ମହିଳା ଭେଣ୍ଡିଂ ଜୋନ୍‌ ଆଶା ମଉଳିଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍‌ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ। ଏପରିକି କିଛି ପ୍ରକଳ୍ପ ଆରମ୍ଭରୁ ତ ଆଉ କିଛି ଅଧାରୁ ବନ୍ଦ ହୋଇ ରହିଛି, ଯାହାକୁ ନେଇ ଅନେକ ସମୟରେ ବିଏମ୍‌ସି ସମାଲୋଚନାର ଶିକାର ହେଉଛି। ତେବେ ଏପରି ପ୍ରକଳ୍ପ ମଧ୍ୟରେ ମହିଳା ଭେଣ୍ଡିଂ ଜୋନ୍‌ ରହିଛି। ୨୦୨୩ ମାର୍ଚ୍ଚ ୮ ମହିଳା ଦିବସରେ ମହିଳାଙ୍କୁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍‌ ପ୍ରଦାନ ପାଇଁ ବିଏମ୍‌ସି ଦେଇଥିବା ପ୍ରତିଶ୍ରୁତି ମଉଳି ଯିବାକୁ ବସିଛି।
ଓ୍ବାର୍ଡ ନଂ.୧୫ ଅନ୍ତର୍ଗତ ସିଆର୍‌ପିଏଫ୍‌ କ୍ୟାମ୍ପସ ଗେଟ୍‌ ନଂ.୧ ନିକଟରେ ମହିଳା ଓ ପୁରୁଷ ଭେଣ୍ଡିଂ ଜୋନ୍‌ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସେଠାରେ କେବଳ ମହିଳାଙ୍କ ପାଇଁ ୫୦ ୟୁନିଟ୍‌ ଓ ସବୁ ବର୍ଗଙ୍କ ପାଇଁ ଆଉ ୫୦ ୟୁନିଟ୍‌ ଦୋକାନ ଘର ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ରହିଛି। ଗତ ଅକ୍ଟୋବରରେ ମେୟର ସୁଲୋଚନା ଦାସ ଓ ଅନ୍ୟ ଅଧିକାରୀମାନେ କ୍ଷେତ୍ର ଅନୁଧ୍ୟାନ କରିବା ସହ ଉକ୍ତ ସ୍ଥାନକୁ ଚୂଡ଼ାନ୍ତ କରିବା ପରେ କାମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି) ମହିଳାଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀ ବିକ୍ରୟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। କଣ୍ଟ ପୂରଣ ହେବାକୁ ହାତରେ ମାତ୍ର ୨ ମାସ ରହିଥିବାବେଳେ ବକେୟା ପାଉଣା ନ ପାଇବାରୁ ସଂପୃକ୍ତ ଠିକା ସଂସ୍ଥା ୧୫ଦିନରୁ ଊର୍ଦ୍ଧ୍ୱ ହେବ କାମ ବନ୍ଦ କରିଥିବା ସୂଚନା ମିଳିଛି। ମହିଳା ଭେଣ୍ଡିଂ ଜୋନ୍‌ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବାବେଳେ ସବୁ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୫୦ ୟୁନିଟରୁ ମାତ୍ର ୯ ୟୁନିଟର କାମ ସରିଛି। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
କର୍ପୋରେଟର ପିଙ୍କି ପ୍ରଧାନ କହିଛନ୍ତି, ଅଧାରେ ଅଟକିଥିବା ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇ କିପରି ନିର୍ଦ୍ଧାରିତ ସମୟରେ ସରିବ ସେନେଇ ବିଏମ୍‌ସିକୁ ଅବଗତ କରାଯାଇଛି। ତେବେ ଏହି ମହିଳା ଭେଣ୍ଡିଂ ଜୋନ୍‌ରେ ନିଜ ଓ୍ବାର୍ଡର ଏସ୍‌ଏଚ୍‌ଜି ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦୋକାନ ଘର ଆବଣ୍ଟନ ପରେ ସହରର ଅନ୍ୟ ମହିଳା ବ୍ୟବସାୟୀଙ୍କୁ ଏଠାରେ ସୁଯୋଗ ଦେବା ପାଇଁ ବିଏମ୍‌ସିକୁ ନିବେଦନ କରାଯାଇଛି। ଏଥିପାଇଁ ଶତାଧିକ ବ୍ୟବସାୟୀ ଆବେଦନ କରିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତେବେ ବିଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ନିକଟରେ ବଦଳି ହୋଇଛି। ନୂତନ ଭାବେ ସଂପୃକ୍ତ ବିଭାଗର ଦାୟିତ୍ୱ ନେଇଥିବା ଅଧିକାରୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନ ଥିବା କହିଛନ୍ତି। ଘଟଣାର ତର୍ଜମା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri