ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ
ପୁରୀ,୨୮।୬(ଅଜିତ୍ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଶେଷ ହେବା ପରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।…
୩ ହଜାର ଯୁବତୀ ଯୁବକଙ୍କୁ ମିଳିବ ଶିକ୍ଷାଦାନ ତାଲିମ
ଭୁବନେଶ୍ୱର,୨୮।୬(ଅନୁରାଧା ମହାରଣା): ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ ଏବଂ ‘ଥିଙ୍କ୍ ଜୋନ୍’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଥିଙ୍କ୍ ଜୋନ୍ ଫେଲୋଶିପ୍ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ। ମଙ୍ଗଳବାର ‘ମୋ କଲେଜ ଅଭିଯାନ ପରିଚାଳନା…
ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ
କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ୫…
କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୬(ଅନିଲ ଦାସ): କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୁଣିଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, କେନ୍ଦୁପତ୍ର ହେଉଛି ଲଘୁବନଜାତ ଦ୍ରବ୍ୟ। ଏହା ୮ ଲକ୍ଷ କେନ୍ଦୁପତ୍ର…
କାଳିଆର ପହଣ୍ଡି ଆରମ୍ଭ
ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ମା’ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ପହଣ୍ଡି ଆରମ୍ଭ ହୋଇଛି।
ଦୁର୍ଘଟଣା ମୁକାବିଲା ପାଇଁ ଆସିବ ଏସ୍ଓପି
ଭୁବନେଶ୍ୱର,୨୮।୬(ଅନିଲ ଦାସ) ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଅର(ଏସ୍ଓପି) କରିବାକୁ ନିଷ୍ପତ୍ତି ହୋଇଛି। ଦୁର୍ଘଟଣା ପରେ ତ୍ୱରିତ ପଦକ୍ଷେପ ନେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ବିଭାଗରେ ଥିବା କଲ୍ ସେଣ୍ଟରକୁ…
ଜୁଲାଇ ୩ ଯାଏ ବର୍ଷା ନାହିଁ ୧୬ ଜିଲାରେ ନିଅଣ୍ଟିଆ
ଭୁବନେଶ୍ୱର,୨୮।୬(ଅନିଲ ଦାସ): ରାଜ୍ୟରେ ମୌସୁମୀଜନିତ ବର୍ଷା ଥମିଯାଇଛି। ଗତ ଦୁଇଦିନ ଧରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହୋଇଥିବା ବେଳେ ଉପକୂଳରେ ନିଅଣ୍ଟିଆ ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜୁନ୍ ପହିଲାରୁ ୨୭ ତାରିଖ ମଧ୍ୟରେ…
ବଳଭଦ୍ର ରଥାରୁଢ ହେବା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ
ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଧାଡ଼ି ପହଣ୍ଡିରେ ଦର୍ପଦଳନରେ ଶ୍ରୀସୁଦର୍ଶନ ବିରାଜମାନ କରିସାରିବା ପରେ ଶ୍ରୀ ବଳଭଦ୍ରଙ୍କ…
ବେସରକାରୀ ଅଧ୍ୟାପକ – ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର,୨୮।୬(ଅଭିଜିତ ଦାସ): ଭୁବନେଶ୍ୱର ଲୋୟର ପିଏମ୍ଜିରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ଦୋଳନ ବେଳେ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଧସ୍ତାଧସ୍ତିରେ ଉଭୟ ପକ୍ଷରୁ କେତେଜଣ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ…
୨୯ରେ ‘ଇଦ୍-ଉଲ୍-ଜୁହା’ ପାଇଁ ଛୁଟି ଘୋଷଣା
ଭୁବନେଶ୍ବର, ୨୮।୬(ସୁନିତ୍ ମିଶ୍ର): ଚଳିତ ଜୁନ୍ ୨୯ ତାରିଖ(ଗୁରୁବାର) ‘ଇଦ୍-ଉଲ୍-ଜୁହା’ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ (ଶୁକ୍ରବାର) ଦିନଟିକୁ ‘ଇଦ୍-ଉଲ୍-ଜୁହା’ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା।…
ଓଡ଼ିଶାରେ ଦୁର୍ନୀତି ନୀତି ହୋଇଛି: ଧର୍ମେନ୍ଦ୍ର
ଢେଙ୍କାନାଳ, ୨୮।୬(ରତନ ନାୟାର): ରାଜ୍ୟ ଆଜି ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ବୁଝୁ ନ ଥିବା ଦୁର୍ନୀତିଖୋରଙ୍କ ହାବୁଡ଼ରେ ପଡ଼ିଛି। ଏଠି ବାବୁମାନେ ପ୍ରତିନିଧି। ବାବୁଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଠାରେ ଦୁର୍ନୀତି ନୀତି ହୋଇଛି…
ଏମ୍ପି ବିଦେଶ ଗସ୍ତରେ ଥିବାବେଳେ ବିଜେଡି ଗୁଜବ ସୃଷ୍ଟି କରିବା ହାସ୍ପ୍ୟାସ୍ପଦ: ଭାଜପା
ଭୁବନେଶ୍ୱର,୨୮ା୬(ଅନିଲଦାସ): ଭୁବନେଶ୍ୱର ଏମ୍ପି ଗତ ୧୭ ତାରିଖ କରିଥିବା ଖବରଦାତା ସମ୍ମିଳନୀର ୧୦ଦିନ ପରେ ବିଜେଡି ମୁଖପାତ୍ର ମଙ୍ଗଳବାର ଯେଉଁ ତଥ୍ୟ ରଖିଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ। ବିର୍ତ୍ତମାନ ଏମ୍ପି ଅପରାଜିତା ଷଡଙ୍ଗୀ ଅନ୍ତର୍ଜାତୀୟ ସଂସଦୀୟ ସଂଘ (ଆଇପିୟୁ)ରେ ଯୋଗ…

