Posted inଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ କୋହଲି

ଲର୍ଡସ,୧୭।୮: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କରିଛନ୍ତି। ଅଧିନାୟକ ଭାବରେ ଟେଷ୍ଟ ଜିତିବା ଦୃଷ୍ଟିରୁ ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି। ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଭାବରେ ଟେଷ୍ଟରେ ଏହା ବିରାଟ କୋହଲିଙ୍କ ୩୭ ତମ ବିଜୟ। ସେ ଏପର୍ଯ୍ୟନ୍ତ ୬୩ ଟି ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଏଥିମଧ୍ୟରୁ ୧୫ଟି ଟେଷ୍ଟ ହାରିଥିବାବେଳେ ୧୧ଟି ଟେଷ୍ଟ ଡ୍ର ହୋଇଛି। କୋହଲି ୱେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ଲାଇଭ୍‌ ଲଏଡଙ୍କୁ ପଛରେ ପକାଇ ଦେଇଛନ୍ତି। କ୍ଲାଇଭ୍‌ଙ୍କ ଅଧିନାୟିକତ୍ୱରେ ୭୪ଟି ଟେଷ୍ଟ ମଧ୍ୟରୁ ୩୬ଟି ଜିତିଥିବାବେଳେ ୧୨ରେ ପରାସ୍ତ ହୋଇଥିଲେ। ୨୬ ଟି ମ୍ୟାଚ ଡ୍ର ହୋଇଥିଲା। କୋହଲି ମଧ୍ୟ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ।
ଟେଷ୍ଟର ସବୁଠାରୁ ସଫଳ ଅଧିନାୟକ ବିଷୟରେ କହିବାକୁ ଗଲେ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥ ନମ୍ବର -୧ରେ ଅଛନ୍ତି। ସେ ୧୦୯ ମଧ୍ୟରୁ ୫୩ଟି ଟେଷ୍ଟ ଜିତିଛନ୍ତି। ୨୯ଟି ହାରିଥିବାବେଳେ ୨୭ଟି ଟେଷ୍ଟ ଡ୍ର ରହିଥିଲା। ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ୫୦ରୁ ଅଧିକ ଟେଷ୍ଟ ଜିତିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ ୱ ତୃତୀୟ ସ୍ଥାନରେ ଅଛନ୍ତି। ପଣ୍ଟିଂ ୭୭ଟି ଟେଷ୍ଟ ମଧ୍ୟରୁ ୪୮ଟି ଜିତିଥିଲେ। ୧୬ଟିରେ ହାରିଥିବାବେଳେ ୧୩ଟି ଡ୍ର ରହିଥିଲା। ଏଥି ସହିତ, ଷ୍ଟିଭ ୱ ୫୭ଟି ଟେଷ୍ଟ ମଧ୍ୟରୁ ୪୧ଟି ଜିତି ୯ଟିରେ ହାରିଥିଲେ। ୭ଟି ମ୍ୟାଚ ଡ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri