ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ହାଇସ୍କୁଲର ବିଭିନ୍ନ କୋଠରିରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମୃତଦେହ ରଖାଯାଇଥିଲା। ସ୍କୁଲ ଗୃହରେ ରକ୍ତର ଛିଟା ପଡ଼ିଥିବାବେଳେ ବେଞ୍ଚ, ଡେସ୍କରେ ମଧ୍ୟ ଏବେବି ରକ୍ତଦାଗ ଲିଭି ନାହିଁ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ସ୍କୁଲକୁ ଆସିବା ପାଇଁ ଭୟ କରୁଛନ୍ତି। କିଛି ଦିନ ପରେ ବିଦ୍ୟାଳୟ ଖୋଲିବ। ଉକ୍ତ ଗୃହରେ କିପରି ଛାତ୍ରୀଛାତ୍ର ପାଠ ପଢ଼ିବେ ସେନେଇ ଚିନ୍ତା ପ୍ରକଟ କରି ବିଦ୍ୟାଳୟ ପରିଚାଳନା କମିଟି ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଜିଲାପାଳ ଏ ସମ୍ପର୍କରେ ସଚିବଙ୍କ ସହ ଆଲୋଚନା କରିବା ପରେ ଉକ୍ତ ବିଦ୍ୟାଳୟ ଗୃହକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ବାହାନଗା ହାଇସ୍କୁଲ ପରିସରରେ ଥିବା ଶ୍ରେଣୀ କକ୍ଷ ଓ ଅଡିଟୋରିୟମରେ ରଖାଯାଇଥିଲା। ଧୀରେ ଧୀରେ ଏଗୁଡ଼ିକୁ ଚିହ୍ନଟ କରାଯିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏପରି କି କେତେକ ମୃତଦେହ ଚିହ୍ନଟ ହୋଇ ନ ଥିବାରୁ ସେଗୁଡ଼ିକୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇ ମର୍ଗ ହାଉସରେ ରଖାଯାଇଛି। ବିଦ୍ୟାଳୟ ପରିସରରୁ ମୃତଦେହ ନିଆଯିବା ପରେ ଏବେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍କୁଲ ଛୁଟି ଥିବାରୁ ପିଲାମାନେ ଆସୁ ନାହାନ୍ତି ସତ, କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଶିକ୍ଷୟିତ୍ରୀଶିକ୍ଷକ ସେଠାକୁ ଯିବାକୁ ଭୟ କରୁଛନ୍ତି। ଛୁଟି ସରିବା ପରେ ବିଦ୍ୟାଳୟ ଖୋଲାଗଲେ କିଭଳି ଶିକ୍ଷାଦାନ କରାଯିବ ସେନେଇ ଚିନ୍ତାରେ ଅଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ। ବାହାନଗା ବିଡିଓଙ୍କ ପରାମର୍ଶକ୍ରମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବୁଧବାର ବିଦ୍ୟାଳୟ ପରିସରକୁ ସାନିଟାଇଜ୍‌ କରାଯାଇଥିଲା। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଗୁରୁବାର ଏହି ବିଦ୍ୟାଳୟ ଗୃହ ପରିଦର୍ଶନ କରିଛନ୍ତି। ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏବଂ ରକ୍ତର ଛିଟା ପଡ଼ିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ଦାବି କରାଯାଇଥିଲା। ତେବେ ଏ ସମ୍ପର୍କରେ ଜିଲାପାଳ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏଠାକୁ ଆସିଛି। ଲୋକଙ୍କ ଭାବନାକୁ ଗୁରୁତ୍ୱ ଦିଆଯାଉଛି। ପରିଚାଳନା କମିଟିଙ୍କ ମତରେ ଯେହେତୁ ଛୋଟ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କ ମନରେ ଭୟ ରହୁଛି। ପୁରୁଣା ଆଜବେଷ୍ଟସ୍‌ ସ୍କୁଲ ଘର ଭାଙ୍ଗି ନୂତନ ଗୃହ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସ୍କୁଲ ଘର ବହୁତ ପୁରୁଣା, ସ୍କୁଲ ପରିଚାଳନା କମିଟି ଲିଖିତ ଭାବେ ଜିଲା ପ୍ରଶାସନକୁ ଜଣାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ବାବଦରେ ସେ ସଚିବଙ୍କ ସହ କଥା ହୋଇଛନ୍ତି। ପ୍ରତିଶ୍ରୁତି ରକ୍ଷା କରି ସ୍କୁଲ ଭାଙ୍ଗିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିବା ଜିଲାପାଳ କହିଛନ୍ତି। ଦୁର୍ଘଟଣା ବେଳେ ଜିଲା ପ୍ରଶାସନ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମିଳିମିଶି କାମ କରିଥିବାରୁ ଅନେକଙ୍କ ଜୀବନ ବଞ୍ଚତ୍ୟାଇଥିବା କହିବା ସହ ଜିଲାବାସୀଙ୍କ ଉଦ୍ୟମକୁ ଜିଲାପାଳ ବେଶ୍‌ ପ୍ରଶଂସା କରିଥିଲେ। ଅପରପକ୍ଷରେ ଏହି ଟ୍ରେନ ଦୁର୍ଘଟଣାରେ ଜିଲାର ମୋଟ ୧୪ ଜଣ ପ୍ରାଣ ହରାଇଥିବାବେଳେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ୫ ଜଣ ଆହତଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri