ଜାତୀୟ

ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଦୂର ହୋଇପାରିଛି। କଟଘର ଥାନା ଅଞ୍ଚଳରେ ଥିବା…

ରାଜଧାନୀରେ ବିନା ଦରମାରେ ୩୨ ବର୍ଷ ହେବ କାମ କରିଆସୁଛନ୍ତି ବୃଦ୍ଧ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୯।୮: ରାଜଧାନୀ ଦିଲ୍ଲୀର ସିଲମପୁର ଲାଲବତି ଛକରେ ଜଣେ ବୃଦ୍ଧ ଟ୍ରାଫିକ ପୋଲିସ ୟୁନିଫର୍ମ ପିଦ୍ଧି ଟ୍ରାଫିକ ସିଷ୍ଟମ ଚଲାଉଥିବା ଦେଖିବାକୁ ମିଳୁଛି। ଦୀର୍ଘ ୩୨ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ସକାଳ ୯ଟାରୁ ରାତି ୧୦ଟା…

ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ

ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଛି। କାନପୁରରେ ରହୁଥିବା ଜଣେ ଯୁବତୀ…

ଚାକିରି ଦେବାକୁ କହି ୧୦୦ କୋଟିର ଠକେଇ: ର଼୍ୟାକେଟରେ ୭୦ ବର୍ଷ ବୟସ୍କା ବୃଦ୍ଧା ସାମିଲ୍‌

ନୋଏଡ଼ା, ୨୯।୮: ଏକ ବଡ଼ ଧରଣର ଠକେଇ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ନୋଏଡ଼ା ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ୧୦୦ କୋଟି ଟଙ୍କାର ଏହି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ରାଜେଶ କୁମାର ଫେରାର ହୋଇଯାଇଛନ୍ତି। ତେବେ ରାଜେଶଙ୍କ ୭୦…

ସେନାକୁ ସଫଳତା: ପୁଣି ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୯।୮: ସେନାକୁ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ପୁଣି ଏକ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏଥିରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ଜଦୁରା ଗାଁରେ କିଛି ଆତଙ୍କବାଦୀ…

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ ଅଞ୍ଚଳରେ ଚାଇନା ଫାଇବର ଅପ୍ଟିକ୍ସ କେବୁଲ ବିଛାଇବା ସହ ଅନ୍ୟ ଉପକରଣ ଇନ୍‌ଷ୍ଟଲ କରିଛି।…

ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର…

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍‌-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ…

ବିନା ପରୀକ୍ଷାରେ ଡିଗ୍ରୀ ନାହିଁ

ନୂଆଦିଲ୍ଲୀ, ୨୯।୮: ବିନା ପରୀକ୍ଷାରେ ଡିଗ୍ରୀ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷ ବର୍ଷ ପରୀକ୍ଷା କରାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ପରୀକ୍ଷା ନ କରି ଡିଗ୍ରୀ ଦିଆଯାଇପାରିବ ନାହଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ନିଷ୍ପତ୍ତିକୁ…

କଂଗ୍ରେସ ଏମ୍‌ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ

ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଯୋଗୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ…

ଅନ୍‌ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ଏବେ ଚାଲିଛି ଅନ୍‌ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ ୪.୦। ଦେଶର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ଏଥର କ’ଣ ଖୋଲୁଛି କ’ଣ ନାହିଁ ତା’ଉପରେ ନଜର…

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି ପ୍ରଥମ ମହିଳା ଓ ତୃତୀୟ ଆଇଏଏସ୍‌। ୧୯୯୬ ବ୍ୟାଚର ଏହି ଆଇଏଏସ୍‌ ୨୦୧୫ରେ କେନ୍ଦ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?