ଶାଳପତ୍ରରେ ସୁସ୍ବାଦୁ ବ୍ୟଞ୍ଜନ
ବାରିପଦା ଅଫିସ, ୧୯ା୧୦: ସଜେଇ ହେଉଛି ବିଶ୍ୱ ଐତିହ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ। ଆସନ୍ତା ନଭେମ୍ବର ୧ରେ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟ ଖୋଲିବ। ଏନେଇ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ପର୍ଯ୍ୟଟକମାନଙ୍କୁ ଶାଳପତ୍ର ପ୍ଳେଟ୍ ଓ…
ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ
ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା’ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି। ଏବେ…
ଆସୁଛି ବାତ୍ୟା
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍(ଜିଏଫ୍ଏସ୍) ସମେତ ବିଭିନ୍ନ ପାଣିପାଗ ମଡେଲ କରିଥିବା ଅନୁମାନ ଧୀରେ ଧୀରେ ସତ ହେବାରେ ଲାଗିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ…
ଆୟରେ ଓଡ଼ିଶା ଚାଷୀ ପଛୁଆ
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରେ ଚାଷର ବିକାଶ ହେଉଛି। ଚାଷୀଙ୍କ ଆୟ ବଢୁଛି। କୃଷି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି। ସରକାର ଅନେକ ସମୟରେ ଏଭଳି ଚିତ୍ର ଥୋଉଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଚାଷ ପାଇଁ ଆବଶ୍ୟକ ବିହନ, ସାର…
ରତ୍ନଭଣ୍ଡାର ସମ୍ପର୍କରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୧୯ା୧୦: ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି ମଙ୍ଗଳବାର ହୋଇଛି। ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି…
ଗୁନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ଇଞ୍ଜିନ୍ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
ଝାରସୁଗୁଡ଼ା ଅଫିସ,୧୮।୧୦:ଗୁନ୍ଦିଆରୁ ଝାରସୁଗୁଡ଼ା ଆସୁଥିବା ଜେଡି ନାମକ ୦୮୮୬୧ନଂ ପାସେଞ୍ଜର ଟ୍ରେନ୍ ମଙ୍ଗଳବାର ରାତି ସାଢେ ୮ଟାରେ ବ୍ରଜରାଜନଗର ରେଳଷ୍ଟେଶନର ୩ନଂ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ଜଣାପଡିବା ପରେ ଲୋକ ପାଇଲଟ୍ ତଳକୁ ଓହ୍ଲାଇପଡି…
ବମ୍ବେ ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହାଇଦ୍ରାବାଦରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଯୋଗେ ବମ୍ବେ ଗସ୍ତ କରିଛନ୍ତି। ସେ ବୁଧବାର ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ରାତିରେ ନବୀନ ନିଜର କିଛି ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ…
ଓଏଏସ୍ ଅଫିସରସ୍ତରରେ ଅଦଳବଦଳ: ୪ ମେଡିକାଲ କଲେଜ ଅଫିସର ଭାବେ ମହିଳା ଓଏଏସ୍ଙ୍କୁ ନିଯୁକ୍ତି
ଭୁବନେଶ୍ବର,୧୮ା୧୦(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୪ଟି ସରକାରୀ ମେଡିକାଲ କଲେଜର ପ୍ରଶାସନିକ ଅଫିସର ଭାବେ ୪ ଜଣ ମହିଳା ଓଏଏସ୍ ଅଫିସରଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…
କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ
କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି…
ଏକୁଟିଆ ଥିବା ବେଳେ ଘରେ ପଶି ବିବାହିତା ମହିଳାଙ୍କୁ ବଳାତ୍କାର,ଜେଲ୍ ଗଲେ ଯୁବକ
କୋକସରା,୧୮।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଦୁର୍ଯୋଧନ ଜୁଏଡ଼(୩୫) । ଗତ…
ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି,୧୮।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ…
ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ…

