ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି ଯୋଗୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍ର ଶେଷ ୩ଟି ମ୍ୟାଚ୍ରେ ଦର୍ଶକ ଷ୍ଟାଡିୟମରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସିରିଜର ଶେଷ ତିନୋଟି ଟି-୨୦ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ। ଏହି ନିଷ୍ପତ୍ତି ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମୋଦି ସରକାରଙ୍କୁ ଘେରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି ଯେ, ହଜାର ହଜାର ିଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି, କିନ୍ତୁ ଉତ୍ତରପ୍ରଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ କୁମ୍ବ ମେଳାକୁ ଆସିବାକୁ ଅନୁମତି ଦିଆଯାଇଛି।
ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି -୨୦ ମ୍ୟାଚ ସମୟରେ ଦର୍ଶକମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ଷ୍ଟାଡିୟମର ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିଲା। ଷ୍ଟାଡିୟମରେ ଦର୍ଶକମାନେ କରୋନା ନିୟମକୁ ଉଲ୍ଲଂଘନ କରୁଥିଲେ, ଯାହାକୁ ଦୃଷ୍ଟିରେ ରଖି ଗୁଜରାଟ କ୍ରିକେଟ ଆସୋସିଏସନ ଦର୍ଶକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ଗତ ତିନିଟି ଟି -୨୦ ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଦର୍ଶକ ଗୁଜରାଟ କ୍ରିକେଟ ଆସୋସିଏସନ ଟିକେଟ ଟଙ୍କା ଫେରସ୍ତ କରିବେ। ଦର୍ଶକଙ୍କ ଟଙ୍କା ଫେରସ୍ତ ପାଇଁ ଏକ ନୀତି ପ୍ରସ୍ତୁତ କରାଯିବ।
COVID-19 के बड़ते प्रकोप के कारण T20 क्रिकेट मैच देखने पर तो स्टेडियम में आने पर हज़ारों श्रोताओं पर रोक लेकिन कुंभ में लाखों श्रद्धालुओं को उत्तराखंड में छूट!! धन्यवाद।
— Office Of Digvijaya Singh (@OfficeOfDVS) March 16, 2021

