ଓଡ଼ିଶାରେ ଖୁବ୍‌ଶୀଘ୍ର ଆଇଟିଏମ୍‌ଏସ୍‌

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା (ଆଇଟିଏମ୍‌ଏସ୍‌) ପ୍ରଚଳନ କରିବେ। ଏଥିପାଇଁ ଏକ ଓ୍ବେବ୍‌ପୋର୍ଟାଲ ଓ୍ବାନ-ଷ୍ଟପ୍‌-ସପ୍‌ ବିକାଶ କରାଯିବ। ଆଇଟିଏମ୍‌ଏସ୍‌ ଜରିଆରେ ଶ୍ରଦ୍ଧାଳୁମାନେ ରାଜ୍ୟର ବିଭିନ୍ନ ମନ୍ଦିର ଦର୍ଶନ, ପୂଜା ଏବଂ ପ୍ରସାଦ ପାଇଁ ଅର୍ଡର ଦେଇପାରିବେ। ଏପରି କି ଏହି ବ୍ୟବସ୍ଥା ଜରିଆରେ ଭକ୍ତମାନେ ମନ୍ଦିର ଖୋଲିବା, ବନ୍ଦ ହେବା ଓ ପୂଜା ବିଧି ସମୟ ଇତ୍ୟାଦି ବିଷୟରେ ଜାଣି ପାରିବେ। ଯେଉଁମାନେ ମନ୍ଦିରକୁ କିଛି ଦାନ କରିବାକୁ ଚାହିଁବେ ସେମାନେ ଏହି ପୋର୍ଟାଲ ଜରିଆରେ ଦେଇ ପାରିବେ। ମନ୍ଦିରର ଆକାଉଣ୍ଟ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖୋଲାଯିବ। ଏହାକୁ ଆଇଟିଏମ୍‌ଏସ୍‌ ସହିତ ଲିଙ୍କ୍‌ କରାଯିବ। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଶ୍ରଦ୍ଧାଳୁମାନଙ୍କ ପାଇଁ ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଏହାର ସୁବିଧା ନେଇପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିରକୁ ମଧ୍ୟ ଆଇଟିଏମ୍‌ଏସ୍‌ ପରିସର ଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏଠରେ ଉଲ୍ଲେଖଯୋଗ୍ୟ ଯେ କର୍ନାଟକ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଇଟିଏମ୍‌ଏସ୍‌ ବ୍ୟବସ୍ଥାରେ ଭକ୍ତମାନଙ୍କୁ ମନ୍ଦିର ସେବା ଯୋଗାଇ ଦିଆଯିବା ସହ ରାଜସ୍ବ ଆଦାୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର: ଏକା ଥରକେ ନିଯୁକ୍ତି ପାଇବେ ୭ ହଜାର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଆଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏକା ଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା...

ସ୍କୁଲର ଉନ୍ନତି ପାଇଁ ମିଳିବ ସ୍ବତନ୍ତ୍ର ଅନୁଦାନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ନାନା ସମସ୍ୟା ଓ ଅଭାବ ଅସୁବିଧା ଲାଗି ରହିଛି। ଏଥିରେ ସୁଧାର ଆଣିବା ଲାଗି ଗଣଶିକ୍ଷା ବିଭାଗ...

ବଦଳିଲେ ରାଜ୍ୟପାଳଙ୍କ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ପରିବହନ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି।...

ମୋ ବସ୍‌ରୁ ୧୦ ହଜାର ଟଙ୍କା ଚୋରି

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୋ ବସରେ ଯାଉଥିବାବେଳେ ଚୈତନ୍ୟ ନାମକ ଜଣେ ଯାତ୍ରୀଙ୍କ ପକେଟରୁ ୧୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ...

ମନ୍ତ୍ରୀଙ୍କଠାରୁ ମିଳିଲା ପ୍ରତିଶ୍ରୁତି: ଚାଷୀ ଆନ୍ଦେଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ପ୍ରତ୍ୟାହୃତ ହେଲା ସମ୍ବଲପୁର ଚାଷୀ ଆନ୍ଦୋଳନ। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ଆନ୍ଦୋଳନ ପତ୍ୟାହାର ହେବା ନେଇ ଗୁରୁବାର ଆବାହକ ଅଶୋକ ପ୍ରଧାନ...

ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌...

ଲୋୟର ପିଏମ୍‌ଜିରେ ଅଙ୍ଗନଓ୍ବାଡି କର୍ମୀ:୧୬ ଦଫା ଦାବି ନେଇ ଗର୍ଜିଲେ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଳେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ କର୍ମୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସୋସିଏଶନ...

ବାଘ ଚମଡା ବିକ୍ରିବେଳେ ମାଡି ବସିଲା ଏସ୍‌ଟିଏଫ୍‌

ବାରିପଦା ଅଫିସ,୧୪।୧୨: ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଅସୁରକ୍ଷିତ। କିଛି ଦିନ ହେବ ହାତୀ ଶିକାର ଘଟଣା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ...

Advertisement
Archives

Model This Week