Posted inଜାତୀୟ

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ ଅଞ୍ଚଳରେ ଚାଇନା ଫାଇବର ଅପ୍ଟିକ୍ସ କେବୁଲ ବିଛାଇବା ସହ ଅନ୍ୟ ଉପକରଣ ଇନ୍‌ଷ୍ଟଲ କରିଛି। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ବାରାକ୍‌ ଓ ଅନ୍ୟାନ୍ୟ ନିର୍ମାଣରେ ନିୟୋଜିତ ଥିବା ଦେଖିବାକୁ ମିଳିଛି, ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଗତ ମେ’ ପ୍ରାରମ୍ଭରେ ସୀମାରେ ଭାରତ-ଚାଇନା ମୁହଁାମୁହିଁ ହୋଇଥିଲେ। ଜୁନ୍‌ ୧୫ରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେ ସୈନ୍ୟ ମୃତାହତ ହୋଇଥିଲେ ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ସେନା ପ୍ରତ୍ୟାହାର ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଅଗଷ୍ଟ ପ୍ରଥମ ସପ୍ତାହରେ ଏଲ୍‌ଏସି ସଂଲଗ୍ନ ବିବାଦୀୟ ଅଞ୍ଚଳ ଡେମଚୋକ୍‌ରେ ଚାଇନା ପକ୍ଷରୁ ୫ଜି ନେଟ୍‌ଓ୍ବର୍କ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଥିବା ଭାରତର ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଥିଲେ। ସେଠାରେ ନୂଆ ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡଓ୍ବିଥ୍‌ସ ନିର୍ମାଣ ସହ ସେଲୁଲାର ଟ୍ରାନ୍ସମିଶନ ଟେକ୍ନୋଲୋଜି ବିକାଶ କରାଯାଉଥିବା ଜଣାପଡ଼ିଛି। ଚାଇନା ସୈନ୍ୟ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ ମଧ୍ୟ ପାଙ୍ଗୋଙ୍ଗ୍‌ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ନୂଆ ନିର୍ମାଣ କରାଯାଇଛି। ଦୁଇଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ଜାରି ରହିଥିବାବେଳେ ଏସବୁ ଦେଖିବାକୁ ମିଳିଛି। ଏହାକୁ ନେଇ ଗୋଇନ୍ଦା ସଂସ୍ଥାଗୁଡ଼ିକ ସେନାକୁ ସତର୍କ କରାଇଛନ୍ତି।

୪ ସୁଦ୍ଧା ସାମରିକ କାର୍ଯ୍ୟାନୁଷ୍ଠାନ

ସେପ୍ଟେମ୍ବର ୪ ତାରିଖ ସୁଦ୍ଧା କୌଣସି ସମୟରେ ତାଇଓ୍ବାନର ଉତ୍ତର ଭାଗରେ ଆକ୍ରମଣ ହେବ ବୋଲି ଶୁକ୍ରବାର ଚାଇନା ଧମକ ଦେଇଛି। ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ର ଉପରେ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ କଲେ ପରିଣାମ ଭୟାବହ ହେବ ବୋଲି ତାଇପେଇ ଚେତାବନୀ ଦେଇଛି।
ଶି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଉଲ୍ଲେଖ କରାଯାଇଛି ଯେ, ଚାଇନାର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ଶୁକ୍ରବାରଠାରୁ ସେପ୍ଟେମ୍ବର ୪ ଭିତରେ ବୋହାଇ ପ୍ରଣାଳୀ ଓ ୟଲୋ ସି ମଧ୍ୟରେ ସେନା କାର୍ଯ୍ୟାନୁଷ୍ଠାନ ନେବ। ଏଥିରେ ଆହୁରି ଦାବି କରାଯାଇଛି ଯେ, ବେଜିଂ ପକ୍ଷରୁ ‘ନୋ ଫ୍ଲାଇଂ ଜୋନ୍‌’ ଭାବେ ଘୋଷିତ ବୋହାଇ ସାଗରର ଉତ୍ତର ଉପକୂଳରେ ମଙ୍ଗଳବାର ସମରାଭ୍ୟାସ ବେଳେ ଆମେରିକାର ସ୍ପାଏ ପ୍ଲେନ୍‌ ୟୁ-୨ ପଶିଆସିଥିଲା। ଚାଇନା ପକ୍ଷରୁ ତାକୁ ଧ୍ୱଂସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri