ରାଜଧାନୀରେ ଘଟିଚାଲିଛି ଅପରାଧ, ପୋଲିସ ଚୁପ୍‌: ଭାଜପା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ବଳାତ୍କାର, ଠକେଇ, ଡକାୟତି ଓ ମୋଟରଯାନ ଦୁର୍ଘଟଣା ବଢ଼ୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ବୋଲି ରାଜ୍ୟ ଭାଜପା ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି। ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ପ୍ରତ୍ୟେକ ଦିନ ଘଟୁଥିଲେ ମଧ୍ୟ ପୋଲିସ ଚୁପ୍‌ ରହି ତାମସା ଦେଖୁଛି। କାହା ଇଙ୍ଗିତରେ ପୋଲିସ କାର୍ଯ୍ୟକରୁଛି ବୋଲି ମଲ୍ଲିକ ପ୍ରଶ୍ନ କରିଛନ୍ତି। ପୋଲିସର କାର୍ଯ୍ୟ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା। ଏଥିପାଇଁ ରାଜ୍ୟ ସରକାର ଦ୍ୱୈତନଗରୀ ପାଇଁ କମିଶନ ପୋଲିସର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଭୁବନେଶ୍ୱର ଓ କଟକ ସହରର ପୋଲିସଙ୍କଠାରୁ ଜିଲା ପୋଲିସ ଅଧିକ ମାତ୍ରାରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ୨୦୨୧ରେ ରାଜ୍ୟରେ ୧୩୯୪ ହତ୍ୟାକାଣ୍ଡ ଘଟିଥିଲା। ସେଥିରୁ ୬୫୮ ମାମଲା ବା ୪୭%ରେ ଚାର୍ଜଶିଟ୍‌ ଦାଖଲ କରିବା ସ୍ଥଳେ କମିଶନରେଟ୍‌ ପୋଲିସ ୭୩ ହତ୍ୟାକାଣ୍ଡରୁ ୨୨ଟିର ଚାର୍ଜଶିଟ ଦାଖଲ କରିଥିଲା ଯାହାର ପରିମାଣ ୩୦%। ସେହିପରି ରାଜ୍ୟରେ ୪୬% ମାମଲାରେ ଚାର୍ଜଶିଟ୍‌ ଦାଖଲ ହୋଇଥିବା ବେଳେ କମିଶନରେଟ୍‌ ପୋଲିସର ୪୩% ମାମଲା ଦାଖଲ ହୋଇଛି। ରାଜ୍ୟରେ ଚୋରି ମାମଲାରେ ୪୧%, ଦଙ୍ଗାରେ ୬୧%, ଠକେଇରେ ୨୭% ଏବଂ ମୋଟରଯାନ ଦୁର୍ଘଟଣାରେ ୬୪% ମାମଲାରେ ଚାର୍ଜଶିଟ ଦାଖଲ ହୋଇଥିବା ବେଳେ କମିଶନରେଟ୍‌ ପୋଲିସରେ ଚୋରିରେ ୩୩%, ଦଙ୍ଗାରେ ୩୩%, ଠକେଇରେ ୨୧% ଓ ଦୁର୍ଘଟଣାରେ ୫୭% ଚାର୍ଜଶିଟ ଦାଖଲ କରାଯାଇଛି। ବଳାତ୍କାର ମାମଲାରେ ମଧ୍ୟ କମିଶନରେଟ୍‌ ପୋଲିସ ଫେଲ୍‌ ମାରିଛି ବୋଲି ମଲ୍ଲିକ କହିଛନ୍ତି।
ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକକୁ ନେଇ ଗଠିତ କମିଶନରେଟ ପୋଲିସ ମୁଖ୍ୟାଳୟ ରାଜଧାନୀରେ ରହିଛି।
ଏହି ଦ୍ୱୈତନଗରୀ ଲାଗି ସ୍ପେଶାଲ ସ୍କ୍ବାଡ, ପିଓପିଡି ଟିମ୍‌, କ୍ରାଇମ ସେଲ୍‌ ଭଳି ବିବିଧ ତଦନ୍ତକାରୀ ବଛାବଛା ଟିମ୍‌ ରହିଛି। କିନ୍ତୁ କାହିଁକି ଜିଲା ପୋଲିସଙ୍କଠାରୁ କମିଶନରେଟ୍‌ ପୋଲିସ ପଛରେ ରହଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?