Posted inରାଜ୍ୟ

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର ପରିଷଦକୁ ମ୍ୟୁନିସିପାଲ କର୍ପୋରେଶନ (ମହାନଗର ନିଗମ) ଘୋଷଣା କଲେ। ୨୦୧୭ ଅଗଷ୍ଟ ୩୧ ଅର୍ଥାତ୍‌ ସ୍ବାୟତ୍ତ ଶାସନ ଦିବସରେ ଅନୁଷ୍ଠିତ ହୋଇଥିଲା ୧୫୦ ବର୍ଷ ପୂର୍ତ୍ତି ପାଳନ ମହୋତ୍ସବ। ତେବେ କର୍ପୋରେଶନ ଗଠନର ୧୪ ବର୍ଷ ପୂରିଛି ଏବଂ ପୌର ପରିଷଦ ନାମ ବଦଳି ମହାନଗର ନିଗମ ହୋଇଛି।
ପୌର ପରିଷଦ ଗଠନ ଆରମ୍ଭରୁ ସହରର ୨୭ ୱାର୍ଡ ଥିଲା। ୨୦୦୮ ନିର୍ବାଚନ ବେଳେ ୱାର୍ଡସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ଅପରପକ୍ଷରେ ୧୯୯୭ ପୌର ନିର୍ବାଚନ ଯାଏ ପରିଷଦ କଂଗ୍ରେସ ଦଖଲରେ ଥିଲା। ୨୦୦୩ ନିର୍ବାଚନରେ ବିଜେଡି ଦଖଲକୁ ଆସିଥିଲା ପୌର ଶାସନ। ସେତେବେଳେ ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶତାଧିକ ବର୍ଷ ପରେ ବ୍ରହ୍ମପୁର ସର୍ବପ୍ରଥମ ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୦୮ ନିର୍ବାଚନରେ ମଧ୍ୟ ବିଜେଡି ସଂଖ୍ୟା ଗରିଷ୍ଠ ହେବାରୁ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ। ମାତ୍ର ୩ ମାସ ପରେ କର୍ପୋରେଶନ ମାନ୍ୟତା ମିଳିବାରୁ ନଗରପାଳ ମେୟର ଓ ନିର୍ବାଚିତ କାଉନସିଲରମାନେ କର୍ପୋରେଟର ବନିଗଲେ। ତେବେ ୨୦୧୩ରେ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂଖ୍ୟା ୪୦ ଏବଂ ୨୦୨୨ ପୌର ନିର୍ବାଚନବେଳେ ୱାର୍ଡ ସଂଖ୍ୟା ୪୨ ହୋଇଛି। ମହାନଗର ନିଗମ ହେବା ପରେ ପ୍ରଚୁର ସରକାରୀ ଅନୁଦାନ ମିଳୁଛି। ଅବଶ୍ୟ ଠିକଣା ଭାବରେ ଅନୁଦାନ ବିନିଯୋଗର ବିଏମ୍‌ସି ବିଫଳ ହୋଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ (ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ) ଭଳି କେତେକ ବଡ଼ ଯୋଜନା ଦରଖଣ୍ଡିଆ ହୋଇ ରହିଛି। ବର୍ତ୍ତମାନର ନିର୍ବାଚିତ ମେୟରଙ୍କ ସମେତ କର୍ପୋରେଟରଙ୍କ ମଧ୍ୟରେ ସଂଖ୍ୟାଧିକ ଉଚ୍ଚଶିକ୍ଷିତ ଓ କର୍ମପ୍ରବଣ। ତେଣୁ ଏହି ୫ ବର୍ଷରେ ଆଖିଦୃଶିଆ ବିକାଶ ହେବା ନେଇ ମହାନଗରବାସୀ ଆଶାବାଦୀ ହୋଇଛନ୍ତି।
-ନରସିଂହ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri