ରାଜ୍ୟ

ସବୁଠୁ ଉତ୍ତପ୍ତ ରାଜଧାନୀ: ୪୨ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଅସହ୍ୟ କଲାଣି ତାତି। ଉପରମୁହାଁ ହେଉଛି ପାରଦ। ସକାଳ ଆଠଟାରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ଦିନ ସାଢେ ୨ ଟା ସୁଦ୍ଧା ଭୁବନେଶ୍ୱରରେ ୪୨.୦୨ ଡିଗ୍ରୀ…

ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା,୧୮।୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଦୀପାଳି ସମର୍ଥକମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି। ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ…

ସମ୍ବଲପୁର ଯାଉଥିବା ବେଳେ ଭାଜପା ନେତାଙ୍କୁ ଅଟକାଇଲା ପୋଲିସ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ସହରରେ କର୍ଫ୍ୟୁ ଜାରି ହୋଇଛି। ତେବେ ମଙ୍ଗଳବାର ସକାଳେ କର୍ଫ୍ୟୁ କୋହଳ ଥିବା ବେଳେ ଦଙ୍ଗାରେ ମୃତକ ଓ ଗୁରୁତରଙ୍କ ପରିବାରକୁ ଭେଟିବା ପାଇଁ ଭାଜପାର ହେଭିୱେଟ ନେତାମାନେ ଯାଉଥିବା ବେଳେ…

ପଦା ହେଉଛି ସୁଲିଆ ସଂରକ୍ଷିତ ଜଙ୍ଗଲ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଜଙ୍ଗଲ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ବଡ ବଡ ଗଛ…

ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌

ଭୁବନେଶ୍ୱର,୧୮।୪: ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ରାଜ୍ୟରେ ସକାଳ ୯ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା ଟପିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ…

୩ ମହିଳାଙ୍କ ଜଣେ ସ୍ବାମୀ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ସ୍ବାମୀ ଜଣେ, ସ୍ତ୍ରୀ ତିନୋଟି। ଫିଲ୍ମ ଷ୍ଟାଇଲରେ ପ୍ରେମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣାରେ। ଏଠିକାର ଜଣେ ବ୍ୟକ୍ତି ୩ ମହିଳାଙ୍କୁ ଠକି ବିବାହ କରିଥିବା ଅଭିଯୋଗ…

ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର

ପାଟଣା,୧୮।୪(ସ୍ବ. ପ୍ର.): କେନ୍ଦୁଝର ଜିଲାରେ ଦିନ ୧୦ଟା ବାଜିଲେ ପ୍ରବଳ ଖରା ଅନୁଭୂତ ହେଉଛି। ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ପହଞ୍ଚିଛି। ଏଭଳିସ୍ଥିତିରେ ସ୍କୁଲ,…

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲରୁ ଏଭଳି ରୋଗୀଟିଏ ଫେରିଯିବା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି…

୨୭ରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଶିକ୍ଷା,…

ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଇଡିର ବିରୋଧ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ଅଛନ୍ତି। ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବାବେଳେ…

୧୯୯୯ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା: ସିଏସ୍‌

ଭୁବନେଶ୍ବର, ୧୮ା୪(ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ପକ୍ଷରୁ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କୁ ନେଇ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏହି ‘ଜେନ୍‌ ନେକ୍ସଟ୍‌-ଡେମୋକ୍ରାସି-ନେଟ୍‌ ୱର୍କ’ ଆଲୋଚନାଚକ୍ରରେ ମୁଖ୍ୟ ଶାସନ…

ଠେଲାଗାଡ଼ି ଚାଳକଙ୍କ ଉପରେ ମାଡ଼ିଗଲା କଣ୍ଟେନର: ଉତ୍ତେଜନା

ରାୟଗଡ଼ା,୧୮।୪(ସ୍ବ.ପ୍ର.): ମଙ୍ଗଳବାର ଭୋରରେ ଜଣେ ଠେଲା ଚାଳକଙ୍କ ଉପରକୁ ଚଢ଼ିଗଲା କଣ୍ଟେନର। ରାଉରକେଲାରୁ ବିଶାଖାପାଟଣା ଯାଇଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏପରି କି କଣ୍ଟନରଟି ମାଛ ନେଇ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?