ଖତଖାଉଛି ଏଲ୍‌ଆଇ ପଏଣ୍ଟ

ପାରଳାଖେମୁଣ୍ଡି,୨୫ା୧୨(ଡି.ଏନ୍‌.ଏ.):  ଗଜପତି ଜିଲାରେ ଉଠା ଜଳସେଚନ ବିଭାଗର ବେପରୁଆ ପଣର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏହାର ନମୂନା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମଠାରେ ମଧ୍ୟ ଦେଖିବାକୁ ମିଳିଛି। ଚାଷୀ ତଥା ଗ୍ରାମବାସୀଙ୍କ କହିବା ମୁତାବକ ଚାଷ ଜମିରେ ଜଳ ଯୋଗାଣର ସୁବିଧା ପାଇଁ ବହୁ ଦାବି ପ୍ରତିବାଦ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୬ବର୍ଷ ପୂର୍ବେ ଗ୍ରାମ ନିକଟସ୍ଥ କେନାଲ ବା ଚେକଡ୍ୟାମ ତଟରେ ଲକ୍ଷାଧିକ ଟଙ୍କା ବ୍ୟୟ ବହୁଳରେ ଏକ ଏଲଆଇ ପଏଣ୍ଟ ସ୍ଥାପନ କରାଯାଇଥିଲା। ଚାଷୀଙ୍କ ମହତ୍ୱ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଏହି ପଏଣ୍ଟ ସ୍ଥାପିତ ହେବାର କିଛି ଦିନ ଧରି କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏହା ଆଉ କାମ ଦେଇନଥିଲା। ବିଭାଗୀୟ ଅଧିକାରୀମାନେ ଆଉ ଏହାର ରକ୍ଷଣାବେକ୍ଷଣ ନକରି ଲୋକବାକ୍ୟ ପରି ଏହାକୁ ସେମିତି ଛାଡି ଦେଲେ। ଏହି ଏଲଆଇ ପଏଣ୍ଟ ନିମନ୍ତେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇଥିଲା। ହେଲେ ଏ ସବୁ ଏବେ ଖତ ଖାଉଛି। ଏଲଆଇ ପଏଣ୍ଟ ପାଇଁ ସ୍ଥାପିତ ମୋଟର ଓ କୋଠା ଗୃହ ଧସି ଯାଇ ଢଳି ହେବାରେ ଲାଗିଥିବା ବେଳେ ଟ୍ରାନ୍ସଫର୍ମର ମଧ୍ୟ ଢଳି ହୋଇ ରହିଛି। ଏହାର ଆଖପାଖ ଅଞ୍ଚଳରେ ବନାଞ୍ଚଳ ସୃଷ୍ଟି ହୋଇଛି। ଦୂରରୁ ଏହା ଏବେ ଆଉ ଦେଖାଯାଉ ନାହିଁ । ଚାଷୀଙ୍କ ଉପଯୋଗରେ ଆସିବ ବୋଲି ଲକ୍ଷ ଲକ୍ଷ ଟଙ୍କା ସରକାର ରାଜକୋଷରୁ ଖର୍ଚ୍ଚ କରାଯାଇ ସ୍ଥାପନ ହେଲେ ମଧ୍ୟ ଏହା ଏବେ ଖତ ଖାଇବାପାଇଁ ଛାଡି ଦିଆଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଗ୍ରାମର ଚାଷୀମାନେ ଜଣାଇଛନ୍ତି ଯେ, ଏ ନେଇ ବାରମ୍ବାର ଉଠା ଜଳସେଚନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ନଷ୍ଟ କରିଥିବାର ଭରଣା ତତ୍କାଳୀନ ଯନ୍ତ୍ରୀ ତଥା କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରିଲେ ଏପରି ଘଟଣା ଗୁଡିକର ପୁନରାବୃତ୍ତି ଆଉ ଘଟିବନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଅନ୍ୟପଟେ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଏଲଆଇ ପଏଣ୍ଟ ସ୍ଥାପନ ପାଇଁ ଦାବି ହେଉଛି, ରାସ୍ତାରୋକୋ ହେଉଛି । ହେଲେ ବିଭାଗୀୟ ଅଧିକାରୀମାନେ ନଶୁଣିବା ଯୋଗୁ ଚାଷୀଙ୍କ ଦାବିପୁରଣ ହୋଇପାରିନି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri