ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର
ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର…
ଭସାଣିକୁ ନେଇ ଆସିଲା ଗାଇଡ୍ଲାଇନ୍
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍ଲାଇନ୍ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ…
ଶ୍ରୀମନ୍ଦିର ଚୂଡ଼ାରେ ଚଢ଼ିଗଲେ ପୂଜକ
ପୁରୀ ଅଫିସ,୫ା୧୦: ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଚୂଡ଼ାରେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଚଢ଼ିଯାଇଥିଲେ। ସେ ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢ଼ି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଏହା ଦେଖିବାକୁ ପାଇଥିଲେ। ତାଙ୍କୁ ଓହ୍ଲାଇବାକୁ ପୋଲିସ…
ମିଳିଲା ଅନୁମତି: ରାଜଧାନୀର ୪ ସ୍ଥାନରେ ହେବ ରାବଣପୋଡି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୪ ସ୍ଥାନରେ ରାବଣପୋଡି ହେବ। ଅଗ୍ନିଶମ ବିଭାଗ ଏ ନେଇ ଅନୁମତି ଦେଇଛି। ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳ ପୂଜା କମିଟିକୁ ଅନୁମତି ଦିଆଯାଇଛି। ଏହାପରେ କମିଶନରେଟ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ…
ଆଶା ଆଶଙ୍କାରେ ରାବଣପୋଡ଼ି, ଏଯାଏ ମିଳିନି ଅନୁମତି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଦଶହରା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରାବଣପୋଡ଼ି। ତେବେ ଚଳିତ ବର୍ଷ ରାଜଧାନୀରେ ରାବଣପୋଡ଼ି ଉତ୍ସବ ହେବ କି ନାହିଁ ସେ ନେଇ ଆଶା ଆଶଙ୍କା ଲାଗି ରହିଛି। ରାବଣପୋଡି ପାଇଁ ରାଜଧାନୀରେ ଏପର୍ଯ୍ୟନ୍ତ କୌଣସି ପୂଜାମଣ୍ଡପକୁ ଅଗ୍ନିଶମ ବିଭାଗ…
ଦଶମୀ ବି ପଡ଼ିପାରେ ଫିକା, ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଏଥିଯୋଗୁ ପୂଜା ବଜାର ସାମାନ୍ୟ ଫିକା ପଡ଼ିଛି। ତେବେ ବୁଧବାର ୧୨ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଦଶମୀ ମଧ୍ୟ ଫିକା ପଡ଼ିଲା ଭଳି ଲାଗୁଛି।…
ଆଜି ଦଶହରା, ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର,୫।୧୦(ବ୍ୟୁରୋ): ମା’ ଦୁର୍ଗାଙ୍କ ଆଜି ଦଶମୀ ପୂଜା। ଭାଇଚାରାର ସହର କଟକ ସମେତ ରାଜଧାନୀର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ଲାଗି ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ…
ଆଜି ରାଜ୍ୟରେ ୬୮କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୯ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ
ବୌଦ୍ଧ,୫।୧୦(ସ୍ବ.ପ୍ର.): ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁଶୀଲ ବେହେରା(୨୧), ସୁକାନ୍ତି ବେହେରା(୩୦), ସୋହନ ବେହେରା (୧୧)। ବୁଧବାର ସକାଳେ ଶୋଇଥିବା…
କଳାହାଣ୍ଡିରେ ଅଘଟଣ: ସାନ ଭାଇଙ୍କ ସହଯୋଗରେ ବଡ଼ ଭାଇଙ୍କୁ ହତ୍ୟାକରି ପୋତିଦେଲେ ମଝିଆ ଭାଇ
ଭବାନୀପାଟଣା,୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିିଛି। ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ମଝିଆ ଭାଇ ହତ୍ୟା କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ସାନଭାଇ…
ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ
ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଇଥିଲା। ଶୋଭାଯାତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ…
ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ୧୭୮ ଦେଶ ଆନ୍ତର୍ଜାତିକ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନରେ…

