୪୮ ଘଣ୍ଟାରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୬ା୧୨(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତ(ଡିପ୍ରେସନ)ରେ ପରିଣତ ହେବ। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାର ୨୪ ଘଣ୍ଟା ପରେ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେବ। ଆସନ୍ତା ୮ ତାରିଖ ରାତିରେ ବାତ୍ୟା ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବା ଆଶଙ୍କା ରହିଛି। କିନ୍ତୁ ଓଡ଼ିଶା ଉପରେ ବାତ୍ୟାର ସିଧା ପ୍ରଭାବ ପଡ଼ିବ ନାହିଁ। ତେବେ ୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହାଛଡ଼ା ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର ଜିଲାରେ ମଧ୍ୟ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ଦିନକ ପରେ ବାତ୍ୟା ସମ୍ପର୍କରେ ଚିିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ରାଜ୍ୟରେ ଶୀତ ସାମାନ୍ୟ ଅଧିକ ଅନୁଭୂତ ହୋଇଛି। ସୋମବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ର ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୧୨.୪, ସୁନ୍ଦରଗଡ଼ ୧୨.୮, ଝାରସୁଗୁଡ଼ା ୧୨.୬, କୋରାପୁଟ ୧୩ ଓ କେନ୍ଦୁଝରରେ ୧୩.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ

ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ,...

ଘରକୁ ଘର ବୁଲି ଡେଙ୍ଗୁ ସଚେତନତା କଲେ ମହିଳା

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ସତ୍ୟନଗର ଲେଡିଜ୍‌ ଫୋରମ୍‌ ଓ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେଶନର ମିଳିତ ସହଯୋଗରେ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିଠାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି...

ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁରକ୍ଷା କର୍ମୀ

ହିଞ୍ଜିଳିକାଟୁ,୧୯।୮(ଡି.ଏନ.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା...

ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ...

କରୋନା ପାଇଁ ଘୁଞ୍ଚିଲା: ଏପ୍ରିଲ ୨୫ରେ ବାର୍‌ ଆସୋସିଏଶନ ନିର୍ବାଚନ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ସମସ୍ତ ବାର୍‌ ଆସୋସିଏଶନ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ମାାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ହେବାର ରହିଥିଲା। ମାତ୍ର ଏବେ...

ହୀରାକୁଦ ଡ୍ୟାମ୍‌ରେ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର, ୧୯ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୪ଟି ଗେଟ୍‌ରେ ପ୍ରତି ସେକେଣ୍ଟରେ ୧ଲକ୍ଷ ୭୫...

ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ନବୀନ: ପ୍ରଥମ ଥର ପାଇଁ ୯ ଉପସଭାପତିଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୧।୭(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି। ସେ ୮ ବରିଷ୍ଠ ଉପସଭାପତି, ୯...

ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା...

Advertisement
Archives

Model This Week