ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍‌-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ କହିଛନ୍ତି। ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ନ ଥିବାବେଳେ ଏଭଳି ପିଟିଶନ ଅପରିପକ୍ୱ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ନିର୍ବାଚନ ସମ୍ପର୍କିତ ସବୁ ନିଷ୍ପତ୍ତି ନିର୍ବାଚନ କମିଶନ (ଇସି) ନେବେ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌.ଏସ୍‌. ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଅସାଧାରଣ ସ୍ଥିତିରେ ନିର୍ବାଚନ ସ୍ଥଗିତ ରଖିବା ବ୍ୟବସ୍ଥା ଜନପ୍ରତିନିଧି ଆଇନରେ ରହିଛି। କରୋନା ସଙ୍କଟ କାରଣରୁ ବିହାର ନିର୍ବାଚନ ସ୍ଥଗିତ ରଖିବା ଲାଗି ମୁଖ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଅବିନାଶ ଠାକୁର ଆବେଦନ କରିଥିଲେ। ନିର୍ବାଚନ ସ୍ଥଗିତ ରଖିବା ସମ୍ପର୍କରେ ଇସି ନିଷ୍ପତ୍ତି ନେବେ। ଏଥିପାଇଁ ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ବିହାର ନିର୍ବାଚନ ଠିକ୍‌ ସମୟରେ ହେବା ନେଇ ପଥ ପରିଷ୍କାର ହୋଇଯାଇଛି।
ସୂଚନାଯୋଗ୍ୟ କରୋନା ଆଳରେ ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ବିହାରର ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଛନ୍ତି। ଏପରିକି ଏନ୍‌ଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ଚିରାଗ ପାଶ୍ୱାନ ମଧ୍ୟ ନିର୍ବାଚନ ଘୁଞ୍ଚାଯିବା ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ: ୨ଯବାନ ଶହୀଦ

ଶ୍ରୀନଗର,୨୬।୧୧: ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ୧୨ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁରୁବାର ଦ୍ୱିପ୍ରହରରେ ଶ୍ରୀନଗର...

ମାଟିରେ ମିଶିଲା ଗ୍ୟାଙ୍ଗ୍‌ଷ୍ଟର ବିକାଶଙ୍କ ଘର

ଲକ୍ଷ୍ନୌ,୫ା୭(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି।...

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା...

କୁପୋଷଣ ଦୂର କରିବାକୁ ବିଦ୍ୟାଳୟରେ ପରିବା ଚାଷ କରୁଛନ୍ତି ଛାତ୍ର

ବିଳାସପୁର,୩।୯: ଛତିଶଗଡ଼ର ବିଳାସପୁର ଜିଲା ମସ୍ତୁରି ବ୍ଲକରେ ରହିଛି ଶାସକୀୟ ବାଳକ ପୂର୍ବ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ଶିକ୍ଷକତା କରୁଥିବା ବାବୁଲାଲ କର୍ଷ ପ୍ରାୟ ୩...

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ...

ରଣବୀରଙ୍କୁ ୨ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୮: ବଲିଉଡ ଅଭିନେତା ରଣବୀର ସିଂ ସୋମବାର ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଏକ ପତ୍ରିକା ପାଇଁ ନଗ୍ନ ଫଟୋଶୁଟ୍‌ ନେଇ ରଣବୀରଙ୍କୁ ଏହି ପଚରାଉଚରା...

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ...

ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛି କଶ୍ମୀର ଜୋନ୍‌...

Advertisement
Archives

Model This Week