ନାହିଁ ସ୍କୁଲଗୃହ, କ୍ଲବ ଘରେ ପାଠପଢ଼ା

ନୂଆପଡ଼ା,୫।୯(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁର କ୍ଲବ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ସନବାହାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟ ଗୃହ ନ ଥିବାରୁ ଗାଁର ମା’ ବସ୍ତ୍ରାଣୀ ୟୁଥ କ୍ଲବ ବା କ୍ରିକେଟ କ୍ଲବ ଘରେ ପିଲାଙ୍କୁ ପାଠପଢା ଯାଉଛି। ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ବସାଇ ଶିକ୍ଷକ ପାଠ ପଢ଼ାଉଛନ୍ତି। ଏଥିରେ ପିଲା କିଭଳି ଅଧ୍ୟୟନ କରୁଥିବେ ତାହା ସହଜେ ଅନୁମେୟ।
ସୂଚନା ମୁତାବକ ଖଡିଆଳ ଓ କୋମନା ବ୍ଲକ ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଯୋଗୁ ସନବାହାଲି ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ଭାବେ ଘୋଷଣା ହୋଇଥିଲେ ମଧ୍ୟ ଲୋକେ ଗାଁ ଛାଡି ଯାଇ ନ ଥିଲେ। ୨୦୨୨ ଜୁନ ୩ରେ ଗାଁ ଛାଡିବା ପାଇଁ ଜିଲାପାଳଙ୍କ ଚିଠି ଆଧାରରେ ଗ୍ରାମବାସୀ ଗାଁ ଛାଡି ଦେଇଥିଲେ। ସନବାହାଲି ଗ୍ରାମବାସୀ ୫ ଶହ ମିଟର ଦୂର ବିଜୁ ଏକ୍ସପ୍ରେସ ୱ କଡରେ ବସତି ସ୍ଥାପନ କରିଛନ୍ତି। ଗାଁ ବୁଡି ଗଲା ବୋଲି ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା। ଫଳରେ ଗାଁର ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ଗ୍ରାମବାସୀ ବିଦ୍ୟାଳୟ ଗାଁରେ ରହୁ ବୋଲି ଦାବି କରିବା ପରେ ସନବାହାଲି ପ୍ରାଥମିକ ବିଦ୍ୟାଳୟ ରହିଛି। କିନ୍ତୁ ବିଦ୍ୟାଳୟ ଗୃହ ନାହିଁ। ସନବାହାଲି ଗାଁଠାରୁ ବେଳଗାଁ ଓ ଆଗ୍ରେନ ୩ କି.ମି. ଲେଖାଏ ଯିବାକୁ ପଡେ। ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ବଢିବାରେ ଲାଗିଛି। ସେହି ରାସ୍ତାରେ କୁନି ପିଲାମାନଙ୍କୁ ମରଣ ମୁହଁରେ ଠେଲି ଦେବୁ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଅନ୍ଧାରକୁ ଠେଳି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗାଁରେ ବିଦ୍ୟାଳୟ ଗୃହ ନାହିଁ। ପିଲା କ୍ଲବ ଘରେ ପାଠ ପଢୁଛନ୍ତି। ଅନ୍ୟ ଅସୁବିଧା ନ କହିବା ଭଲ। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠି ଶିକ୍ଷା ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ମୁଁ ମିଟିଂକୁ ଯାଉଛି ବୋଲି କଥାକୁ ଏଡାଇ ଦେଇଥିଲେ। ସନବାହାଲି ଗାଁରେ ନୂତନ ବିଦ୍ୟାଳୟ ଗୃହ ଦିଆଯାଉ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚରଣ ମାଝି, ଲକ୍ଷ୍ମୀ ଅହିର, ମହେନ୍ଦ୍ର ମାଝି, ଉଜଳ ପଟେଲ, ନକୁଳ ପଟେଲ, ଚନ୍ଦ୍ରିକା ମାଝି, ସୁଶିଳା ସୁନାନୀ, ସାଧୁ ପଟେଲ, ହର ମୋହନ ମେହେର, ମାନସିଂ ଅହିର, ନାରାୟଣ ଅହିର, ଜଳଧର ପଟେଲ, ଚତୁର ମାଝି, କୁନୁ ମାଝି, ଦୃପସିଂ ମାଝି, ଜଗଦିଶ ପଟେଲ, ଭାନୁ ପ୍ରତାପ ମାଝି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?