ରାଜ୍ୟ

୨ ବର୍ଷ ଥିଲା ଚାକିରି: ବହିଷ୍କୃତ ହେଲେ ଅଙ୍ଗନୱାଡି

ଫୁଲବାଣୀ ଅଫିସ, ୪ା୧୧: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଅଙ୍ଗନୱାଡି କର୍ମୀଙ୍କୁ ମହଙ୍ଗା ପଡିଛି । ପ୍ରଶାସନିକ ତଦନ୍ତ ପରେ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି । ସେ ହେଲେ ମାଧୁରୀ ପ୍ରଧାନ ।…

ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୪।୧୧(ଡି.ଏନ୍‌.ଏ.): ଶୁକ୍ରବାର କାର୍ତ୍ତିକ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥୀ ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ସହିତ ଶ୍ରୀରାଧାଙ୍କ ସୁନା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗଛି। ମନ୍ଦିର ବେଢାରେ…

ଆସନ୍ତା ୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ପରୀକ୍ଷା: ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

କଟକ ଅଫିସ,୪।୧୧: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେବେ ପରୀକ୍ଷା…

ଏମ୍ସରେ ୧୩ ଦଲାଲଙ୍କୁ ଗିରଫ କଲା ପୋଲିସ ,ଚଢା ଦରରେ ବିକୁଥିଲେ ଟିକେଟ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ପୋଲିସ ଶୁକ୍ରବାର ଚଢାଉ କରିଛି। ଏଥିରେ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି। ଏହି ଦଲାଲମାନେ ରୋଗୀଙ୍କୁ ସହାୟତା ଦେବା ନାଁରେ ଟଙ୍କା ଲୁଟୁଥିଲେ। ଟିକେଟ୍‌ କାଉଣ୍ଟରରୁ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ…

ବଢ଼ିବ ଟ୍ରମା କେୟାରର ଶକ୍ତି

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମାଇବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ସରକାର ଟ୍ରମା ଚିକିତ୍ସା ସୁବିଧାକୁ ମଜବୁତ କରିଛନ୍ତି। ଭାରତ ସରକାରଙ୍କ ସହଯୋଗରେ ଆରମ୍ଭ କରିବା ପାଇଁ ଏକାଦଶ ଆର୍ଥିକ…

ବସିବ ଛତିଶା ନିଯୋଗ ବୈଠକ: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ହେବ ଆଲୋଚନା

ପୁରୀ ଅଫିସ,୪।୧୧: ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଜଣାପଡିଛି। ଏଥିପାଇଁ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ…

ପ୍ରସ୍ଫୁଟିତ ହେଉନି ଚିତ୍ରକଳା ପ୍ରତିଭା

ଆଠମଲ୍ଲିକ,୪ା୧୧ (ଉଦୀପ୍ତ ପୁରୋହିତ): ଚିତ୍ରକଳାରେ ଚମତ୍କାରିତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସହ ଆଠମଲ୍ଲିକକୁ ଗୌରବାନ୍ବିତ କରିଛନ୍ତି ସୁନାମଧନ୍ୟ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ହେଲେ ସେହି ଆଠମଲ୍ଲିକ ମାଟିରେ ଆଉ ଚିତ୍ରକଳାକୁ ମିଳୁନି ଉପଯୁକ୍ତ ପ୍ରୋତ୍ସାହନ। ପ୍ରସ୍ଫୁଟିତ ହେଉନି ପିଲାଙ୍କ ମଧ୍ୟରେ…

ଅଜଣା ଜନ୍ତୁ ଶିକାର: ୬୩ ଛେଳି ମୃତ, ୨୮ ଗୁରୁତର

ପାରଳାଖେମୁଣ୍ଡି,୪ା୧୧(ଡି.ଏନ୍‌.ଏନ୍‌.): ଗଜପତି ଜିଲା କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ୨୮ଟି ଛେଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା କିପରି ଘଟିଲା ଏତେ ସଂଖ୍ୟକ ଛେଳି ମରିବା…

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍‌ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ଭିଡକୁ…

କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ ବସିଛି। ଚାଷୀ ଉପାୟଶୂନ୍ୟ ହୋଇ କ୍ଷେତରେ ଗୋରୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଗୁରୁବାର…

ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା ବ୍ଲକ ଅଧୀନ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ନିକଟରେ ରହିଛି ଏହି ଜଳପ୍ରପାତ। ପ୍ରାକୃତିକ ସବୁଜିମାରେ…

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୨୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?