ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ଘଟଣା: ନୟାଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯ା୬ (ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ସିମ୍‌ କାର୍ଡର ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ସାହୁ (୩୨)। ପ୍ରଦ୍ୟୁମ୍ନଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ନୟାଗଡ଼ ଜିଲାର ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଏବଂ ଯାଜପୁର ଜିଲାର ସୌମ୍ୟ ପଟ୍ଟନାୟକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଦ୍ୟୁମ୍ନ ଗ୍ରାଜୁଏଟ୍‌ ହୋଇଥିବାବେଳେ ସେ ପୂର୍ବରୁ ଆଇଡିଆର ଟେରିଟୋରି ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଓ ଜିଓ ପଏଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ବର୍ତ୍ତମାନ ବ୍ଲାକ ବକ୍‌ ଓ ଫାସ୍‌ଟାଗ୍‌ କମ୍ପାନୀରେ କାମ କରୁଛନ୍ତି। ପ୍ରଦ୍ୟୁମ୍ନ ପୂର୍ବରୁ ବହୁ ଲୋକଙ୍କୁ ଜାଲରେ ଫସାଇ ଅନେକ ସିମ୍‌ କରିଥିଲେ। ତଦନ୍ତବେଳେ ଜଣାପଡ଼ିଛି ଯେ, ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କାଙ୍କୁ ପ୍ରଦ୍ୟୁମ୍ନ ୫୦୦ରୁ ଉର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଓ ୧୫୦ରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ପେଟିଏମ୍‌ ୱାଲେଟ୍‌ ବିକ୍ରି କରିଛନ୍ତି। ଏହି ସିମ୍‌ ଓ ୱାଲେଟ୍‌କୁ ଆଇଏସ୍‌ଆଇ ଏଜେଣ୍ଟମାନେ ବ୍ୟବହାର କରୁଥିଲେ ବୋଲି ଏସ୍‌ଟିଏଫ୍‌ କହିଛି। ଏହି ମାମଲାରେ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ପଠାଣିସାମନ୍ତ, ସରୋଜ, ସୌମ୍ୟ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍‌ ଦ୍ୱାରା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଆଇଏସ୍‌ଆଇ ଏଜେଣ୍ଟମାନେ ଉକ୍ତ ଓଟିପିକୁ ଆଧାର କରି ହ୍ବାଟ୍‌ସଆପ୍‌, ଟେଲିଗ୍ରାମ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର୍‌ ଆଦି ସୋସିଆଲ ମିଡିଆ ଏବଂ ଆମାଜନ, ଫ୍ଲିପକାର୍ଟ ଭଳି ଶପିଂ ଆପ୍‌ରେ ଆକାଉଣ୍ଟ ଅପରେଟ୍‌ କରିପାରୁଛନ୍ତି। କିଛିଦିନ ତଳେ ଏସ୍‌ଟିଏଫ୍‌ ଏଭଳି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ସନ୍ଧାନ ପାଇଥିଲା। ସେଥିରେ ବହୁ ସଦସ୍ୟ ଥିବାବେଳେ ଏସ୍‌ଟିଏଫ୍‌ ଉପରୋକ୍ତ ୩ ଅଭିଯୁକ୍ତଙ୍କ ପରିଚୟ ପାଇବା ପରେ ସେମାନଙ୍କୁ ଗିରଫ କରି ଗତ ମେ’ ୧୪ରେ କୋର୍ଟଚାଲାଣ କରିଥିଲା। ପରେ ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri