ରାଜ୍ୟ

ବିଷ ଦେଇ ୬ କୁକୁରଙ୍କୁ ହତ୍ୟା

ଭୁବନେଶ୍ୱର,୪ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ମୈତ୍ରୀ ବିହାର ଥାନା ଅନ୍ତର୍ଗତ ସିଅନ ଶ୍ରମିକ ବସ୍ତିରେ ଖାଦ୍ୟରେ ବିଷ ଦିଆଯାଇ ୬ କୁକୁରଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରେ ୩ ଛୁଆ ଥିବାବେଳେ ୩ ମା’…

ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍‌ସିଇଆର୍‌ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍‌ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍‌ସିଇଆର୍‌ଟିକୁ ଅନୁସରଣ କରୁଥିବା ସିବିଏସ୍‌ଇ ସମେତ ଉତ୍ତରପ୍ରଦେଶ…

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗଠନ ହେଲା ସବ୍‌କମିଟି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବୃଦ୍ଧି ପାଇଁ କ୍ୟାବିନେଟ୍‌ ସବ୍‌କମିଟି ଗଠନ କରାଯାଇଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସବ୍‌କମିଟିରେ ରାଜସ୍ବ ମନ୍ତ୍ରୀ, ଅନୁସୂଚିତ ଜାତି…

ଶେଷ ହେଲା ଏନ୍‌ଏସି ନିର୍ବାଚନ: ହିନ୍ଦୋଳରେ ୮୮%, ଅତାବିରା ୭୪% ବୁଧବାର ହେବ ଭୋଟ ଗଣତି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ା ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରାରେ ୭୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ…

ମାଧ୍ୟମିକ ଶିକ୍ଷକଙ୍କୁ ବିଭାଗ ଅପମାନିତ କରୁଛି: ଓଟିଏଫ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ)- ରାଜ୍ୟ ବିକାଶରେ ଶିକ୍ଷକଙ୍କ ଭୂମିକା ସର୍ବାଧିକ ଥିବାବେଳେ ସେମାନଙ୍କୁ ଚୁକ୍ତିଭିିତ୍ତିକ କର୍ମଚାରୀଭାବେ ରଖି ଗଣଶିକ୍ଷା ବିଭାଗ ଅପମାନିତ କରୁଛି ବୋଲି ଓଡ଼ିଶା ଟିଚର୍ସ ଫେଡ଼େରେଶନ(ଓଟିଏଫ୍‌) ପକ୍ଷରୁ କୁହାଯାଇଛି। ରାଜ୍ୟରୁ ଚୁକ୍ତି ଭିିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା ହୋଇଛି।…

ଭୁବନେଶ୍ୱରରେ ସାଇବର ଠକେଇ :ମାର୍ଚ୍ଚରେ ଲୁଟିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର,୩।୪ (ବ୍ୟୁରୋ) : ଦିନକୁ ଦିନ ସାଇବର ଠକଙ୍କ ଉତ୍ପାତ ଉପରମୁହାଁ ହେଉଛି । ନାନା ସୋସିଆଲ ମିଡିଆକୁ ଅସ୍ତ୍ର କରି ସାଇବର ଠକ ହଜାର ହଜାର ଲୋକଙ୍କୁ ଫସାଇ ଆଖି ପିଛୁଳାଖେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ।…

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩।୪(ବ୍ୟୁରୋ): ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦକର ଛାଡ କରିଛନ୍ତି। ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ, ସହରାଞ୍ଚଳର ଦୈନନ୍ଦିନ…

ଚାକିରି ଦେବା ନାଁରେ ଠକେଇ : ୨ ଗିରଫ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦେବାକୁ ବହୁ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ରାକେଟର ୨ ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବମିଖାଲସ୍ଥିତ ବିରଜା…

ଭିଏସ୍‌ଏସ୍‌ ନଗରରେ ବାଣ ବିସ୍ଫୋରଣ: ଜଣେ ଗୁରୁତର

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଭିଏସ୍‌ଏସ୍‌ ନଗରରେ ସୋମବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଘରେ ବାଣ ଭିଡ଼ୁଥିବା ବେଳେ ଏଭଳି ଘଟିଥିବା ଜଣାପଡ଼ିଛି । ଏଥିରେ ଘରର ଆଜବେଷ୍ଟ ଉଡିଯାଇଛି।

୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର…

ଟିଡିସିସିଓଏଲ୍‌ର ଉପାଧ୍ୟକ୍ଷ ହେଲେ ଦିଲୀପ

ଦାରିଙ୍ଗବାଡ଼ି,୩।୪(ଡି.ଏନ୍‌.ଏ.): ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳର ଦିଲୀପ ପ୍ରଧାନ ରାଜ୍ୟ…

ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ

ବରଗଡ ଅଫିସ,୩।୪: ବରଗଡ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ୧୬ଟି ବୁଥ୍‌ରେ ମତଦାନ ଚାଲିଛି। ଅପରାହ୍ନ ୪ଟା ୩୦ ମିନିଟ୍‌ ସୁଦ୍ଧା ଏଠାରେ ୭୧.୮୬ ପ୍ରତିଶତ ମତଦାନ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?