ଧଉଳି ଶାନ୍ତିସ୍ତୂପକୁ ପୂରୁଛି ୫୦ ବର୍ଷ

ଭୁବନେଶ୍ୱର, ୯ା୯(ବ୍ୟୁରୋ):ରାଜଧାନୀ ଉପକଣ୍ଠ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧପୀଠ ଚଳିତ ବର୍ଷ ଅକ୍ଟୋବରରେ ୫୦ ବର୍ଷ ପୂରଣ କରୁଛି। ଏହାକୁ ସ୍ମରଣୀୟ କରିବା ନିମନ୍ତେ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖରେ ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ନ୍ୟାସୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଉତ୍ସବ ଦିବସରେ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜନ ହେବ। ଏହି ଉପଲକ୍ଷେ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଉପସ୍ଥାପନ କରିଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଶାନ୍ତିସ୍ତୂପ ଓଡ଼ିଶାର ଅନ୍ୟ ଏକ ପରିଚୟ। ଓଡ଼ିଶା ସରକାର ଏବଂ କଳିଙ୍ଗ ନିପ୍ପୋନ୍‌ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କୀର୍ତ୍ତିସ୍ତମ୍ଭ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି । ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ। ଶାନ୍ତିସ୍ତୂପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୧.୮୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିସ୍ତୂପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକୀକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଉପସ୍ଥିତ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି ଯେ ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ରକ୍ଷଣାବେକ୍ଷଣ ଗୁଣାତ୍ମକ କାର୍ଯ୍ୟର ପ୍ରଶଂସା କରିଛନ୍ତି । ଧଉଳିର ମୁଖ୍ୟ ସନ୍ନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ନ୍ୟାସୀ ଓ ପ୍ରତିନିଧିମାନଙ୍କର ଆଗମନ, ରହଣି, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଧଉଳି ଉନ୍ନୟନ କମିଟିକୁ ପରାମର୍ଶ ଦେଇଛନ୍ତି। ଏହି କମିଟି ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ। ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣାବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେ କରିବା ପାଇଁ ଏହି ସ୍ଥାନୀୟ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହୀତ ରାଶି ବିନିଯୋଗ କରିବେ। ଶାନ୍ତିସ୍ତୂପ ପାଦଦେଶ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ, ଦୂରରୁ ସ୍ତୂପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକୀକରଣ, ହସ୍ତଶିଳ୍ପ ବଜାର ଏବଂ ଶପିଂ କମ୍ପ୍ଲେକ୍ସକୁ ବ୍ୟବସାୟ ଅନୁକୂଳ ଉପଯୁକ୍ତ ଜାଗାକୁ ସ୍ଥାନାନ୍ତରଣ ଆଦି ବିଷୟରେ ଆଲୋଚନା ହୋଇ ସେସବୁର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଛି। ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ନ୍ୟାସୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ...

କଲାମଙ୍କ ନାମରେ ହେବ ପାର୍କ

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ନିର୍ମାଣ ହେଉଥିବା ପାର୍କକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ନାମରେ ନାମିତ...

ବିଏସ୍‌କେୱାଇ : ମହିଳାଙ୍କ ବାର୍ଷିକ ସ୍ବାସ୍ଥ୍ୟ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ମିଳିବ। ପୂର୍ବରୁ ଏହି ସୁବିଧା...

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ...

ନାଧରା ରାମଚଣ୍ଡୀ ମହୋତ୍ସବ:ଆଧ୍ୟାତ୍ମିକତା-ସଂସ୍କୃତିର ଯୁଗଳବନ୍ଦୀ

ଓଡ଼ାପଡ଼ା,୧୪ା୧(ଡି.ଏନ.ଏ.)ଆଧ୍ୟାତ୍ମିକତା ସହ ସଂସ୍କୃତିର ନିଆରା ଯୁଗଳବନ୍ଦୀ ହେଉଛି ରାମଚଣ୍ଡୀ ମହୋତ୍ସବ। ସୁସ୍ଥ ସୁନ୍ଦର ସମାଜ ଗଠନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ୟ...

ଆଜି ତୃତୀୟ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୨୦ା୨ (ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟା...

ବିପୁଳ ପରିମାଣର ନକଲି ମଦ ପାଉଚ ଜବତ: ଧରାପଡ଼ିଲେ ୨ ଯୁବକ

ଭବାନୀପାଟଣା,୨୮।୨(ସ୍ବ.ପ୍ର): କଳାହାଣ୍ଡି ଜିଲା ଧର୍ମଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ବିଭାଗ ଘଟଣାରେ...

ଆଜିଠୁ ୨ ଦିନିଆ ଭାରତ ବନ୍ଦ: ସ୍ଥିତି ଦେଖି ନିଷ୍ପତ୍ତି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି ସାଙ୍ଗକୁ ଅନେକ ଜନବିରୋଧୀ ଆଇନ ଓ ଦରବୃଦ୍ଧିକୁ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସୋମବାରଠାରୁ ୨ଦିନିଆ...

Advertisement
Archives

Model This Week