ସରିଲା କୋଣାର୍କ, ବାଲୁକା କଳା ଉତ୍ସବ

କୋଣାର୍କ,୬।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ଠାରୁ ଆରମ୍ଭ ହୋଇଥିବା କଳା ଓ ସଂସ୍କୃତିର ମହାକୁମ୍ଭ ୩୩ତମ କୋଣାର୍କ ଉତ୍ସବ ସୋମବାର ସରିଛି। କୋଣାର୍କ ଉତ୍ସବର ଉଦ୍‌ଯାପନୀ ସାର ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି, ଇଷ୍ଟ କୋଷ୍ଟ ରେଲୱର ମୁଖ୍ୟ ସୁରକ୍ଷା ଅଧିକାରୀ ପିବିଏସ ସାନ୍ଥାରାଓ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଶେଷ ସନ୍ଧ୍ୟାରେ ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟର ମହାମିଳନ ପର୍ବର ମହାର୍ଘ ଉପସ୍ଥାପନରେ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଚରଣରେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ବାଇଁ ଓ ସାଥୀ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଶୈଳୀରେ ସୂର୍ଯ୍ୟ ବନ୍ଦନା ପରିବେଷିତ ହୋଇଥିଲା। ଏହି ନୃତ୍ୟ ଗୁରୁ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ସଙ୍ଗୀତ ସଂଯୋଜନା ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଏବଂ ଏହାର ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ। ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ପରବର୍ତ୍ତୀ ପ୍ରସ୍ତୁତି ଥିଲା ପଲ୍ଲବୀ, ଯାହା ରାଗ ବକୁଳଭୈରବୀ ଓ ତାଳ ଏକତାଳି ଉପରେ ପର୍ଯ୍ୟବସିତ ଥିଲା। ପରେ ଅନୁଷ୍ଠାନର ଅନ୍ତିମ ପ୍ରସ୍ତୁତି ଥିଲା ସଦାରିପୁ। ଶାସ୍ତ୍ର ମତରେ ନିଜ ଭିତରେ ଥିବା ଶତ୍ରୁ ଯଥା କାମ, କ୍ରୋଧ, ଲୋଭ ଓ ମୋହକୁ ପରାସ୍ତ କରିବା ହେଉଛି ପରିତ୍ରାଣ ପ୍ରାପ୍ତିର ମାର୍ଗ। ଯାହା ରାଗ ରାଗ ମାଳିକା ଓ ତାଳ ତାଳମାଳିକା ଉପରେ ଆଧାରିତ। ଏହି ଅନ୍ତିମ ପ୍ରସ୍ତୁତିରେ ସଙ୍ଗୀତ ସଂଯୋଜନା ଗୁରୁ ମାତୃ ପ୍ରସାଦ ଦାସ ଓ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସାଇଁ।
ସାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ଶାସ୍ତ୍ରୀୟ ନୃତ୍ୟ। ଏହି କାର୍ଯ୍ୟକ୍ରମକୁ ପରିବେଷଣ ଶିବାମୋହନମ ଅନୁଷ୍ଠାନର ଗୁରୁ ଜୟକିଶୋର ମୋସାଲିକାନ୍ତି ଓ ସାଥୀ କଳାକାର ବୃନ୍ଦ। ଏହି ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତିରେ ତରଙ୍ଗମ ଯାହା କୁଚିପୁଡ଼ି ସଙ୍ଗୀତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତରଙ୍ଗମ ହେଉଛି ଶ୍ରୀ ନାରାୟଣ ତେରଥାଙ୍କ ଦ୍ୱାରା ଶ୍ରୀକୃଷ୍ଣ ଲୀଳା ତରଙ୍ଗିନୀଙ୍କ ଅଧ୍ୟାୟରୁ ନିଆଯାଇଥିବା ଏକ ଶବ୍ଦ। ଏହି ନୃତ୍ୟକୁ ଶିଳ୍ପୀମାନେ ପିତ୍ତଳ ଥାଳି ଉପରେ ଠିଆ ହୋଇ ବାଦ୍ୟ ସହିତ ତାଳରେ ନୃତ୍ୟ ପରିବେଷଣ କରିଥାନ୍ତି। ଉଦ୍‌ଯାପନୀ ସାର ଅନ୍ତିମ ଚରଣରେ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷିତ ହୋଇଥିଲା। ଯାହା ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏକ ଶୁଦ୍ଧ ନୃତ୍ୟର ଗତିବିଧିକୁ ନେଇ ପର୍ଯ୍ୟବସିତ ହୋଇଥାଏ। ଥିଲାନା ହେଉଛି ଏଭଳି ଏକ ନୃତ୍ୟର ଉଦାହରଣ, ଯାହା ରାଗ କଲ୍ୟାଣୀ ଓ ଆଦିତାଳ ଉପରେ ଆଧାରିତ ଥିଲା। ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟର ତାଳେ ତାଳେ ଦର୍ଶକ ସମ୍ପୂର୍ଣ୍ଣ ଭାବେ ବିମୋହିତ ହୋଇପଡ଼ିଥିଲେ।

ବାଲୁକା କଳାରେ ଆଦିବାସୀ ସଂସ୍କୃତି, ବିଶ୍ୱ ଶାନ୍ତି

ଚନ୍ଦ୍ରଭାଗାସ୍ଥିତ ବେଳାଭୂମି କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନର ସୋମବାର ଥିଲା ଅନ୍ତିମ ଦିବସ। ଚନ୍ଦ୍ରଭାଗା ବେଳାଭୂମି କୂଳରେ ବାଲୁକା ଶିଳ୍ପୀମାନେ ବାଲିରେ ଆଦିବାସୀ ସଂସ୍କୃତି ଓ ବିଶ୍ବ ଶାନ୍ତି ଉପରେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ବାଲୁକା କଳା ପ୍ରଦର୍ଶନ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିଭଭଳି ହେଲିପ୍ୟାଡ ପଡ଼ିଆରେ ଚାଲିଥିବା ମିନାବଜାରରେ ମଧ୍ୟ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଉଦ୍‌ଯାପନୀ ସାକୁ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ନାଜିଆ ଆଲମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ସୁବୋଧ ରଥ, ଡ. ସଙ୍ଗୀତା ଗୋସାଇଁ, ପୁରୀ ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri