Odisha Elections 2024

କାଠପୋଲ ନିର୍ମାଣକଲେ ୨ ପଞ୍ଚାୟତବାସୀ

ଲଙ୍ଗଳେଶ୍ୱର, ୬।୯(କମଳାକାନ୍ତ ଦାସ): ବାଲେଶ୍ୱର ଜିଲା ସଦର ବ୍ଲକ ଦେଇ ପ୍ରବାହିତ ହେଉଥିବା ଡୁବୁଡୁବି ନଦୀର ଶାଖା ନଦୀ ହେଉଛି ହାଣ୍ଡିଭସା ନଦୀ। ଏହି ନଦୀ ଆଳୁମେଦା ଏବଂ କଷାଫଳ ପଞ୍ଚାୟତର ମଧ୍ୟସ୍ଥଳୀରେ ରହିଥିବାରୁ ଲୋକଙ୍କ ଯାତାୟାତ ପାଇଁ ଏଠାରେ ଏକ ପକ୍କା ପୋଲ ଦୀର୍ଘ ୨୦ବର୍ଷ ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିଲା। ପୋଲ ଉପରେ କେବଳ ଏହି ଦୁଇଟି ପଞ୍ଚାୟତ ନୁହେଁ ସଦର ବ୍ଲକ ଏବଂ ବାଲିଆପାଳ ବ୍ଲକର ଲକ୍ଷାଧିକ ଲୋକେ ନିର୍ଭର କରିଥାନ୍ତି। ତେବେ ପୋଲ ଦୁର୍ବଳ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ଏଠାରେ ନୂତନ ପକ୍କା ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ ଏବଂ ବିଭାଗୀୟ ଅଧୀକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେବେ ଗତ ଦୁଇ ଦିନ ପୂର୍ବରୁ ପ୍ରବଳ ବର୍ଷା ଏବଂ ଲୁଣି ଜୁଆର ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା। ପୋଲ ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକେ ପୋଲ ନିର୍ମାଣ ପାଇଁ ପ୍ରଶାସନକୁ ଜଣାଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ କଷାଫଳ ଏବଂ ଆଳୁମେଦା ପଞ୍ଚାୟତର ଶତାଧିକ ଲୋକେ ମିଳିତ ହୋଇ ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ପୋଲ ଭୁଶୁଡ଼ିବା ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଥିଲା। ମାତ୍ର ଦୁଇ ପଞ୍ଚାୟତବାସୀଙ୍କ ସହଯୋଗରେ ଅସ୍ଥାୟୀ କାଠପୋଲ ନିର୍ମାଣ ପରେ ଏବେ ଅଞ୍ଚଳବାସୀ ସୁରୁଖୁରୁରେ ଯାତାୟାତ କରୁଛନ୍ତି। ତେବେ ଅସ୍ଥାୟୀ ପୋଲ ନିର୍ମାଣ ପରେ ଯାତାୟାତ ସ୍ବାଭାବିକ ହୋଇଥିବା ବେଳେ ଏଠାରେ ପ୍ରଶାସନ ପକ୍ଷରୁ ଏକ ନୂତନ ପକ୍କାପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଲୋକେ। ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହରା ମଙ୍ଗଳବାର ଗାଁରେ ପହଞ୍ଚତ୍ ତୁରନ୍ତ ଏଠାରେ ପକ୍କା ପୋଲ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କରିବା ସହ ଖୁବ୍‌ଶୀଘ୍ର ପକ୍କା ପୋଲ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅସ୍ଥାୟୀ କାଠ ପୋଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ରାଶି ଜିଲା ପରିଷଦ ପାଣ୍ଠିରୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁରୁପଦ ମଣ୍ଡଳ, ଶକ୍ତିପଦ ରାୟ, ମୁକୁନ୍ଦ ଆଦେକ, ପ୍ରିୟରଞ୍ଜନ ପୃଷ୍ଟି, କାର୍ତ୍ତିକ ମାନ୍ନା, ଶିବାନନ୍ଦ ପାତ୍ର, ସୁବଳ ସାମନ୍ତ, ଶୁକଦେବ ମଣ୍ଡଳ, ସତ୍ୟ ଜେନା, ଗୌତମ ସାହୁ, ବାସୁଦେବ ସିଙ୍କ ସମେତ ଦୁଇ ପଞ୍ଚାୟତର ଶତାଧିକ ପୋଲ ନିର୍ମାଣରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri