ଖେଳ

୧ ନମ୍ବରକୁ ଫେରିଲେ ଦୀପିକା

ପ୍ୟାରିସ,୨୯।୬(ପି.ଟି.): ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ ପୁଣିଥରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌ ୩ରେ ସେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।…

କୋପା ଆମେରିକା ଫୁଟବଲ: ବ୍ରାଜିଲ- ଇକ୍ୱେଡର ମ୍ୟାଚ୍‌ ଡ୍ର

ସାଓ ପାଉଲୋ,୨୯।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବ୍ରାଜିଲ ଓ ଇକ୍ୱେଡର ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଗୋଇଆନିଆର ଅଲିମ୍ପିକୋ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌ ବି’ର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବ୍ରାଜିଲ ତରଫରୁ ନେମାର,…

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ବେଲଜିୟମ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଆଉଟ୍‌

ସେଭିଲ,୨୯।୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଦଳ ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌- ୧୬ର ଦ୍ୱିତୀୟ ମ୍ୟାଚ୍‌ରେ ବେଲଜିୟମ ୧-୦ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱାଧୀନ ତଥା ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ…

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ ଇଭେଣ୍ଟକୁ ୬-୦ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ବିଜୟ ସହିତ…

ବିସିସିଆଇର ବଡ଼ ଘୋଷଣା: ଭାରତରେ ହେବ ନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୬: ବିସିସିଆଇ ସୋମବାର ଏକ ବଡ ଘୋଷଣା କରିଛି। ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ୟୁଏଇ ସ୍ଥାନାନ୍ତର କରାଯାଇଛି। ଦେଶରେ କରୋନା ପରିସ୍ଥିତି ଜାରି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିସିସିଆଇ ଆଇସିସିକୁ ସୂଚନା ଦିଆଯାଇଥିବା ବିସିସିଆଇ…

ଫଟୋ ଛାଡି ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ ପେସର ମହମ୍ମଦ ଶାମିଙ୍କ ସହ ବିବାଦ ପରେ ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାଁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି ଏବଂ କ୍ରମାଗତ ଭାବରେ ତାଙ୍କ ଫଟୋ ଶେୟାର କରୁଛନ୍ତି। ନିକଟରେ…

କୋହଲିଙ୍କୁ ଦୁର୍ଭାଗ୍ୟଶାଳୀ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୨୮।୬: ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ…

ମେଲବୋର୍ନ କ୍ଲବ ପାଇଁ ଖେଳିବେ ଯୁବରାଜ ଓ ଗେଲ୍‌

ମେଲବୋର୍ନ, ୨୮ା୬ (ପି.ଟି.)- ଚଳିତ ଗ୍ରୀଷ୍ମ ଋତୁରେ ମେଲବୋର୍ନରେ ଅବସ୍ଥିତ ମଲ୍‌ଗ୍ରେଭ୍‌ କ୍ରିକେଟ କ୍ଲବ ତରଫରୁ ଟି୨୦ କ୍ରିକେଟ ଖେଳିପାରନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଓ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଖ୍ରିସ୍‌ ଗେଲ୍‌। ଦୁଇ ଖେଳାଳିଙ୍କ ସହ ଖୁବ୍‌ଶୀଘ୍ର…

୨୦୦ମିଟର ଫ୍ରିଷ୍ଟାଇଲ୍‌ରେ ସଜନଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୨୮ା୬ (ପି.ଟି.)- ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ସନ୍ତରଣ ପ୍ରତିଯୋଗିତାରେ ଭାରତର ସଜନ ପ୍ରକାଶ ୨୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫିନା ସ୍ବୀକୃତିପ୍ରାପ୍ତ ଏହି ଅଲିମ୍ପିକ କ୍ୱାଲିଫାୟରରେ ପ୍ରକାଶ ୧:୪୯.୭୩…

୫ଟି ବଲ୍‌ରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଗ୍ରେନାଡା,୨୮।୬: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚକୁ ୧୬ ରନ୍‌ରେ ଜିତି ସିରିଜ ୧-୧ ବରାବର କରିଥିଲା। ଏହି…

ଦକ୍ଷିଣ ଆଫ୍ରିକାକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସେଣ୍ଟ୍‌ ଜର୍ଜ, ୨୮ା୬(ଏପି)-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୮ଉଇକେଟରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ ୧୬୧ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫ ଓଭରରେ ମାତ୍ର ୨ ଉଇକେଟ ବିନିମୟରେ…

ଭର୍ଷ୍ଟାପେନ୍‌ଙ୍କୁ କ୍ରମାଗତ ଦ୍ୱିତୀୟ ଟାଇଟଲ

ସ୍ପିଲବର୍ଗ, ୨୮ା୬: ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ ଚାମ୍ପିୟନଶିପ ଷ୍ଟାଣ୍ଡିଂରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୧୮କୁ ବୃଦ୍ଧି କରିପାରିଛନ୍ତି। ଭର୍ଷ୍ଟାପେନ୍‌ଙ୍କର ଏହା କ୍ରମାଗତ ଦ୍ୱିତୀୟ ଏବଂ ରେଡ୍‌ବୁଲ୍‌ର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?