ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ ଭାରତରେ ୯୨୯, ଓଡ଼ିଶାରେ ୮୯୪ ଏବଂ ଯାଜପୁର ଜିଲାରେ ୮୯୮ ଝିଅ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ପୁଅ ଓ ଝିଅ ଜନ୍ମ ବ୍ୟବଧାନ ୧୦୨ ରହିଛି। ବାସ୍ତବରେ ବର୍ତ୍ତମାନ ବାହାଘର ପାଇଁ ଝିଅ ଖୋଜା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଝିଅପୁଅ ଜନ୍ମହାରରେ ଏଭଳି ବ୍ୟବଧାନ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପୁଅଙ୍କୁ ଆଉ ଝିଅ ମିଳିବନି ବୋଲି ମତପ୍ରକାଶ ପାଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡ଼ିଶାରେ ୯୩୨ ରହିଥିଲା। ଅନ୍ୟପକ୍ଷରେ ୨୦୦୧ ଜନଗଣନା ରିପୋର୍ଟରେ ଜିଲାରେ ୯୩୭ ଝିଅ ଜନ୍ମ ହୋଇଥିବାବେଳେ ଭାରତରେ ୯୨୭ ଓ ଓଡ଼ିଶାରେ ୯୫୩ ଜନ୍ମ ନେଇଥିଲେ।

୨୦୧୧ ବର୍ଷରେ ଜିଲାରେ ୯୨୬, ଭାରତରେ ୯୧୯ ଏବଂ ଓଡ଼ିଶାରେ ୯୪୧ ଝିଅ ଜନ୍ମ ହୋଇଥିଲେ। ଅର୍ଥାତ୍‌ ଏହି ୧୦ ବର୍ଷରେ ଯାଜପୁର ଜିଲାରେ ଝିଅ ଜନ୍ମହାର ୨୮କୁ ହ୍ରାସ ପାଇଛି। ଛତୁ ଫୁଟିଲା ଭଳି ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୂପଣ ଘଟଣା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଜିଲା ସଦର ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡ଼ିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ ହେଉଛି। ଏପରିକି ବେଆଇନ ଲିଙ୍ଗ ନିରୂପଣ ଏବଂ ଭ୍ରୂଣହତ୍ୟା ସଂକ୍ରାନ୍ତରେ ଖବର ଦେଲେ ସେମାନଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ଏଭଳି ଚତୁରତାର ସହ ଲିଙ୍ଗ ନିରୂପଣ ହେଉଛି ଯେ, ଝିଅ ଜନ୍ମ ଅନୁପାତ ହ୍ରାସ ପାଇବା ସହ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି।

ଅଲ୍‌ଟ୍ରାସାଉଣ୍ଡ ମେଶିନ ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀ ମହିଳାଙ୍କ ଅଲ୍‌ଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରିକି ବେସରକାରୀ ଅଲ୍‌ଟ୍ରାସାଉଣ୍ଡ ବ୍ୟବସାୟୀମାନେ ଏହାର ଫାଇଦା ନେବାକୁ ଯାଇ ଲିଙ୍ଗ ନିରୂପଣ କରିବାକୁ ପଛାଉ ନାହାନ୍ତି ବୋଲି କୁହାଯାଉଛି।

ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ଝିଅ ଜନ୍ମ ହ୍ରାସ ମଣିଷକୃତ। ନିଜ ଗୋଡ଼ରେ ନିଜେ କୁରାଢି ମାରି ଆଗକୁ ବିପଦକୁ ଡାକୁଛେ। ଏହା ସାମାଜିକ ଜୀବନକୁ ପ୍ରଭାବିତ କରିବ। ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ବେ ଲିଙ୍ଗ ନିରୂପଣ ଏବଂ ଭ୍ରୂଣହତ୍ୟାକୁ ରୋକାଯାଇପାରୁନାହିଁ। ଏଥିପାଇଁ ସମସ୍ତେ ସଚେତନ ହୋଇ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିବାର ଆବଶ୍ୟକତା ରହିଛି।

ନବଉତ୍କଳ ମହିଳା ସମିତିର ସାଧାରଣ ସମ୍ପାଦିକା ଜୟନ୍ତୀ ଜେନା କୁହନ୍ତି, ଏବେ ପୁଅଙ୍କୁ ଝିଅ ମିଳୁନାହିଁି। ତେବେ ଝିଅ ଜନ୍ମ ଯେଉଁ ପ୍ରକାରେ ହ୍ରାସ ପାଉଛି ଆଗକୁ ପରିସ୍ଥିତି ଭୟଙ୍କର ହେବ। ସଂସାର କେମିତି ଚଳିବ। ବିଶେଷକରି ଶିକ୍ଷିତ ପରିବାର ଲୋକେ ଲିଙ୍ଗ ନିରୂପଣ କରି ଭ୍ରୂଣହତ୍ୟା କରୁଛନ୍ତି। ତେଣୁ ଗୋଟିଏ ସନ୍ତାନ ଜନ୍ମ ଆଇନ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?