କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସରକାର ସମସ୍ତ ବିଦ୍ୟାଳୟରେ ଗ୍ୟାସ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି। ଗତ ୩ ବର୍ଷ ପୂର୍ବରୁ ଏ ନେଇ ସରକାରୀ ନିର୍ଦ୍ଦେଶ ଆସିଛି। କିନ୍ତୁ ଏବେ ବି ରାଜ୍ୟରେ ଅନେକ ବିଦ୍ୟାଳୟରେ କାଠ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ।

ସୁବର୍ଣ୍ଣପୁର ଜିଲାରେ ମୋଟ ୮୧୧ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରା ଯାଇଥିବା ବେଳେ ସେଥିରୁ ୭୨୯ ବିଦ୍ୟାଳୟରେ ଇନ୍ଧନ ଗ୍ୟାସ ରହିଛି। ବାକି ୮୨ଟି ବିଦ୍ୟାଳୟରେ କାଠ ଚୁଲିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଉଲୁଣ୍ଡା ବ୍ଲକରେ ସର୍ବାଧିକ ୩୫ ବିଦ୍ୟାଳୟରେ ଗ୍ୟାସ ନାହିଁ। ସେହିପରି ତରଭା ବ୍ଲକରେ ୧୭, ବୀରମହାରାଜପୁର ବ୍ଲକରେ ୧୭, ବିନିକାରେ ୮, ସୋନପୁରରେ ୩ ଓ ଡୁଙ୍ଗୁରିପାଲି ବ୍ଲକରେ ୨ଟି ବ୍ଲକରେ ଗ୍ୟାସ ନଥିବା ଜଣାପଡିଛି। ଏମିତିକି ଯେଉଁ ବିଦ୍ୟାଳୟରେ ଇନ୍ଧନ ଗ୍ୟାସ୍‌ ସଂଯୋଗ ଅଛି ଅଧିକ ଖର୍ଚ୍ଚ ଦର୍ଶାଇ ସେଠାରେ ଗ୍ୟାସ ବ୍ୟବହାର କରା ଯାଉନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ଓ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହିଥିବା ସ୍କୁଲଗୁଡିକରେ ଗ୍ୟାସ୍‌ ବଦଳରେ ବିଦ୍ୟାଳୟ ପରିସରରେ ଥିବା ଗଛ ଓ ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ରୋଷେଇ କରାଯାଉଛି। କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଘରୁ କାଠ ଆଣିବା ପାଇଁ କୁହାଯାଉଛି। ସରକାର ମଧ୍ୟାହ୍ନ ଭୋଜନ ପାଇଁ ଯେତିକି ଟଙ୍କା ଦେଉଛନ୍ତି ତାହା ନିଅଣ୍ଟ ପଡୁଛି। ଇନ୍ଧନ ଗ୍ୟାସ ଦର ବୃଦ୍ଧି ପାଇଁ ୧୦୮୨ ଟଙ୍କା ପହଞ୍ଚତ୍ଛି। ସେହିପରି ଡାଲି, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ସରକାର ପ୍ରତ୍ୟହ ୫ଟଙ୍କା ୪୨ ପଇସା ଦେଉଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୮ଟଙ୍କା ୧୦ପଇସା ଦେଉଛନ୍ତି। ଏତିକି ଟଙ୍କାରେ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ସମ୍ଭବପର ହେଉନାହିଁ ବୋଲି ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ୪୦ରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟରେ ଗ୍ୟାସ ସଂଯୋଗ ଦେଇଥିବା ବେଳେ ଏହାଠୁ କମ୍‌ ଛାତ୍ରୀଛାତ୍ର ଥିବା କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଇନ୍ଧନ ଗ୍ୟାସ ସୁବିଧା ନାହିଁ।

ଅନ୍ୟପକ୍ଷେ ମଧ୍ୟାହ୍ନ ଭୋଜନ ନାଁରେ ହରିଲୁଟ ଚାଲିଛି। ଏ କଥାକୁ କିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବୀକାର ମଧ୍ୟ କରିଛନ୍ତି। ସରକାର ମଧ୍ୟାହ୍ନ ଭୋଜନ ବାବଦକୁ ଯେଉଁ ଟଙ୍କା ଦେଉଛନ୍ତି, ସେଥିରେ ଅଧିକ ଟଙ୍କାରେ ଇନ୍ଧନ ଗ୍ୟାସ ବ୍ୟବହାର କରିବା ସମ୍ଭବ ନୁହେଁ। ଯେଉଁ ସ୍କୁଲରେ ଗ୍ୟାସ ବ୍ୟବହାର କରାଯାଉଛି, ସେଠି ଖର୍ଚ୍ଚ ଭରଣା ପାଇଁ ଅଧିକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଦର୍ଶାଯାଉଛି। ବିଦ୍ୟାଳୟ ପିଛା ୫୦ କିଲୋ ଚାଉଳ ଯୋଗାଣ ହେଉଥିବା କୁହା ଯାଉଥିଲେ ମଧ୍ୟ ଅଖା ବ୍ୟାଗ୍‌ରେ ଓଜନ କମ୍‌ ରହୁଛି। ଅନେକ ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଉପସ୍ଥାନ ପକାଇ ମଧ୍ୟାହ୍ନ ଭୋଜନ ଟଙ୍କାକୁ ଭାଗବଣ୍ଟା କରାଯାଉଛି। ଏ ନେଇ ନିୟମିତ ଯାଞ୍ଚ ବଦଳରେ କାଁ ଭାଁ କେମିତି କାମଚଳା ତଦାରଖ ହେଉଛି। କରୋନା ସମୟରେ ସରକାର ପିଲାଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ପ୍ରଦାନ କରୁଥିଲେ। ଏଥିରେ ସ୍ବଚ୍ଛତା ରହୁଥିଲା ଏବଂ ସବୁ ଛାତ୍ରୀଛାତ୍ର ଟଙ୍କା ପାଉଥିଲେ। ତେବେ ସରକାର ଏବେ ପୂର୍ବଭଳି ରନ୍ଧାଖାଦ୍ୟକୁ ଗୁରୁତ୍ୱ ଦେଇ ବାଟମାରଣରାର ବାଟ ଖୋଲି ଦେଇଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ କୁହନ୍ତି ଜିଲାର ସମସ୍ତ ବିଦ୍ୟାଳୟକୁ ଶୀଘ୍ର ଇନ୍ଧନ ଗ୍ୟାସ ପ୍ରଦାନ କରାଯିବ। ସେହିପରି ମଧ୍ୟାହ୍ନ ଭୋଜନର ମାନ ଓ ପିଲାଙ୍କ ଉପସ୍ଥାନ ଯାଞ୍ଚ ପାଇଁ ବିଇଓ, ଏବିଇଓ ଓ ସମ୍ପୃକ୍ତ ଅଞ୍ଚଳର ସିଆରସିସିଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।
ରିପୋର୍ଟ-ମୃତ୍ୟୁଞ୍ଜୟ ଶତପଥୀ, ସୋନପୁର।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri