ଖେଳ

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବ୍ରେଟ୍‌ ଲି ଅନେକ ଥର ଐତିହାସିକ ପ୍ରଦର୍ଶନ…

ଇତିହାସ ରଚିଲେ ରବାଡା, ପାକିସ୍ତାନ ବିପକ୍ଷରେ ଅଣ ଏସୀୟ ଖେଳାଳି ଭାବେ ହାସଲ କଲେ ଏହି ଉପଲବ୍ଧି

କରାଚି,୨୮।୧: ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଇତିହାସ ରଚିଛନ୍ତି କାଗିସୋ ରବାଡା। କ୍ୟାରିୟରର ୪୪ତମ ଟେଷ୍ଟରେ ସେ ୨୦୦ ଉଇକେଟ ନେବାର ରେକର୍ଡ କରିଛନ୍ତି। ବୟସ ଦୃଷ୍ଟିରୁ ଏପରି କରିବାରେ ସେ…

ଚର୍ଚ୍ଚାରେ ଅଷ୍ଟ୍ରେଲିଆ ଟି୨୦ ଟିମ୍‌ରେ ସାମିଲ ହୋଇଥିବା ଏହି ଭାରତୀୟ ବଂଶୋଦ୍ଭବ ଖେଳାଳି, ଜାଣନ୍ତୁ କିଏ ସେ…

ସିଡନୀ,୨୮।୧: କ୍ରିକେଟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିଛି। ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସ୍ପିନର ତନବୀର ସାଂଘାଙ୍କ ନାମ ଥିବା ଦେଖିବାକୁ ମିଳିଛି। ନିକଟରେ…

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି ନଂ.୧, ରୋହିତ ନଂ. ୨

ଦୁବାଇ,୨୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ତାରକା ଓପନର ରୋହିତ ଶର୍ମା ୨ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ…

ଫେବୃୟାରୀ ୧୮ରେ ଆଇପିଏଲ୍‌ ନିଲାମ

ନୂଆଦିଲ୍ଲୀ,୨୮।୧(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ପାଇଁ ଆସନ୍ତା ଫେବୃୟାରୀ ୧୮ ତାରିଖରେ ଖେଳାଳି ନିଲାମ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଖେଳାଳି ନିଲାମ ଚେନ୍ନାଇରେ ଆୟୋଜନ କରାଯିବ ବୋଲି ଆଇପିଏଲ୍‌ ଆୟୋଜକମାନେ ସୂଚନା ଦେଇଛନ୍ତି। ଆଇପିଏଲ୍‌ ଟୁଇଟର…

ନୂଆ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ପନ୍ତ, ଅଶ୍ୱିନ

ଦୁବାଇ,୨୮।୧(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ନୂଆକରି ପ୍ଲେୟାର ଅଫ୍‌ ଦି ମନ୍ଥ ପୁରସ୍କାର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମଥର ପାଇଁ ଆଇସିସି ଏଭଳି ନୂଆ ପୁରସ୍କାର ଦେବାକୁ ପଦକ୍ଷେପ ନେଇଛି। ଏହି ପୁରସ୍କାର ଦୌଡ଼ରେ ଭାରତୀୟ…

ଟେଷ୍ଟ ସିରିଜ: ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୮।୧(ପି.ଟି.): ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର ଚେନ୍ନାଇରେ ଆସି ପହଞ୍ଚିଛନ୍ତି। ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।…

ହସ୍ପିଟାଲରେ ଗାଙ୍ଗୁଲି

କୋଲକାତା,୨୮।୧: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ହସ୍ପିଟାଲରେ ତାଙ୍କର ଏକାଧିକ ଟେଷ୍ଟ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ…

ପ୍ରଥମ ଟେଷ୍ଟ: ଫଓ୍ବାଦ୍‌ଙ୍କ ଶତକ, ପାକିସ୍ତାନ ଅଗ୍ରଣୀ

କରାଚୀ,୨୮।୧(ପି.ଟି.): କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲମଙ୍କ ଶତକ, ଆଝାର ଅଲୀ ଓ ଫହିମ ଆଶ୍ରଫ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ପାକିସ୍ତାନ…

କୋହଲିଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍‌

କୋଚି,୨୭।୧: କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ୍‌. ମନିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟକୁ ନୋଟିସ୍‌ ଜାରି କରିଛନ୍ତିି। କୋହଲିଙ୍କ ସମେତ ମାଲାୟାଲମ ଅଭିନେତା ଅଜୁ ଭର୍ଗିସ ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ…

ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୭।୧: ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ରୁଟ୍‌…

ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ରୋହିତ

ଦୁବାଇ,୨୭ା୧- ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ରାଜୁତି ଜାରି ରହିଛି। ଦୁହେଁ ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?