Posted inଖେଳ

କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…

କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ିଦେଇଥିଲେ। ଫଳରେ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛଇ। ଲୋକମାନେ ନିଜକୁ ଏବଂ ଦେଶର ଭବିଷ୍ୟତ ଅନ୍ଧାର ଆଡ଼କୁ ଯାଉଛି ବୋଲି ମତ ରଖୁଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଳାୟନ କରୁଛନ୍ତି। ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଆଫଗାନିସ୍ତାନର କ୍ରିକେଟର। ନିକଟରେ ଦେଶର ତାରକା ସ୍ପିନର ରସିଦ ଖାନ ଶାନ୍ତି ପାଇଁ ନିବେଦନ କରିଥିଲେ। ଏହାଛଡ଼ା ହିଂସା ବୃଦ୍ଧି ପାଉଥିବା ବେଳେ ଦେଶ ନ ଛାଡ଼ିବାକୁ ବିଶ୍ୱ ନେତାମାନଙ୍କୁ କହିଥିଲେ।

ରସିଦ ଏବେ ଇଂଲଣ୍ଡରେ ‘ଦ ହଣ୍ଡ୍ରେଡ୍‌’ ଲିଗ୍‌ ଖେଳୁଛନ୍ତି। ହେଲେ ତାଙ୍କ ପରିବାର ଆଫଗାନିସ୍ତାନରେ ଫସି ରହିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଏକ ମ୍ୟାଚ୍‌ ସମୟରେ ରସିଦଙ୍କ ସହ ଦେଶର ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ। ରସିଦ ବହୁତ ଚିନ୍ତିତ ଥିବା ବେଳେ ପରିବାରକୁ ସେଠାରୁ ବାହାର କରିପାରୁ ନ ଥିବା କହିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରସିଦଙ୍କ ପରିବାର ଆଫଗାନିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଅନେକ ବର୍ଷ ପୂର୍ବେ ତାଙ୍କ ପରିବାର ତାଲିବାନଠାରୁ ରକ୍ଷା ପାଇବା ପାଇଁ ସମାନ ପଦକ୍ଷେପ ନେଇଥିଲେ। ସେମାନେ ଦେଶ ଛାଡ଼ି ପାକିସ୍ତାନରେ ଆଶ୍ରୟ ନେଇଥିଲେ।

୧୯୯୮ରେ ରସିଦଙ୍କ ଜନ୍ମ। ତାଙ୍କର ୧୦ ଭାଇ ଭଉଣୀ। ସେ ଛୋଟ ଥିବା ବେଳେ ୨୦୦୧ରେ ଆମେରିକାର ନାଟୋ ସେନା ତାଲିବାନକୁ ପରାସ୍ତ କରିଥିଲେ। ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ବ୍ୟାପିବାରେ ଲାଗିଥିଲା। ଏଭଳି ସ୍ଥିତିରେ ରସିଦଙ୍କ ପରିବାର ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନକୁ ଯାଇଥିଲେ। ସେଠାରେ ସେମାନେ କିଛି ବର୍ଷ ରହିଥିଲେ। ହେଲେ ପରେ ସେମାନେ ଦେଶକୁ ଫେରିଆସିଥିଲେ। ଏବେ ପୁଣିଥରେ ତାଲିବାନ କ୍ଷମତା ହାସଲ କରିଥିବାରୁ ରସିଦ ଓ ତାଙ୍କ ପରିବାର ଚିନ୍ତିତ ଅଛନ୍ତି।

୨୦୧୫ରେ ରସିଦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ସ୍ପିନ୍‌ ବୋଲିଂକୁ ନେଇ ଲୋକପ୍ରିୟ। ଏଯାବତ ସେ ୭୪ ଦିନିକିଆ ଏବଂ ୫୧ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ କ୍ରମଶଃ ୧୪୦ ଏବଂ ୯୫ ଉଇକେଟ ନେଇଛନ୍ତି। ଏହାଛଡ଼ା ସେ ୫ ଟେଷ୍ଟ ମ୍ୟାଚ୍‌ ଖେଳି ୩୪ ଉଇକେଟ ନେବାରେ ସଫଳ ହୋଇଛନ୍ତି। ସେ ଅନେକ ବଡ଼ କ୍ରିକେଟ ଲିଗ୍‌ ଖେଳନ୍ତି। ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍‌ର ସେ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri