‘ମୋତେ କହିବାକୁ ଦିଆଯାଉ, ସିବିଆଇ ତଦନ୍ତ ହେଉ’

ଭୁବନେଶ୍ୱର,୬।୧୨ (ବ୍ୟୁରୋ):‘ମୋତେ ଆର୍ବିଟାରିଲି ଆରେଷ୍ଟ କରାଯାଇଛି। ମୋ ପରିବାରକୁ ନଜରବନ୍ଦୀ ରଖାଯାଇଥିଲା। ମୋ ସାଥିରେ କ’ଣ ହେଉଥିଲା ୬ଦିନ ପର୍ଯ୍ୟନ୍ତ ଜାଣିପାରି ନ ଥିଲି। ପାଟି, ଆଖି, ମୁହଁ ବନ୍ଦ କରି ମୋତେ କୋର୍ଟ ଫର୍‌ୱାର୍ଡ କରାଗଲା। ଶ୍ରଦ୍ଧାଞ୍ଜଳି ମୋ ଘର ପାଖରେ ରହୁଥିଲା। ଅକ୍ଷୟ ପରିଜାଙ୍କଠାରୁ କିଛି ବି ନେଇ ନାହିଁ। ଶ୍ରଦ୍ଧାଞ୍ଜଳିଙ୍କ ସମେତ ଅନ୍ୟ ସୋ କଲ୍ଡ ପୀଡିତମାନେ କାହିଁକି ଲୁଚିଛନ୍ତି। ସେମାନେ ସାମ୍ନାକୁ ଆସନ୍ତୁ। ମୁଁ ଚାହୁଁଛି ସବୁ ଜିନିଷର ସିବିଆଇ ତଦନ୍ତ ହେଉ।’ ଏହାଥିଲା ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ମୁହଁରୁ ବାହାରିଥିବା କେଇପଦ କଥା। ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହନିଟ୍ରାପ୍‌ରେ ଫସାଇ ବ୍ଲାକ୍‌ମେଲ କରି ଟଙ୍କା ମାଗିବା ମାମଲାରେ ଗିରଫ ଅର୍ଚ୍ଚନାଙ୍କୁ ସୋମବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ସହ ଭ୍ୟାନରେ କୋର୍ଟକୁ ନିଆଯାଇଥିଲା। ସେ କୋର୍ଟକୁ ଯିବା ସମୟରେ ଓ ବାହାରିବା ପରେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖି ପୋଲିସ ଉପରେ ପ୍ରବଳ ବର୍ଷିଥିଲେ। ଏପରିକି ଶୁଣାଣିବେଳେ ବିଚାରପତିଙ୍କ ସାମ୍ନାରେ ଅର୍ଚ୍ଚନା କାନ୍ଦି ପକାଇଥଲେ। ତାଙ୍କୁ କିଛି କହିବା ପାଇଁ ସୁଯୋଗ ଦିଆଯାଉ ବୋଲି ବିଚାରପତିଙ୍କୁ ସେ ଅନୁରୋଧ କରିଥିଲେ। ତେବେ ଯାହା କହିବାର ଅଛି ଓକିଲଙ୍କ ଦ୍ୱାରା କୁହ ବୋଲି ବିଚାରପତି କହିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ଅର୍ଚ୍ଚନା କ’ଣ କହିବାକୁ ଚାହୁଁଛନ୍ତି, ତାଙ୍କ ପାଟିକୁ କାହିଁକି ବନ୍ଦ କରାଯାଉଛି? ଚର୍ଚ୍ଚାରେ ଥିବା ସେହି କ୍ଷମତାଶାଳୀ ତଥା ପ୍ରଭାବଶାଳୀ ନେତା, ଅଧିକାରୀଙ୍କ ବିଷୟରେ ସେ କିଛି କହିବାକୁ ଚାହୁଁଥିଲେ କି? ଅର୍ଚ୍ଚନାଙ୍କ କଥାରୁ ପୋଲିସ ତାଙ୍କ ପାଟିକୁ ଚୁପ୍‌ ରଖିଥିବା ବାରିହୋଇପଡୁଥିଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସେସବୁ ଗୁମର ଖୋଲିବାକୁ ମଙ୍ଗଳବାରଠାରୁ ରିମାଣ୍ଡରେ ନେଉଛି। ଅର୍ଚ୍ଚନାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା। କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୧୨ ତାରିଖ ଯାଏ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ତାଙ୍କ କଳାସାମ୍ରାଜ୍ୟ ପଛର ବଡ଼ ଗୁମର ପାଇବାକୁ ଆଶା ରଖିଛି। ଏପରିକି ଇଡିର ଜେରାବେଳେ ପୋଲିସ ବିରୋଧରେ କିଛି ଗୋପନୀୟ ତଥ୍ୟ ସେ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅର୍ଚ୍ଚନାଙ୍କୁ ଗିରଫ କରି ପୋଲିସ ଲୁଚାଣିଆ ଜେଲ ପଠାଇବା ସହ ଏନେଇ ପୋଲିସ କମିଶନର, ଡିସିପି, ଥାନାଧିକାରୀ ମୁହଁ ଖୋଲି ନ ଥିଲେ। ଘଟଣାକୁ ଗଣମାଧ୍ୟମ ପଦାକୁ ଆଣିବା ପରେ କମିଶନରେଟ ପୋଲିସ ସତ ମାନିବା ସହ ଲୋକଦେଖାଣିଆ ତତ୍ପରତା ପ୍ରକାଶ କରିଥିଲା। ଏପରିକି ଶୁଣାଣି ସମୟରେ ତାଙ୍କୁ କୋର୍ଟକୁ ନ ଆଣି ଭର୍ଚୁଆଲରେ ହାଜର କରାଗଲା। ସେ ବଡ଼ବଡ଼ିଆଙ୍କ ଗୁମର ଖୋଲିଦେବାର ଭୟ ଥିଲା। ପୋଲିସର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ହେବା ପରେ ଗତ ଅକ୍ଟୋବର ୨୬ରେ ତାଙ୍କୁ ପ୍ରଥମଥର କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରରେ ରଖାଯାଇଥିଲା।

ବୁଧବାର ହାଜର ହେବେ ଜଗବନ୍ଧୁ, ଠିକାଦାର ପବିତ୍ରଙ୍କୁ ଜେରା

ଅପରପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଏବେ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ଜଗବନ୍ଧୁ ବୁଧବାର କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି। ଏହି ସମୟରେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ। ତେବେ ସୋମବାର ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଆଲିସାନ୍‌ ଘରର ଠିକାଦାର ପବିତ୍ର ପାତ୍ରଙ୍କୁ ୧୩ ଘଣ୍ଟା ଜେରା କରାଯାଇଛି। ପବିତ୍ରଙ୍କୁ ହାଜର ପାଇଁ ଇଡି ପକ୍ଷରୁ ସମନ କରାଯାଇଥିଲା। ରାତିରେ ଇଡି କାର୍ଯ୍ୟାଳୟରୁ ବାହାରି ପବିତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଅଧିକାରୀମାନେ ମୋତେ ଯାହା ପଚରିଲେ ସବୁ ପ୍ରଶ୍ନର ଉତ୍ତର ଦେଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୭ରୁ ଅଧିକ ବ୍ୟକ୍ତିଙ୍କୁ ଇଡି ଜେରା କରି ତଥ୍ୟ ହାସଲ କରିଛି। ଆଗକୁ ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରିଛି। ଏହି ସମୟରେ ଶ୍ରଦ୍ଧାଞ୍ଜଳି ବେହେରା, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ସାମ୍ନାସାମ୍ନି ଜେରା କରିପାରେ। ତେବେ ଅର୍ଚ୍ଚନା ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତା ହୋଇଥିବା ବେଳେ ତାଙ୍କ ପାଖରେ ବହୁ ଗୁମର ତଥ୍ୟ ରହିଛି। ସେ ଜେରା ହେବା ପରେ ବହୁ ଗୁମର ଫିଟିପାରେ। ଅର୍ଚ୍ଚନାଙ୍କ ତଥ୍ୟକୁ ଆଧାର କରି ଇଡି ବହୁ ବଡ଼ବଡ଼ିଆଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଏହି ମାମଲା କେଉଁ ମୋଡ଼ ନେଉଛି ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବାର୍ତ୍ତା: କହିଲେ,‘ତାଙ୍କର ସ୍ପଷ୍ଟବାଦୀ ଓ ସୁସ୍ପଷ୍ଟ ମତ…’

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ଭଳି ଗଭୀର…

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଏହି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ନାନା ପାଟେକର; ପ୍ରଧାନମନ୍ତ୍ରୀ ପଦକୁ ନେଇ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା

ମୁମ୍ବାଇ,୮।୧୦: ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ନିଜର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ସେ କେବଳ ନିଜ ଚଳଚ୍ଚିତ୍ର ପାଇଁ…

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?