କୁଷ୍ଠମୁକ୍ତ ଓଡ଼ିଶାରେ କୁଷ୍ଠ ରୋଗୀ ସଂଖ୍ୟା ବଢୁଛି

ଭୁବନେଶ୍ବର,୫ା୯(ଅଭିଜିତ ଦାସ):ରାଜ୍ୟରେ ଏବେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ସରକାର କୁଷ୍ଠ ଚିକିତ୍ସାକୁ ଗୁରୁତ୍ୱ ଦେବା ସହ ଜିଲା ତଥା ରାଜ୍ୟ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ବିଶେଷକରି କୁଷ୍ଠମୁକ୍ତ ଓଡ଼ିଶାରେ କୁଷ୍ଠ ରୋଗୀ ସଂଖ୍ୟା ବଢ଼ିବା ଘଟଣା ଚିନ୍ତାର ବିଷୟ ପାଲଟିଥିବାବେଳେ ସରକାର ଚିକିତ୍ସା, ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠୁଛି। ୨୦୦୫ରେ କେନ୍ଦ୍ର ସରକାର କୁଷ୍ଠମୁକ୍ତ ଭାରତ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ୨୦୦୬-୦୭ରେ ଓଡିଶାକୁ କୁଷ୍ଠମୁକ୍ତ ରାଜ୍ୟ ଭାବେ ଘୋଷଣା କରିଥିଲେ। ଏହାପରେ ଉଭୟ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ କୁଷ୍ଠ ରୋଗକୁ ସେପରି ଗୁରୁତ୍ୱ ଦିଆ ନ ଯିବାରୁ ପରବର୍ତ୍ତୀ ସମୟରେ ଏହା ପୁଣି ଲୋକଙ୍କ ମନରେ ବଡ଼ରୋଗର ଭୟ ସୃଷ୍ଟି କଲାଣି।
ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୮-୧୯ ମଧ୍ୟରେ ୧୦ ହଜାର ୭୮୬ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯-୨୦ରେ ୧୦ ହଜାର ୭୭ଜଣ ଚିହ୍ନଟ ହୋଇଥିବାବେଳେ ୨୦୨୦-୨୧ରେ ୬ହଜାର ୧୪୮, ୨୦୨୧-୨୨ରେ ୫ ହଜାର ୭୨୯ ଓ ୨୦୨୨-୨୩ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୭ ହଜାର ୧୮୭ ଜଣ ଚିହ୍ନଟ ହୋଇଛନ୍ତି। ବିଶେଷକରି ରାଜ୍ୟର ବୌଦ୍ଧ, ନୂଆପଡା, ବଲାଙ୍ଗୀର ଓ ସୋନପୁର ଅଞ୍ଚଳରେ ଅଧିକ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ଅନ୍ୟପକ୍ଷରେ କୁଷ୍ଠ ଏକ ସଂକ୍ରମଣଜନିତ ରୋଗ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାର ସରକାରୀ ଡାକ୍ତରଖାନାରେ ଡି.ପି.ଏମ.ଆର କ୍ଲିନିକ୍‌ରେ କୁଷ୍ଠରୋଗୀଙ୍କ ଚିକିତ୍ସା କରାଯାଉଛି। କୁଷ୍ଠ ରୋଗୀଙ୍କ ଲାଗି ରାଜ୍ୟରେ ୮୬ଟି କୁଷ୍ଠ କଲୋନୀ ସହ ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୪ଟି କୁଷ୍ଠାଶ୍ରମର ବ୍ୟବସ୍ଥା କରାଯାଇଛି। କିନ୍ତୁ ଅଧିକାଂଶ କୁଷ୍ଠ କଲୋନୀ ଅବ୍ୟବସ୍ଥାରେ ଚାଲୁଥିବାବେଳେ ୩୫୯ କୁଷ୍ଠକର୍ମୀ ପଦବୀ ଖାଲି ପଡିଛି। ସେହିପରି ହସ୍ପିଟାଲଗୁଡ଼ିକରେ ଥିବା ଡି.ପି.ଏମ.ଆର କ୍ଲିନିକ୍‌ରେ ମଧ୍ୟ ଡ୍ରେସରଙ୍କ ଅଭାବ ରହିଛି।
ଏପରିସ୍ଥିତି ସତ୍ତ୍ୱେ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୦୩୦ ସୁଦ୍ଧା ରାଜ୍ୟକୁ କୁଷ୍ଠରୋଗମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଆଶା ବେସ୍‌ ସର୍ଭିଲାନ୍ସ ଅଫ୍‌ ଲେପ୍ରୋସି କାର୍ଯ୍ୟକ୍ରମ ଜରିଆରେ ଆଶାକର୍ମୀଙ୍କୁ ଟ୍ରେନିଂ ଦିଆଯାଉଛି। ସେମାନେ ଘର ଘର ବୁଲି ସର୍ଭେ କରୁଛନ୍ତି। ସେହିପରି ଆୟୁଷ ଡାକ୍ତରଙ୍କୁ କୁଷ୍ଠ ଉପରେ ଟ୍ରେନିଂ ଦିଆଯାଉଛି। ପ୍ରତ୍ୟେକ କୁଷ୍ଠ କଲୋନୀରେ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଡ୍ରେସର ପ୍ରତି ସପ୍ତାହରେ ଚିକିତ୍ସା ସହ ଡ୍ରେସିଂ ପାଇଁ ଯାଉଛନ୍ତି। ଏହାସହ ଗ୍ରାମାଞ୍ଚଳରେ ଚିହ୍ନଟ କୁଷ୍ଠ ରୋଗୀଙ୍କୁ ନିକଟ ପିଏଚ୍‌ସି ଓ ସିଏଚ୍‌ସିରେ ଚିକିତ୍ସା କରାଯାଉଛି। ସାଧାରଣତଃ କୁଷ୍ଠ ରୋଗରେ ପୀଡିତ ରୋଗୀ ୬ ମାସଧରି ଔଷଧ ସେବନ କରନ୍ତି। କିନ୍ତୁ ଅଧିକାଂଶ ରୋଗୀ ୬ ମାସ ଔଷଧ ଠିକ୍‌ ଭାବରେ ଖାଉନାହନ୍ତି। ସେହିପରି କରୋନା ସମୟରେ ଠିକ୍‌ ଭାବରେ ସର୍ଭେ କରାଯାଇ ନ ଥିବାରୁ ଚଳିତ ବର୍ଷ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?