ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର,୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିଲ୍ଲୀ ଗସ୍ତ କରିବେ। ସକାଳ ୧୦ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି। ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଅପରାହ୍ନରେ ‘ଆଜାଦୀ କି ମହୋତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ…
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ ଅଫିସ,୬।୮: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶନିବାର ଅନୁଷ୍ଠିତ ହେବ। ପ୍ରଥମେ ମେ ୨୧ ଓ ଜୁନ୍ ୭ ତାରିଖର ପରିଚାଳନା କମିଟି ବୈଠକର ବିବରଣୀ ଦୃଢ଼ୀକରଣ ହେବ। ପୂର୍ବ ପରିଚାଳନା କମିଟିର ବିବରଣୀକୁ ଅନୁପାଳନ କରିବା ଦିଗରେ ଆଲୋଚନା…
ପାଣି ଉଠିବ, ନଦୀ ଶୁଖିବ
ଯାଜପୁର ଅଫିସ,୬ା୮: ରାଜ୍ୟର ସିଙ୍ଗଲ ଓ୍ବିଣ୍ଡୋ କ୍ଲିଏରାନ୍ସ ସିଷ୍ଟମ୍ (ଏସ୍ଡବ୍ଲ୍ୟୁସିଏସ୍) ମାଧ୍ୟମରେ ଶିଳ୍ପ ସଂସ୍ଥା ଦ୍ୱାରା ସ୍ଲରି ପାଇପ ଲାଇନ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହିସବୁ ପ୍ରକଳ୍ପରେ ୭,୮୮୬ ନିଯୁକ୍ତି ସୁଯୋଗ ସୃଷ୍ଟି…
ପ୍ରତିବର୍ଷ ମରୁଛନ୍ତି ୨୦ ବୟସ୍କ ହାତୀ
ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଶିକାର। ଏଥିସହ ଦୁର୍ଘଟଣା ଓ ରୋଗରେ ମଧ୍ୟ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ବୟସ୍କ ପ୍ରଜନନକ୍ଷମ ହାତୀଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ହାତୀ ବଂଶ ବୃଦ୍ଧି ପାଇଁ ୧୮ରୁ…
ଝାଡ଼ାବାନ୍ତି ସ୍ଥିତି ସମୀକ୍ଷାକଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୬ା୮(ବ୍ୟୁରୋ): ସବୁ ଗାଁରେ ପାନୀୟଜଳ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହ ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା’ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ସମ୍ଭାବନା…
ନାକେଦମ କଲେଣି ନିଶାଦିଆ ଲୁଟେରା
ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍ କମ୍ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ ନିଶାମିଶା ଖାଦ୍ୟପଦାର୍ଥ ଦେଇଦେଉଛନ୍ତି। ଆଉ ଚେତାଶୂନ୍ୟ ହୋଇଗଲା ପରେ ଲୁଟି ନେଉଛନ୍ତି ସର୍ବସ୍ବ। ଏଭଳି…
ରସଗୋଲା ଓଡ଼ିଶାର: ଗାଙ୍ଗୁଲି
ଭୁବନେଶ୍ୱର,୬ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ରସଗୋଲା ବେଶ୍ ଲୋକପ୍ରିୟ। ହେଲେ ଏହି ମିଠା ଓଡ଼ିଶାର। ଏହା ଜଗନ୍ନାଥ ସଂସ୍କତି ସହ ଜଡ଼ିତ। ଏଭଳି କହିଛନ୍ତି, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଟେଲିଭିଜନ ଚ୍ୟାନେଲ ‘ଜୀ…
ଏସ୍ସିବିରେ ପ୍ରଥମ ବ୍ଲାକ୍ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ
କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି। ମାରାତ୍ମକ ବ୍ଲାକ୍ ଫଙ୍ଗ୍ସ ସଂକ୍ରମଣରେ ମାଢ଼ି ଓ ଦାନ୍ତ ହରାଇ ଏକପ୍ରକାର ଭିନ୍ନକ୍ଷମ ହୋଇପଡ଼ିଥିବା…
ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଚଳଚ୍ଚିତ୍ର ହେବା ଆବଶ୍ୟକ
ଭୁବନେଶ୍ୱର, ୬।୮(ବ୍ୟୁରୋ): ପଣ୍ଡିତ ନୀଳକଣ୍ଠ ଦାସ ପ୍ରଜ୍ଞାର ଓଜସ୍ବିନୀ ସ୍ରୋତ ଥିଲେ। ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ସେ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚତ୍ଥିଲେ। ରାଜନୀତି, ସ୍ବାଧୀନତା ସଂଗ୍ରାମ, ସେବା, ଶିକ୍ଷା ଆଦି ଅନେକ କ୍ଷେତ୍ରରେ…
ପିଏମ୍ଏଓ୍ବାଇ(ଗ୍ରାମୀଣ) ପୋର୍ଟାଲ ଖୋଲିବାକୁ ବିଜେଡି ଏମ୍ପିଙ୍କ ଦାବି
ଭୁବନେଶ୍ବର, ୬ା୮(ବ୍ୟୁରୋ): ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅର୍ଥ ପ୍ରଦାନ କରିବା ସହିତ ତୁରନ୍ତ ଏ ସମ୍ପର୍କିତ ପୋର୍ଟାଲ ଖୋଲିବା ଲାଗି ବିଜେଡି ଏମ୍ପି ମଞ୍ଜୁଲତା ମଣ୍ଡଳ ପାର୍ଲାମେଣ୍ଟରେ ଦାବି କରିଛନ୍ତି। ଅନ୍ୟପଟେ ପିଏମ୍ ଆବାସ୍ ଯୋଜନା ପୋର୍ଟାଲ ଓଡ଼ିଶାରେ ଖୋଲିବା…
ପୋଲିସ, କଂଗ୍ରେସ ନେତା ମୁହାଁମୁହିଁ
ଭୁବନେଶ୍ବର, ୬ା୮(ବ୍ୟୁରୋ): ଦରବୃଦ୍ଧି ପ୍ରସଙ୍ଗରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ କାର୍ଯ୍ୟକ୍ରମ କରାଯାଇଛି। ସମାନଭାବେ ଓଡ଼ିଶାରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ…
କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ
ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର…

