ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ହାଇସ୍କୁଲର ବିଭିନ୍ନ କୋଠରିରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମୃତଦେହ ରଖାଯାଇଥିଲା। ସ୍କୁଲ ଗୃହରେ ରକ୍ତର ଛିଟା ପଡ଼ିଥିବାବେଳେ ବେଞ୍ଚ, ଡେସ୍କରେ ମଧ୍ୟ ଏବେବି ରକ୍ତଦାଗ ଲିଭି ନାହିଁ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ସ୍କୁଲକୁ ଆସିବା ପାଇଁ ଭୟ କରୁଛନ୍ତି। କିଛି ଦିନ ପରେ ବିଦ୍ୟାଳୟ ଖୋଲିବ। ଉକ୍ତ ଗୃହରେ କିପରି ଛାତ୍ରୀଛାତ୍ର ପାଠ ପଢ଼ିବେ ସେନେଇ ଚିନ୍ତା ପ୍ରକଟ କରି ବିଦ୍ୟାଳୟ ପରିଚାଳନା କମିଟି ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଜିଲାପାଳ ଏ ସମ୍ପର୍କରେ ସଚିବଙ୍କ ସହ ଆଲୋଚନା କରିବା ପରେ ଉକ୍ତ ବିଦ୍ୟାଳୟ ଗୃହକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ବାହାନଗା ହାଇସ୍କୁଲ ପରିସରରେ ଥିବା ଶ୍ରେଣୀ କକ୍ଷ ଓ ଅଡିଟୋରିୟମରେ ରଖାଯାଇଥିଲା। ଧୀରେ ଧୀରେ ଏଗୁଡ଼ିକୁ ଚିହ୍ନଟ କରାଯିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏପରି କି କେତେକ ମୃତଦେହ ଚିହ୍ନଟ ହୋଇ ନ ଥିବାରୁ ସେଗୁଡ଼ିକୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇ ମର୍ଗ ହାଉସରେ ରଖାଯାଇଛି। ବିଦ୍ୟାଳୟ ପରିସରରୁ ମୃତଦେହ ନିଆଯିବା ପରେ ଏବେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍କୁଲ ଛୁଟି ଥିବାରୁ ପିଲାମାନେ ଆସୁ ନାହାନ୍ତି ସତ, କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଶିକ୍ଷୟିତ୍ରୀଶିକ୍ଷକ ସେଠାକୁ ଯିବାକୁ ଭୟ କରୁଛନ୍ତି। ଛୁଟି ସରିବା ପରେ ବିଦ୍ୟାଳୟ ଖୋଲାଗଲେ କିଭଳି ଶିକ୍ଷାଦାନ କରାଯିବ ସେନେଇ ଚିନ୍ତାରେ ଅଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ। ବାହାନଗା ବିଡିଓଙ୍କ ପରାମର୍ଶକ୍ରମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବୁଧବାର ବିଦ୍ୟାଳୟ ପରିସରକୁ ସାନିଟାଇଜ୍‌ କରାଯାଇଥିଲା। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଗୁରୁବାର ଏହି ବିଦ୍ୟାଳୟ ଗୃହ ପରିଦର୍ଶନ କରିଛନ୍ତି। ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏବଂ ରକ୍ତର ଛିଟା ପଡ଼ିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ଦାବି କରାଯାଇଥିଲା। ତେବେ ଏ ସମ୍ପର୍କରେ ଜିଲାପାଳ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏଠାକୁ ଆସିଛି। ଲୋକଙ୍କ ଭାବନାକୁ ଗୁରୁତ୍ୱ ଦିଆଯାଉଛି। ପରିଚାଳନା କମିଟିଙ୍କ ମତରେ ଯେହେତୁ ଛୋଟ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କ ମନରେ ଭୟ ରହୁଛି। ପୁରୁଣା ଆଜବେଷ୍ଟସ୍‌ ସ୍କୁଲ ଘର ଭାଙ୍ଗି ନୂତନ ଗୃହ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସ୍କୁଲ ଘର ବହୁତ ପୁରୁଣା, ସ୍କୁଲ ପରିଚାଳନା କମିଟି ଲିଖିତ ଭାବେ ଜିଲା ପ୍ରଶାସନକୁ ଜଣାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ବାବଦରେ ସେ ସଚିବଙ୍କ ସହ କଥା ହୋଇଛନ୍ତି। ପ୍ରତିଶ୍ରୁତି ରକ୍ଷା କରି ସ୍କୁଲ ଭାଙ୍ଗିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିବା ଜିଲାପାଳ କହିଛନ୍ତି। ଦୁର୍ଘଟଣା ବେଳେ ଜିଲା ପ୍ରଶାସନ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମିଳିମିଶି କାମ କରିଥିବାରୁ ଅନେକଙ୍କ ଜୀବନ ବଞ୍ଚତ୍ୟାଇଥିବା କହିବା ସହ ଜିଲାବାସୀଙ୍କ ଉଦ୍ୟମକୁ ଜିଲାପାଳ ବେଶ୍‌ ପ୍ରଶଂସା କରିଥିଲେ। ଅପରପକ୍ଷରେ ଏହି ଟ୍ରେନ ଦୁର୍ଘଟଣାରେ ଜିଲାର ମୋଟ ୧୪ ଜଣ ପ୍ରାଣ ହରାଇଥିବାବେଳେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ୫ ଜଣ ଆହତଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri