Posted inଖେଳ

କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…

କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ିଦେଇଥିଲେ। ଫଳରେ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛଇ। ଲୋକମାନେ ନିଜକୁ ଏବଂ ଦେଶର ଭବିଷ୍ୟତ ଅନ୍ଧାର ଆଡ଼କୁ ଯାଉଛି ବୋଲି ମତ ରଖୁଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଳାୟନ କରୁଛନ୍ତି। ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଆଫଗାନିସ୍ତାନର କ୍ରିକେଟର। ନିକଟରେ ଦେଶର ତାରକା ସ୍ପିନର ରସିଦ ଖାନ ଶାନ୍ତି ପାଇଁ ନିବେଦନ କରିଥିଲେ। ଏହାଛଡ଼ା ହିଂସା ବୃଦ୍ଧି ପାଉଥିବା ବେଳେ ଦେଶ ନ ଛାଡ଼ିବାକୁ ବିଶ୍ୱ ନେତାମାନଙ୍କୁ କହିଥିଲେ।

ରସିଦ ଏବେ ଇଂଲଣ୍ଡରେ ‘ଦ ହଣ୍ଡ୍ରେଡ୍‌’ ଲିଗ୍‌ ଖେଳୁଛନ୍ତି। ହେଲେ ତାଙ୍କ ପରିବାର ଆଫଗାନିସ୍ତାନରେ ଫସି ରହିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଏକ ମ୍ୟାଚ୍‌ ସମୟରେ ରସିଦଙ୍କ ସହ ଦେଶର ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ। ରସିଦ ବହୁତ ଚିନ୍ତିତ ଥିବା ବେଳେ ପରିବାରକୁ ସେଠାରୁ ବାହାର କରିପାରୁ ନ ଥିବା କହିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରସିଦଙ୍କ ପରିବାର ଆଫଗାନିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଅନେକ ବର୍ଷ ପୂର୍ବେ ତାଙ୍କ ପରିବାର ତାଲିବାନଠାରୁ ରକ୍ଷା ପାଇବା ପାଇଁ ସମାନ ପଦକ୍ଷେପ ନେଇଥିଲେ। ସେମାନେ ଦେଶ ଛାଡ଼ି ପାକିସ୍ତାନରେ ଆଶ୍ରୟ ନେଇଥିଲେ।

୧୯୯୮ରେ ରସିଦଙ୍କ ଜନ୍ମ। ତାଙ୍କର ୧୦ ଭାଇ ଭଉଣୀ। ସେ ଛୋଟ ଥିବା ବେଳେ ୨୦୦୧ରେ ଆମେରିକାର ନାଟୋ ସେନା ତାଲିବାନକୁ ପରାସ୍ତ କରିଥିଲେ। ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ବ୍ୟାପିବାରେ ଲାଗିଥିଲା। ଏଭଳି ସ୍ଥିତିରେ ରସିଦଙ୍କ ପରିବାର ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନକୁ ଯାଇଥିଲେ। ସେଠାରେ ସେମାନେ କିଛି ବର୍ଷ ରହିଥିଲେ। ହେଲେ ପରେ ସେମାନେ ଦେଶକୁ ଫେରିଆସିଥିଲେ। ଏବେ ପୁଣିଥରେ ତାଲିବାନ କ୍ଷମତା ହାସଲ କରିଥିବାରୁ ରସିଦ ଓ ତାଙ୍କ ପରିବାର ଚିନ୍ତିତ ଅଛନ୍ତି।

୨୦୧୫ରେ ରସିଦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ସ୍ପିନ୍‌ ବୋଲିଂକୁ ନେଇ ଲୋକପ୍ରିୟ। ଏଯାବତ ସେ ୭୪ ଦିନିକିଆ ଏବଂ ୫୧ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ କ୍ରମଶଃ ୧୪୦ ଏବଂ ୯୫ ଉଇକେଟ ନେଇଛନ୍ତି। ଏହାଛଡ଼ା ସେ ୫ ଟେଷ୍ଟ ମ୍ୟାଚ୍‌ ଖେଳି ୩୪ ଉଇକେଟ ନେବାରେ ସଫଳ ହୋଇଛନ୍ତି। ସେ ଅନେକ ବଡ଼ କ୍ରିକେଟ ଲିଗ୍‌ ଖେଳନ୍ତି। ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍‌ର ସେ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?