ଖତଖାଉଛି ଏଲ୍‌ଆଇ ପଏଣ୍ଟ

ପାରଳାଖେମୁଣ୍ଡି,୨୫ା୧୨(ଡି.ଏନ୍‌.ଏ.):  ଗଜପତି ଜିଲାରେ ଉଠା ଜଳସେଚନ ବିଭାଗର ବେପରୁଆ ପଣର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏହାର ନମୂନା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମଠାରେ ମଧ୍ୟ ଦେଖିବାକୁ ମିଳିଛି। ଚାଷୀ ତଥା ଗ୍ରାମବାସୀଙ୍କ କହିବା ମୁତାବକ ଚାଷ ଜମିରେ ଜଳ ଯୋଗାଣର ସୁବିଧା ପାଇଁ ବହୁ ଦାବି ପ୍ରତିବାଦ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୬ବର୍ଷ ପୂର୍ବେ ଗ୍ରାମ ନିକଟସ୍ଥ କେନାଲ ବା ଚେକଡ୍ୟାମ ତଟରେ ଲକ୍ଷାଧିକ ଟଙ୍କା ବ୍ୟୟ ବହୁଳରେ ଏକ ଏଲଆଇ ପଏଣ୍ଟ ସ୍ଥାପନ କରାଯାଇଥିଲା। ଚାଷୀଙ୍କ ମହତ୍ୱ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଏହି ପଏଣ୍ଟ ସ୍ଥାପିତ ହେବାର କିଛି ଦିନ ଧରି କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏହା ଆଉ କାମ ଦେଇନଥିଲା। ବିଭାଗୀୟ ଅଧିକାରୀମାନେ ଆଉ ଏହାର ରକ୍ଷଣାବେକ୍ଷଣ ନକରି ଲୋକବାକ୍ୟ ପରି ଏହାକୁ ସେମିତି ଛାଡି ଦେଲେ। ଏହି ଏଲଆଇ ପଏଣ୍ଟ ନିମନ୍ତେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇଥିଲା। ହେଲେ ଏ ସବୁ ଏବେ ଖତ ଖାଉଛି। ଏଲଆଇ ପଏଣ୍ଟ ପାଇଁ ସ୍ଥାପିତ ମୋଟର ଓ କୋଠା ଗୃହ ଧସି ଯାଇ ଢଳି ହେବାରେ ଲାଗିଥିବା ବେଳେ ଟ୍ରାନ୍ସଫର୍ମର ମଧ୍ୟ ଢଳି ହୋଇ ରହିଛି। ଏହାର ଆଖପାଖ ଅଞ୍ଚଳରେ ବନାଞ୍ଚଳ ସୃଷ୍ଟି ହୋଇଛି। ଦୂରରୁ ଏହା ଏବେ ଆଉ ଦେଖାଯାଉ ନାହିଁ । ଚାଷୀଙ୍କ ଉପଯୋଗରେ ଆସିବ ବୋଲି ଲକ୍ଷ ଲକ୍ଷ ଟଙ୍କା ସରକାର ରାଜକୋଷରୁ ଖର୍ଚ୍ଚ କରାଯାଇ ସ୍ଥାପନ ହେଲେ ମଧ୍ୟ ଏହା ଏବେ ଖତ ଖାଇବାପାଇଁ ଛାଡି ଦିଆଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଗ୍ରାମର ଚାଷୀମାନେ ଜଣାଇଛନ୍ତି ଯେ, ଏ ନେଇ ବାରମ୍ବାର ଉଠା ଜଳସେଚନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ନଷ୍ଟ କରିଥିବାର ଭରଣା ତତ୍କାଳୀନ ଯନ୍ତ୍ରୀ ତଥା କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରିଲେ ଏପରି ଘଟଣା ଗୁଡିକର ପୁନରାବୃତ୍ତି ଆଉ ଘଟିବନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଅନ୍ୟପଟେ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଏଲଆଇ ପଏଣ୍ଟ ସ୍ଥାପନ ପାଇଁ ଦାବି ହେଉଛି, ରାସ୍ତାରୋକୋ ହେଉଛି । ହେଲେ ବିଭାଗୀୟ ଅଧିକାରୀମାନେ ନଶୁଣିବା ଯୋଗୁ ଚାଷୀଙ୍କ ଦାବିପୁରଣ ହୋଇପାରିନି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri