Posted inଖେଳ

୨୪ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ ଜାଡେଜା

୯ ମାର୍ଚ୍ଚ ୧୧୯୬ ମସିହାରେ ଭାରତ ଓ ପାକିସ୍ତାନ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ ଥିଲା ପାକିସ୍ତାନର କିମ୍ବଦନ୍ତୀ ଜାଭେଦ ମିଆଦିଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଥିଲେ। ୧୯୯୬ ଐତିହାସିକ କ୍ୱାର୍ଟର ଫାଇନାଲ ମୁକାବିଲା ବାଙ୍ଗାଲୋରସ୍ଥିତ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ ପୂରା ହାଉସଫୁଲ ଥିଲା। ଭାରତୀୟ ଦଳରେ ନବଜୋତ ସିଂ ସିଦ୍ଧୁ ଓ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେଙ୍କ ଭଳି ଖେଳାଳି ଥିଲେ। ପାକିସ୍ତାନ ଦଳରେ ମିଆଁଦାଦ, ସଇଦ ଅନଓ୍ବର, ଇଞ୍ଜିମାମ ଉଲ ହକ୍‌, ଓ୍ବାକର ୟୁନୁସଙ୍କ ଭଳି ବିଶ୍ୱ ସ୍ତରୀୟ ଖେଳାଳି ରହିଥିଲେ। ମ୍ୟାଚ୍‌କୁ ୩୯ ରନ୍‌ରେ ଜିତି ଭାରତ ପାକିସ୍ତାନକୁ ଇଭେଣ୍ଟରୁ ବିଦା କରିଥିଲା। ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ କ୍ଷତିରେ ୫୦ ଓଭରରେ ୨୮୭ ରନ୍‌ କରିଥିଲା। ଦଳ ପାଇଁ ସିଦ୍ଧୁ ୯୩ ଓ ସଚିନ ୩୧ ରନ୍‌ କରିଥିଲେ। ଦୁଇ ଓପନର ଆଉଟ୍‌ ହେବା ପରେ ଦଳୀୟ ସ୍କୋରବୋର୍ଡ ଧିମା ପଡ଼ିଯାଇଥିଲା। କିନ୍ତୁ ଇନିଂସ ଶେଷ ଆଡ଼କୁ ଅଜୟ ଜାଡେଜା ପ୍ରସିଦ୍ଧ ବୋଲର ଓ୍ବାକରଙ୍କୁ ଛେଛି ଦେଇଥିଲେ। ଓ୍ବାକରଙ୍କ ଅନ୍ତିମ ୨ ଓଭରରେ ସେ ୪୦ ରନ୍‌ କରିଥିଲେ। ଜାଡେଜା ୨୫ ବଲ ଖେଳି ୪୫ ରନ୍‌ କରିଥିଲେ। ପରେ କୁମ୍ବଲେ ଓ ଭେଙ୍କଟେଶ ପ୍ରସାଦ ଚମତ୍କାର ବୋଲିଂ ଯୋଗୁ ପାକିସ୍ତାନ ୨୪୮ ରନ୍‌ରେ ସୀମିତ ରହିଥିଲା। ଦୁହେଁ ୩ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri