ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରୋଗାକ୍ରାନ୍ତ ମହିଳା ଜଣକ ଏବେ ଭାଗ୍ୟକୁ ଆଦରି ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଧନ ସିଂ ମହାନନ୍ଦଙ୍କ ସ୍ତ୍ରୀ ସୀତା(୫୦)ଙ୍କ ଗୋଡରେ ଘା’ ହୋଇ ଗୁରୁତର ହୋଇଛି। ପ୍ରାୟ ଦେଢବର୍ଷ ପୂର୍ବେ ମହିଳାଙ୍କୁ ମଧୁମେହ ରୋଗ ହୋଇଥିବା ଜଣାପଡିଥିଲା। ସେ ପ୍ରଥମେ ଚିକିତ୍ସିତ ହୋଇ ଔଷଧ ଖାଉଥିଲେ। ପରବର୍ତ୍ତୀ ସମୟରେ ଆର୍ଥିକ ଅଭାବ ଯୋଗୁ ଚିକିତ୍ସା ହୋଇ ପାରିଲେ ନାହିଁ। ଫଳରେ ରୋଗ ବଢିଯିବା ସହିତ ଗୋଡର ଘାଆ ଶୁଖୁ ନ ଥିଲା। ଏହି କାରଣରୁ ପରିବାର ଲୋକେ ତାଙ୍କୁ କୌଣସି ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରିଥିଲେ ା ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ସମେତ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ସମସ୍ତ ଝିଅ ପୁଅ ବିବାହିତ। ବଡପୁଅ ନିକଟସ୍ଥ ଏକ ଗ୍ରାମରେ ବିବାହ କରି ସେଠାରେ ଘରଜ୍ବାଇଁ ରହିଛନ୍ତି। ସାନ ପୁଅ ବିବାହ କରି ସ୍ତ୍ରୀ,ମାଆ ଓ ବାପାଙ୍କ ସହିତ ଘରେ ରହୁଥିଲେ। ମହିଳାଙ୍କ ଘା’ ବଢି ଯିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପରିବର୍ତ୍ତେ ସାନପୁଅ ସ୍ତ୍ରୀଙ୍କୁ ଶଶୁର ଘରେ ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ମହିଳାଙ୍କ ସ୍ବାମୀ କିଛି ଦିନ ଘରେ ରହି ସେବା କରୁଥିଲେ। ମାତ୍ର ଦୁଇ ମାସ ହେବ ସେ ମଧ୍ୟ ରୋଗୀଣା ସ୍ତ୍ରୀଙ୍କୁ ଛାଡି ବଡପୁଅ ଘରକୁ ପଳାଇଛନ୍ତି। ରୋଗାକ୍ରାନ୍ତ ମହିଳା ଜଣକ ଭୋକ ଓପାସରେ ଘରେ ଏକାକୀ ପଡି ରହିଛନ୍ତି । ଗ୍ରାମବାସୀ ଓ ପଡାବାସୀ ତାଙ୍କୁ କିଛି ଦିନ ଖାଇବାକୁ ଦେଉଥିଲେ। ଏବେ ରୋଗ ବଢିଯିବାରୁ ତାଙ୍କ ପାଖକୁ ଆଉ କେହି ଯାଉ ନାହାନ୍ତି। ଏପରିକି ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଛି। ଏନେଇ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପଙ୍କୁ ଯୋଗାଯୋଗ ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କୁ ପଚାରିବାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଯଥାଶୀଘ୍ର ଉଦ୍ଧାର କରି ଚିକିତ୍ସା କରିବା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri