ସଚିନ୍‌ଙ୍କ ମାର୍ଗଦର୍ଶନରେ ସ୍କୁଲମୁହାଁ ମୁଣ୍ଡାସାହି ପିଲା

ହାଣ୍ଡିଆ ପିଇ ଜଙ୍ଗଲରେ ବୁଲୁଥିଲେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ପିଲା। ମୂଲ ଲାଗିବାକୁ ବାପା ମା’ ଯାଉଥିବାବେଳେ କୁନିକୁନି ପିଲାମାନେ ତାଙ୍କ ସହ ବି ଯାଉଥିଲେ। ପାଠପଢ଼ାରେ ଡୋରି ଲାଗିବା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶର ସୁଯୋଗ ନ ଥିଲା। ତେବେ ସ୍ଥାନୀୟ ଜଣେ ଯୁବକ ସଚିନ୍‌ ମହାପାତ୍ରଙ୍କ ପ୍ରଚେଷ୍ଟାରେ ବସ୍ତିର ଶତାଧିକ ପିଲା ଏବେ ସ୍କୁଲ ଯିବା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ମନ ବଳାଉଛନ୍ତି। ଗୁରୁଦିବସ ଅବସରରେ ଏଭଳି ଜଣେ ଗୁରୁଙ୍କ ସମ୍ପର୍କରେ…

ଏମବିଏ ପାସ୍‌ କରିବା ପରେ ଚାକିରି ନ କରି କୃଷି ଓ ସମାଜ ସେବା ପ୍ରତି ମନ ବଳାଇଥିଲେ ଦାରୁଠେଙ୍ଗ ଅଞ୍ଚଳର ସଚିନ ମହାପାତ୍ର। ଅଭାବ ଅନଟନ ଓ ସଚେତନତା ଅଭାବରୁ ବସ୍ତି ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଥିବା ଜାଣିବାକୁ ପାଇଥିଲେ। ୨୦୧୭ରେ ସେ ସ୍ଥାନୀୟ ମୁଣ୍ଡାସାହିରେ ପହଞ୍ଚତ୍ଥିଲେ। କୋମଳମତି ପିଲାଙ୍କୁ ଦେଖିବା ପରେ ତାଙ୍କ ମନ ଏକପ୍ରକାର ଆନ୍ଦୋଳିତ ହୋଇଥିଲା। ମା’ବାପାଙ୍କ ସହ ପିଲାମାନେ ହାଣ୍ଡିଆ ପିଉଥିଲେ। ସେମାନଙ୍କ ସହିତ କାମକୁ ଯିବା ସହ ଗାଁ, ଜଙ୍ଗଲ, ରାସ୍ତାରେ ବୁଲୁଥିଲେ। କେତେଜଣ ମଧ୍ୟ ଅବାଟକୁ ଚାଲିଯାଉଥିଲେ। ସ୍ଥାନୀୟ ଅଞ୍ଚଳରେ ମୁଣ୍ଡାସାହି ସ୍କୁଲ ଥିଲେ ମଧ୍ୟ ସେଠାକୁ କେହି ପଢ଼ିବାକୁ ଯାଉ ନ ଥିଲେ। ମା’ବାପା ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେଇ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ସଚିନ ସେହିଦିନଠାରୁ ମନ ବଳାଇଥିଲେ। ଖେଳକୁଦଠାରୁ ଆରମ୍ଭ କରି ପାଠ ପଢ଼ିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରୁଥିଲେ। ଫଳସ୍ବରୂପ ବର୍ତ୍ତମାନ ମୁଣ୍ଡାସାହି ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ପ୍ରଥମରୁ ପ୍ରଞ୍ଚମ ଶ୍ରେଣୀରେ ନାମ ଲେଖାଇ ପାଠ ପଢ଼ୁଛନ୍ତି। ଆଖପାଖ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟକୁ ମଧ୍ୟ ଏଠାକାର ପିଲାମାନେ ଯାଉଛନ୍ତି। ସେହିପରି କେତେଜଣ ପିଲାଙ୍କୁ ଆନନ୍ଦ ଆଶା ଅନୁଷ୍ଠାନରେ ଓ ଆଉ କିଛି ପିଲାଙ୍କୁ କିସ୍‌ରେ ପଢ଼ାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଛନ୍ତି। ପ୍ରଥମେ ପ୍ରଥମେ ପିଲାଙ୍କୁ ସ୍କୁଲ ଛାଡିବାକୁ ମା’ବାପା ଅମଙ୍ଗ ହେଉଥିଲେ। ମାତ୍ର ସଚିନ୍‌ଙ୍କ ପରାମର୍ଶରେ ଏବେ ସେମାନେ ସଚେତନ ହେଲେଣି। ଚଳିତବର୍ଷ କେତେଜଣ ପିଲା କଲେଜରେ ନାମ ଲେଖାଇଥିବା ସେ କହିଛନ୍ତି। କେବଳ ପାଠପଢ଼ା ନୁହେଁ, ଫୁଟବଲ୍‌ ଖେଳ ପ୍ରତି ମଧ୍ୟ ପିଲାମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଟିକେ ସମୟ ମିଳିଲେ କୁନିକୁନି ପିଲାଙ୍କ ପାଖରେ ସଚିନ୍‌ ପହଞ୍ଚତ୍ କିଛିନା କିଛି ଶିଖାଉଛନ୍ତି। ଅକ୍ଷର ଶିଖାଇବା ସହ ସ୍କୁଲ ଯିବାର ଉପକାରିତା ବିଷୟରେ ବୁଝାଉଛନ୍ତି। କ୍ରୀଡ଼ା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କର ଶାରୀରିକ ତଥା ବୌଦ୍ଧିକ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି। ପୋଷାକ ସହ ଖାତା କଲମ ଆଦି ପାଠ୍ୟୋପକରଣ ମଧ୍ୟ ପିଲାଙ୍କୁ ପ୍ରଦାନ କରୁଥିବା ପିଲାମାନେ କୁହନ୍ତି। ଏପରିକି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉକ୍ତ ଅଞ୍ଚଳର ଉପର ଶ୍ରେଣୀର ପିଲାମାନେ ସମୟ ପାଇଲେ ତଳ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାରେ ସହାୟତା କରୁଛନ୍ତି। ସେହିପରି ସମାଜରେ କୃଷି ଓ କୃଷକର ଆବଶ୍ୟକତା ସମ୍ପର୍କରେ ସଚିନ୍‌ ପିଲାମାନଙ୍କୁ ଅବଗତ କରାଇଥା’ନ୍ତି। ତେବେ ମୁଣ୍ଡାସାହି ବିଦ୍ୟାଳୟରେ କେବଳ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ତେଣୁ ଉକ୍ତ ବିଦ୍ୟାଳୟର ଉନ୍ନତୀକରଣ କରାଯିବା ସହ ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତ ହୋଇପାରିଲେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି ସଚିନ୍‌ କହିଛନ୍ତି। ଉଚ୍ଚଶିକ୍ଷା ଲାଭ କରିଥିବା ଜଣେ ବ୍ୟକ୍ତି କୃଷିକ୍ଷେତ୍ରରେ ମଧ୍ୟ ଉତ୍କର୍ଷତା ପ୍ରଦର୍ଶନ କରିପାରିବ ବୋଲି ସେ ବିଚାର କରନ୍ତି। ସଚିନ୍‌ କୌଣସି ସ୍କୁଲ୍‌ର ଶିକ୍ଷକ ନ ଥିଲେ ମଧ୍ୟ ଆଜିର ସମାଜରେ ଜଣେ ଗୁରୁ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି।
-ରିପୋର୍ଟ: ଅନୁରାଧା ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?