ଖେଳ

ଭାରତ ଉପରୁ ଉଠିଲା ବାସନ୍ଦାଦେଶ

କୋଲକାତା,୨୩।୧- ବିଶ୍ୱ ଆର୍ଚେରି ଗୁରୁବାର ସର୍ତ୍ତମୂଳକ ଭାବେ ଭାରତ ଉପରକୁ ବାସନ୍ଦାଦେଶ ଉଠାଇ ଦେଇଛି। ଜାତୀୟ ଫେଡେରେଶନର ନିର୍ବାଚନ ଶେଷ ହେବାର ଗୋଟିଏ ସପ୍ତାହ ପରେ ବିଶ୍ୱ ଆର୍ଚେରି ଏହି ନିଷ୍ପତ୍ତି ନେଇଛି। ସମ୍ବିଧାନ ଅନୁଯାୟୀ ଫେଡେରେଶନକୁ କାର୍ଯ୍ୟ କରିବାକୁ ପଡ଼ିବ…

ପୂର୍ବତନ ଅଧିନାୟକ ଆଝାରୁଦ୍ଦିନଙ୍କ ନାମରେ ଠକାମି ଅଭିଯୋଗ

ନୂଆଦିଲ୍ଲୀ,୨୩।୧- ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକାମି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗକୁ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ମୁଖ୍ୟ ଆଝାରୁଦ୍ଦିନ ଖଣ୍ଡନ କରିଛନ୍ତି। ଏଥିସହ ଅଭିଯୋଗକାରୀଙ୍କ ବିରୋଧରେ…

ଅଷ୍ଟ୍ରେଲିଆ ଓପନରୁ ଓହରିଲେ ସାନିଆ ମିର୍ଜା

ମେଲବୋର୍ନ,୨୩।୧- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଆହତ ସମସ୍ୟା ଯୋଗୁ ସେ ମହିଳା ଡବଲ୍ସ ବର୍ଗର ପ୍ରଥମ ମ୍ୟାଚ୍‌ ଅଧାରୁ ଓହରି ଯାଇଛନ୍ତି। ଚାଇନାର ଜିନୟୁନ ହାନ-ଲିନ ଝୁଙ୍କ ବିପକ୍ଷ…

ପାକିସ୍ତାନ ଯିବାକୁ ଲାଗୁଛି ଡର

ଢାକା,୨୩।୧- ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଲାଗି ବାଂଲାଦେଶ ଦଳ ପାକିସ୍ତାନରେ ପହଞ୍ଚିଛି। ମାତ୍ର ଗସ୍ତ ପୂର୍ବରୁ ଦଳର ଦକ୍ଷ ପେସର ମୁସ୍ତାଫିଜୁର ରେହମାନ ଏକ ଟୁଇଟ୍‌…

ସେହ୍ବାଗଙ୍କ କେଶଠାରୁ ମୋ ପାଖରେ ଅଧିକ ଟଙ୍କା ଅଛି

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟପିଛି। ସୋଏବ ବ୍ୟବସାୟ ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ବୋଲି ସେହ୍ବାଗ କହିବାର ଗୋଟିଏ ଦିନ ପରେ ପ୍ରତିକ୍ରିୟା…

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ ବନ୍ଧୁ ହୋଇଯାଇଛନ୍ତି। କାରଣ ଭାରତରୁ ଭଲ ବ୍ୟବସାୟ ଚାହୁଁଛନ୍ତି ସେଥିପାଇଁ ସେ ଭାରତୀୟ ଦଳକୁ…

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌ ବିଜୟ ହାସଲ କରିଛି। ବୁଧବାର ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ…

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। ଗତ ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ଏହି…

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଯାପିତ: ଓଡ଼ିଶାକୁ ୫ ସ୍ବର୍ଣ୍ଣ ସହ ୨୧ ପଦକ

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୮ ବ୍ରୋଞ୍ଜ ସମେତ ମୋଟ ୨୧ଟି ପଦକ ହାସଲ କରି ଟେବୁଲର ୧୭ତମ ସ୍ଥାନରେ…

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉଚିତ୍‌ ନୁହଁ। ପୁରୁଷ କ୍ରିକେଟରୁ ଅଧିକ ରାଜସ୍ବ ଆଦାୟ…

ଇଣ୍ଡିଆନ ସୁପରଲିଗ୍‌: ବେଙ୍ଗାଲୁରୁଠାରୁ ହାରିଲା ଓଡ଼ିଶା ଏଫସି

ବେଙ୍ଗାଲୁରୁ, ୨୩।୧- ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ମ୍ୟାଚରେ ଓଡ଼ିଶା ଏଫସି ୦-୩ ଗୋଲରେ ବେଙ୍ଗାଲୁରୁ ଏଫସି ନିକଟରୁ ହାରି ଯାଇଛି। ଏଥିସହ ପୂର୍ବ ମ୍ୟାଚରେ ମୁମ୍ବାଇ ସିଟି ନିକଟରୁ ହାରିଥିବା ବେଙ୍ଗାଲୁରୁ ସଫଳ ପ୍ରତ୍ୟାବର୍ତ୍ତନ…

ପ୍ରଥମ ଟେଷ୍ଟ: ମାଥ୍ୟୁସ୍‌ଙ୍କ ପ୍ରଥମ ଦ୍ୱିଶତକ

ହରାରେ,୨୩।୧- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ମାଥ୍ୟୁସଙ୍କ ଦ୍ୱିଶତକୀୟ ପାଳି ବଳରେ ଶ୍ରୀଲଙ୍କା ଏଠାରେ ଚାଲିଥିବା ଘରୋଇ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?