ସବୁ ଜିଲାପାଳଙ୍କୁ ଖରିଫ ସର୍କୁଲାର ଜାରିକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୬(ବ୍ୟୁରୋ): ଖରିଫ୍‌ ୨୦୨୩ କାର୍ଯ୍ୟକ୍ରମରେ ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଚାଷଜମିରୁ ୧୧୬.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ, ୨.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ତୈଳବୀଜ, ୯.୨୮ ଲକ୍ଷ ଗାଣ୍ଠି ତନ୍ତୁଜ ଏବଂ ୮୭.୪୨ ଲକ୍ଷ ମେଟ୍ରିକ୍‌ ଟନ୍‌ ପନିପରିବା ଓ ମସଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ୍‌ କାର୍ଯ୍ୟକ୍ରମ ୨୦୨୩କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁବାର ଅନୁମୋଦନ କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ବାଭାବିକ ମୌସୁମୀ ବର୍ଷର ପୂର୍ବାନୁମାନ ଅନୁଯାୟୀ ଏହି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ଲକ୍ଷ ହେକ୍ଟର ଧାନଜମିରେ ଫସଲର ବିବିଧୀକରଣ କରାଯାଇ ଅଧିକ ଅର୍ଥକରୀ ଫସଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍‌ ମିଶନ, ଫସଲର ବିବିଧୀକରଣ, ସମନ୍ବିତ କୃଷି, ଫାର୍ମପଣ୍ଡ ପ୍ଲସ୍‌, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯାନ୍ତ୍ରିକୀକରଣରେ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ, ଜଳନିଧି ଓ ସୌର ଜଳନିଧି ଆଦିକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ମିଲେଟ୍‌ ମିଶନକୁ ରାଜ୍ୟର ସମସ୍ତ ୩୦ ଜିଲାର ୧୭୭ଟି ବୃଷ୍ଟିପୁଷ୍ଟ ବ୍ଲକ୍‌କୁ ସମ୍ପ୍ରସାରିତ କରାଯାଇଛି। ସେହିପରି ଫସଲର ବିବିଧୀକରଣ କାର୍ଯ୍ୟକ୍ରମରେ ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପର ଆୟକଟ୍‌ ଅନ୍ତର୍ଗତ ସମ୍ଭାବ୍ୟ ଉଚ୍ଚ ଏବଂ ମଧ୍ୟମ ଧାନଜମିରେ ବିଭିନ୍ନ ଅଣଧାନ ଉଚ୍ଚମୂଲ୍ୟର ଫସଲ ଚାଷ ଯଥା-ଡାଲି, ତୈଳବୀଜ ଏବଂ ପନିପରିବା ଚାଷ କରାଯିବା ପାଇଁ ଯୋଜନା କରାଯାଇଛି। ଖରିଫ୍‌ ଋତୁରେ ଚାଷୀମାନଙ୍କୁ ୨୦,୭୯୨ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବାର ବ୍ୟବସ୍ଥା ରହିଛି। ସମସ୍ତ ଇଚ୍ଛୁକ ଚାଷୀ ଏବଂ ଋଣଗ୍ରହୀତା ଚାଷୀମାନଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଜିଲାର କୃଷି ପରିବେଶ ଅନୁଯାୟୀ ଉପଯୁକ୍ତ ରଣନୀତି ସହିତ ଖରିଫ ଫସଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ଜିଲାର ଜିଲାପାଳଙ୍କୁ ଖରିଫ୍‌ ସର୍କୁଲାର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?