Posted inଖେଳ

ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ: କାହିଁକି ନିଜ ଦଳର ଖେଳାଳିଙ୍କୁ ଏମିତି କହିଥିଲେ କୋହଲି

ଲଣ୍ଡନ,୧୭।୮: ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ଆକ୍ରୋଶ ପାଇଁ ଜଣାଶୁଣା। ସେ ବ୍ୟାଟିଂ ହେଉ କିମ୍ବା ଫିଲ୍ଡିଂ ଉଭୟ ଫ୍ରଣ୍ଟରେ ସେ ଶତପ୍ରତିଶତ ଦିଅନ୍ତିି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ଆକ୍ରୋଶର ଶିଖରରେ ଥିଲା। ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ଭାରତ ଇଂଲଣ୍ଡକୁ ବିଜୟ ପାଇଁ ୨୭୨ ରନର ଟର୍ଗେଟ ଦେଇଥିଲା। ମ୍ୟାଚ୍‌ ଡ୍ର’ ଆଶ କରାଯାଉଥିବାବେଳେ ବିରାଟ କୋହଲି ନିଜ ଖେଳାଳିଙ୍କୁ ପଡ଼ିଆରେ ଯାହା କହିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ଟିମ ହଡଲରେ ବିରାଟ କୋହଲି ତାଙ୍କ ଖେଳାଳିଙ୍କୁ ୬୦ ଓଭରରେ ସର୍ବୋତ୍ତମ ଫିଲ୍ଡିଂ କରିବାକୁ କହିଥିଲେ। ଏହାସହ ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ..। ଏହି ୬୦ ଓଭରରେ ଶ୍ରେଷ୍ଠ ଫିଲ୍ଡିଂ କରିବାକୁ ପଡିବ। ବିରାଟ କୋହଲିଙ୍କ ଏହି ବାର୍ତ୍ତା ଶେଷରେ କାମ ଦେଲା। ଭାରତୀୟ ଦ୍ରୁତ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଫଳରେ ଭାରତ ମ୍ୟଚ୍‌କୁ ୧୫୧ ରନ୍‌ରେ କରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବିଙ୍କ ଟି୧୦ ପଦାର୍ପଣ

ଦୁବାଇ,୧୬।୧୧- ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଦୁବାଇ ପ୍ରିମିୟର ଟି୧୦ର ତୃତୀୟ ସଂସ୍କରଣରେ ଖେଳି ଶୁକ୍ରବାର ଟି୧୦ ଫମାର୍ଟରେ କ୍ୟାରିୟର ଆରମ୍ଭ କରିଛନ୍ତି।...

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ...

ଜ୍ୟୋତ୍ସ୍ନା କ୍ୱାର୍ଟର ଫାଇନାଲରେ

କାଇରୋ, ୧୫।୧୦- ଭାରତର ଆଗଧାଡ଼ିର ସ୍କ୍ବାଶ୍‌ ତାରକା ଜ୍ୟୋତ୍ସ୍ନା ଚିନ୍ନାପ୍ପା ଇଜିପ୍ଟିଆନ ଓପନ ସ୍କ୍ବାଶ୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୬ ମାସ...

ମହିଳା ଫିଫା ବିଶ୍ୱକପ୍‌: ଏସିଆର ଅଭିଯାନ ଶେଷ

ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍‌ପି)- ମହିଳା ଫିଫା ବିଶ୍ୱକପ୍‌ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍‌ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ...

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା...

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି।...

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର...

ମ୍ୟାକ୍‌ଗ୍ରାଥଙ୍କ ଡ୍ରିମ୍‌ ହ୍ୟାଟ୍ରିକ୍‌ ଲାଇନ୍‌ଅପ୍‌ରେ ଲାରା, ସଚିନ, ଡ୍ରାଭିଡ

ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍‌ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ...

Advertisement


Archives

Model This Week