ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ

ଭୁବନେଶ୍ବର,୯ା୯(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ୨ ଦିନିଆ ରାଜ୍ୟ ସମବାୟ ମନ୍ତ୍ରୀମାନଙ୍କ ରାଷ୍ଟ୍ର୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ସମବାୟ ବ୍ୟାଙ୍କ, ଚାଷୀ ଏବଂ ସମବାୟ ହିତାଧିକାରୀମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସମସ୍ୟାରେ ଛନ୍ଦି ହୋଇ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ। ବୀମା କମ୍ପାନୀ ଚାଷୀ ଏବଂ ସମବାୟ ହିତାଧିକାରୀଙ୍କୁ ବିଭିନ୍ନ ସମୟରେ ଗୁରୁତ୍ୱ ନ ଦେଇ ନିଜର ସ୍ବାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମବାୟ ବ୍ୟାଙ୍କଗୁଡ଼ିକୁ କିପରି ଅଧିକ ସୁଦୃଢ କରାଯାଇ ସମବାୟ ହିତାଧିକାରୀଙ୍କୁ ମୁଖ୍ୟତଃ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରାଯିବ ସେଥିପ୍ରତି ସମ୍ମିଳନୀରେ ମନ୍ତ୍ରୀ ନାୟକ ଦାବି ରଖିବା ସହ ଏହାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶା
ସରକାର ସମବାୟ ହିତାଧିକାରୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି, କେନ୍ଦ୍ରର ଏଭଳି କାର୍ଯ୍ୟକ୍ରମକୁ ସ୍ଥାନ ଦେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଠିକ୍‌ ସମୟରେ ବୀମା କମ୍ପାନୀଗୁଡିକ ଠାରୁ ସହାୟତା ପାଇପାରୁନାହାନ୍ତି। ଫଳରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସତନ୍ତ୍ର ଭାବେ ଦାବି କରିଛନ୍ତି। ବୀମା କମ୍ପାନୀଗୁଡିକ ଏଭଳି ନୀତିକୁ ବନ୍ଦ କରି ସମବାୟ ହିତାଧିକାରୀଙ୍କୁ ଯଥାଶୀଘ୍ର କିପରି ବୀମା ରାଶି କମ୍ପାନୀଗୁଡିକ ପ୍ରଦାନ କରିବେ ସେଥିପ୍ରତି କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଖପା୍ରଖୋଲ, ୧୨ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହାଙ୍କୁ ସୋମବାର ନିଜ କାର୍ଯ୍ୟାଳୟରେ ଥିବାବେଳେ ଦୁର୍ବ୍ୟବହାର କରାଯାଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ପିଲା ଅଛନ୍ତି। ସେହିପରି ୮୪ ଜଣ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧ ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା...

ଖୋଲିବାକୁ ମନା ସତ୍ତ୍ୱେ ଚାଲିଥିଲା ସ୍କୁଲ, ରାଜଧାନୀର ଏହି ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜଧାନୀର ଚିନ୍ତାମଣୀସ୍ବର ଲେନ୍‌-୬ ଅଞ୍ଚଳରେ ଥିବା ଏକ ସ୍କୁଲ କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ କରିଆସୁଥିଲା। ଏହାକୁ ନେଇ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ମଙ୍ଗଳବାର...

ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ଭୁବନେଶ୍ୱର,୨୧।୭(ବ୍ୟୁରୋ): ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲି ବନ୍ଧୁ ଓ...

ଧରାପଡ଼ିଲା ଗୁଗୁଲ୍‌ ପେ’ରେ ଲୁଟୁଥିବା ଲୁଟେରା

ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍‌ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...

ଜାତୀୟ ପରେଡ୍‌ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ପରେଡ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ପରେଡ୍‌ରେ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ...

Advertisement
Archives

Model This Week