Posted inଖେଳ

କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍‌ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍‌ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁଳ ମାତ୍ରାରେ ଦର୍ଶକ ପହଞ୍ଚିଥିଲେ। କରୋନା ସଂକ୍ରମଣ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ମଇଦାନରେ ଏତେ ସଂଖ୍ୟକ ଦର୍ଶକ ପହଞ୍ଚି ମ୍ୟାଚ୍‌ ଉପଭୋଗ କରିଥିଲେ। ହେଲେ ଏହି ଖୁସି ଉପରେ ପୁଣିଥରେ କରୋନା ରୋକ ଲଗାଇଛି। ବାକି ଥିବା ୩ ଅନ୍ତଃରାଷ୍ଟ୍ରୀୟ ଟି୨୦ ମ୍ୟାଚ୍‌ ବିନା ଦର୍ଶକରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶ ଯେ, ଇଂଲଣ୍ଡ ବିପକ୍ଷ ଏହି ସିରିଜ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପୂର୍ବରୁ ଏଠାରେ ଟେଷ୍ଟ ସିରିଜର ଶେଷ ୨ ମୁକାବିଲା ଖେଳାଯାଇଥିଲା। ଏବେ ଗୁଜରାଟ କ୍ରିକେଟ ସଂଘ(ଜିସିଏ) ପକ୍ଷରୁ ଟି୨୦ ସିରିଜର ବାକି ମ୍ୟାଚ୍‌ଗୁଡ଼ିକ ଦର୍ଶକଙ୍କ ବିନା ଖେଳାଯିବ ବୋଲି କୁହାଯାଇଛି। ଜିସିଏ ଉପାଧ୍ୟକ୍ଷ ଧନରାଜ ନଥଓ୍ବାନୀ କହିଛନ୍ତି, ୧୬,୧୮ ଏବଂ ୨୦ ମାର୍ଚ୍ଚରେ ହେବାକୁ ଥିବା ମ୍ୟାଚ୍‌ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କୁ ଟଙ୍କା ଫେରସ୍ତ କରିଦିଆଯିବ। ଅହମ୍ମଦାବାଦରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତେବେ ଏହି ଖବର କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌; ହେଲିକପ୍ଟର ଶଟ୍‌ ଖେଳି ଦଳକୁ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରସିଦ ଖାନ୍‌ ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୯ ବଲ୍‌ରେ ଅପରାଜିତ...

ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ୩୯ ତମ ମ୍ୟାଚ୍‌ରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି...

ଅଶ୍ୱିନ୍‌ ରଚିଲେ ଇତିହାସ

ବିଶାଖାପାଟଣା,୬।୧୦: ପାଖାପାଖି ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି। ବିଶାଖାପାଟଣାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ...

୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି

କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୧୦ା୧୦ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲ ବୈଠକ ଅକ୍ଟୋବର ୧୭ରେ ହେବ। ଏହା ଅନ୍‌ଲାଇନ୍‌ରେ ହେବ। କୋଭିଡ୍‌ର ବର୍ତ୍ତମାନ...

ଆଶେସ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳର ମେଣ୍ଟର ଓ୍ବ

ସିଡ୍‌ନୀ,୪।୭(ଏଏଫ୍‌ପି)- ଇଂଲଣ୍ଡରେ ୧୮ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଆଶେସ ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି। ଏଥିଲାଗି ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଙ୍କୁ ଦଳର ମେଣ୍ଟର...

ଚାଲିଲା କ୍ୟାପଟେନ କୋହଲିଙ୍କ ଯାଦୁ

ଦୁବାଇ,୨୯।୯: ଏକଦା ୧୧ ଓଭରରେ ୧୦୦ ରନ୍‌ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୪୯ ରନ୍‌ରେ ରୋକି ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଏହା ସମ୍ଭବ...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ

ହରାରେ, ୯ା୮ (ଏପି)-ଏକ ସରକାରୀ ପରିଷଦ ଦ୍ୱାରା ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ ହୋଇଛି। କିନ୍ତୁ ବାହ୍ୟ ହସ୍ତକ୍ଷେପ ଯୋଗୁ ଦେଶ ଅନ୍ତର୍ଜାତୀୟ କ୍ରିକେଟ...

Advertisement
Archives

Model This Week