ଚିନ୍ତା ବଢ଼ାଇଛି ପ୍ଲାଷ୍ଟିକ୍‌ ବର୍ଜ୍ୟ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜ୍ୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଲାଣି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ପଲିଥିନ ଓ ଭଙ୍ଗା, ଫଟା ବ୍ୟବହୃତ ପ୍ଲାଷ୍ଟିକ୍‌। ବାହାଘର ଓ ବିଭିନ୍ନ ପର୍ବପର୍ବାଣିରେ ପ୍ଲାଷ୍ଟିକ୍‌, ଥର୍ମୋକୁଲର ଅତିମାତ୍ରାରେ ବ୍ୟବହାର କେବଳ ସହର ନୁହେଁ, ଗ୍ରାମାଞ୍ଚଳକୁ ମଧ୍ୟ ଆବର୍ଜନାମୟ କରିପକାଇଛି। କେବଳ ପଲିଥିନ ନୁହେଁ, ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଓ ଗୁଟ୍‌ଖା ଭର୍ତ୍ତି ହୋଇ ଆସୁଥିବା ଜରି ମଧ୍ୟ ବୋଝ ହେବାରେ ଲାଗିଛି। ରାଜ୍ୟ ସରକାର ୨୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଉପରେ କଟକଣା ଲଗାଇଛନ୍ତି। ମାତ୍ର ଏହାକୁ କେହି ମାନୁନାହାନ୍ତି। ଆଇନ କାର୍ଯ୍ୟକାରୀ ପାଇଁ ପ୍ରଶାସନ ଡାଳେ ଡାଳେ ଗଲେ ବ୍ୟବସାୟୀ ପତ୍ରେ ପତ୍ରେ ଯାଉଛନ୍ତି। ସହରରେ ଚଢ଼ଉ ହେଲେ ଗାଁ ଗହଳିକୁ ପଲିଥିନ ପଠାଇ ଦେଉଛନ୍ତି। ଚଢ଼ଉ କମିଲେ ପୁଣି ସହରରେ ବହୁ ବ୍ୟବହାର ହେଉଛି।

ରାଜ୍ୟର ବିଭିନ୍ନ ସହରାଞ୍ଚଳରୁ ବାହାରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟ ଓ ଏହାର ବିଘଟନକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ମଧ୍ୟ ତାଙ୍କ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଥିବା ୧୧୪ ପୌରସଂସ୍ଥାରୁ ଦୈନିକ ୨୨୦୮.୬୦ ଟନ୍‌ (ଟିପିଡି) ବର୍ଜ୍ୟବସ୍ତୁ ବାହାରୁଛି। ସେଥିରୁ ବାର୍ଷିକ ୪୫,୩୩୯.୪୦ ଟନ୍‌ ପ୍ଲାଷ୍ଟିକ୍‌ ବାହାରୁଛି। କେବଳ ସ୍ମାର୍ଟସିଟିରୁ ୨୦୧୮-୧୯ରେ ବାର୍ଷିକ ୧୫,୨୯୨ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାରୁଥିବାବେଳେ ୨୦୧୯-୨୦ରେ ତାହା ୧୭,୫୨୦ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ତେବେ କୌଣସି ପୌର ସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନା ଓ ପର୍ଯ୍ୟବେକ୍ଷଣକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଉଦ୍‌ବେଗର ବିଷୟ ହେଉଛି ଯେ ଏହି ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ନଷ୍ଟ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହାକୁ ମାଟିରେ ପକାଇ ଦିଆଯାଉଛି।

ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ହଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ କରିଛନ୍ତି। ଏଥିପାଇଁ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହୋଇ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଏହାର ପ୍ରଭାବ ଲକ୍ଷ୍ୟ କରାଯାଉନାହିଁ। ପୌର ସଂସ୍ଥାଗୁଡ଼ିକ କଟକଣାକୁ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ଏବେ ସମସ୍ତଙ୍କ ହାତରେ ପଲିଥିନ ଦେଖିବାକୁ ମିଳୁଛି। ସେହିଭଳି ପ୍ଲାଷ୍ଟିକ୍‌ ପାଣି ବୋତଲ, ବିଭିନ୍ନ କ୍ଷୀର ପ୍ୟାକେଟ ଜରି ସହରାଞ୍ଚଳରେ ଏଣେତେଣେ ପଡୁଛି। କିଛିଦିନ ତଳେ ବିଏମ୍‌ସିି କର୍ତ୍ତୃପକ୍ଷ କ୍ଷୀର ଜରିକୁ ଘରକୁ ଘର ବୁଲି ସଂଗ୍ରହ ପାଇଁ ଘୋଷଣା କରିଥିଲେ। ହେଲେ ସେହି ଘୋଷଣା ବି ଘୋଷଣାରେ ହିଁ ରହିଗଲା।
ସହରାଞ୍ଚଳରୁ ବାହାରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ନାଳନର୍ଦ୍ଦମା ଜାମ୍‌ ହେବା ସହିତ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି। ଏହାକୁ ଖାଇ ଗୋରୁ ବି ମୃତ୍ୟୁମୁଖରେ ପଡୁଛନ୍ତି। ଯେପର୍ଯ୍ୟନ୍ତ ନିମ୍ନମାନର ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ ନ ହୋଇଛି ସେପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌କୁ ରୋକିବା ସହଜ ହେବ ନାହିଁ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି।

ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରେ ୫ ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହିତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ ଘୋଷଣା କରିଥିଲେ। ଏହାର ଠିକ୍‌ ବର୍ଷେ ପରେ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣି ବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ୍‌ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟ୍‌ଡୋର୍‌ କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଗର ନିଗମ କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହି ଅଧିକାରୀମାନେ ପରିବେଶ(ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡବିଧାନ କରିପାରିବେ। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋରଦାର ହୋଇଥିଲା। ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ଜନସାଧାରଣ ପଲିଥିନ ବଦଳରେ ବ୍ୟାଗ୍‌ ନେବାକୁ ପସନ୍ଦ କରୁଥିଲେ। କରୋନା ମହାମାରୀ ସଂକ୍ରମଣକୁ ଦେଖି ରାଜ୍ୟରେ ଲକ୍‌ଡାଉନ ଓ ଶଟଡାଉନ ଜାରି ହେଲା। ଏହା ପରେ ପଲିଥିନ ବ୍ୟବହାର ବହୁପରିମାଣରେ ବଢ଼ିଯାଇଛି।

ଭୁବନେଶ୍ୱରର ବ୍ୟବସାୟୀ ରଘୁନାଥ ସାହୁ କହିଛନ୍ତି, ଗ୍ରାହକମାନେ ସାମଗ୍ରୀ ନେବାକୁ ପଲିଥିନ ମାଗୁଛନ୍ତି। ପଲିଥିନ ନ ଦେଲେ ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ପଲିଥିନ ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଆମେ ବାଧ୍ୟ ହୋଇ ଆଣୁଛୁ। ପଲିଥିନ ଉତ୍ପାଦନ ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି। ଗ୍ରାହକ ଚୈତନ୍ୟ ପ୍ରଧାନ କହିଛନ୍ତି, ହଠାତ୍‌ ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ବ୍ୟବହାର ବଢ଼ିଛି। ଆଗରୁ ଧରପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ୍‌ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟ ପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି, ଲୋକମାନେ ପଲିଥିନର ପ୍ରତିକୂଳ ପ୍ରଭାବ ବିଷୟରେ ସଚେତନ ହେବା ଦରକାର। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?