ ବୈଠକ ବସିବ।…
ଜନ୍ମଦିନରେ ଏକ ହେବେ କି ବାବୁସାନ୍-ତୃପ୍ତି
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ଅଭିନେତା ବାବୁସାନ୍ ମହାନ୍ତିଙ୍କ ଜନ୍ମଦିନ। ନିକଟରେ ଘଟିଯାଇଥିବା ପାରିବାରିକ ବିବାଦ ପରେ ଜନ୍ମଦିନରେ ପୁଣିଥରେ ବାବୁସାନ୍-ତୃପ୍ତି ଏକାଠି ହେବେ କି, ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ବିବାଦ ଭୁଲି ପୂର୍ବ ସମ୍ପର୍କକୁ ଉଭୟ ନୂଆ…
ଧାରା ଶ୍ରାବଣରେ ଧୁଧୁ ଖରା: ୩ ଦିନ ହେଲା ଅସହ୍ୟ ଗୁଳୁଗୁଳି
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଧାରା ଶ୍ରାବଣରେ ବୈଶାଖ ମାସ ପରି ଧୁଧୁ ଖରା ହେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ ତାପମାତ୍ରା ବଢ଼ୁଛି। ସ୍ବାଭାବିକଠାରୁ ୪ ଦଶମିକ ୨ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିଛି। ତେବେ ୭୦% ହ୍ୟୁମିଡିଟି ମିଶି ୪୫ ଡିଗ୍ରୀରୁ…

