Posted inଖେଳ

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ ଆଇପିଏଲ ବାତିଲ କରିବା ଲାଗି ସରକାରଙ୍କ ସହ ଆଲୋଚନା ଚାଲିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ସୋମବାର ଏକ ବିବୃତି ଜରିଆରେ କହିଛନ୍ତି। ହେଲେ ଆଇପିଏଲର ୧୩ତମ ସଂସ୍କରଣ ଧାର୍ଯ୍ୟ ତାରିଖରେ ହିଁ ଆରମ୍ଭ ହେବ। କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ତୋପେ କହିଛନ୍ତି, ଆଇପିଏଲ ଖେଳାଗଲେ କରୋନା ଭାଇରସ ବ୍ୟାପିପାରେ। ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିବେ। ଏଭଳି ସ୍ଥିତିରେ କରୋନା ଭାଇରସ ବ୍ୟାପିଲେ, ସ୍ଥିତି ସାଙ୍ଘାତିକ ହୋଇପାରେ। ରାଜ୍ୟରେ ୧୫ ଜଣଙ୍କୁ ଅବଜରଭେଶନରେ ରଖାଯାଇଛି। ୨୫୮ ଜଣ ଡିସଚାର୍ଯ ହୋଇସାରିଛନ୍ତି। ମାତ୍ର ଗୋଟିଏ ହେଲେ ପଜିଟିଭ ରିପୋର୍ଟ ଆସିନାହିଁ। ବିସିସିଆଇ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ଗାଙ୍ଗୁଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୁରକ୍ଷା ପଦକ୍ଷେପ ବିସିସିଆଇ ଗ୍ରହଣ କରିବ। ଏଥିରେ ଖେଳାଳି, ଫ୍ରାଞ୍ଚାଇଜ, ଏୟାର ଲାଇନ, ଦଳୀୟ ହୋଟେଲ, ପ୍ରସାରଣକାରୀ କର୍ମକର୍ତ୍ତା ଓ ଇଭେଣ୍ଟରେ ଜଡ଼ିତ ସମସ୍ତଙ୍କୁ ସାମିଲ କରାଯିବ। ବୋର୍ଡ ସମସ୍ତ ଖେଳାଳିଙ୍କୁ କାହା ସହ ହାତ ନ ମିଳାଇବାକୁ ଉପଦେଶ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?