‘ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ ଦରକାର’

ଭୁବନେଶ୍ବର, ୯ା୬(ବ୍ୟୁରୋ): ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପୋର୍ଟାଲର ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ଚାଷୀଙ୍କ ହିତ ଦୃଷ୍ଟିରୁ ନୂତନ ଆପ୍‌ରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ୍‌ର ନମୁନାରେ ଏକାଧିକ କୃଷକଙ୍କୁ ପଞ୍ଜୀକରଣ କରିବାର ସୁବିଧା ଯୋଗାଇବା ଲାଗି ଅନୁରୋଧ କରିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଚାଷ କାର୍ଯ୍ୟ ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ୨୦୨୨-୨୩ରୁ ରାଜ୍ୟରେ ଗ୍ରୀଡ୍‌ ବ୍ୟବସ୍ଥାରେ ଚାଷୀଙ୍କ କ୍ଷେତରୁ ମୃତ୍ତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣକରି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା। ଏଥିପାଇଁ ୩ ବର୍ଷିଆ ଯୋଜନାରେ ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରୀଡ୍‌ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀଙ୍କୁ ସ୍ବାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ଏହି ଗ୍ରୀଡ୍‌ ବ୍ୟବସ୍ଥାରେ ଗୋଟିଏ ସଂଗୃହୀତ ମାଟି ନମୁନା ମାର୍ଫତରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣ କରିବାର ବ୍ୟବସ୍ଥା ଥିଲା। ହେଲେ ଡିସେମ୍ବର ୨୦୨୨ରେ କେନ୍ଦ୍ର ସରକାର ସେହି ପୋର୍ଟାଲକୁ ବନ୍ଦ କରିଦେଇ ମାର୍ଚ୍ଚ ୨୦୨୩ରେ ଏକ ରୂପାନ୍ତରିତ ପୋର୍ଟାଲର ପ୍ରଚଳନ କଲେ। ନୂତନ ଆପ୍‌ରେ ଗୋଟିଏ ଗ୍ରୀଡ୍‌ରୁ ସଂଗୃହୀତ ସମ୍ମିଶ୍ରିତ ନମୁନା ମୃତ୍ତିକା ଅଧୀନରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣର ସୁବିଧା ନାହିଁ। ଫଳରେ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇଦେବା ସମ୍ଭବପର ହୋଇପାରୁ ନାହିଁ। ଏନେଇ ଗତ ମାସ ୧୧ ତାରିଖରେ ଚିଠି ଲେଖାଯାଇଥିବା ସତ୍ତ୍ୱେ କୌଣସି ଉତ୍ତର ମିଳିନାହିଁ। ତେଣୁ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପୋର୍ଟାଲ ଓ ମୃତ୍ତିକା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ ଲାଗି ତୋମାରଙ୍କୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri