ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିପାରେ। କେବଳ ଏମ୍‌ପିମାନେ ନୁହନ୍ତି, ଅଧିବେଶନ ସମୟରେ ପାର୍ଲାମେଣ୍ଟ ପରିସରକୁ ଯିବାକୁ ଥିବା ବିଭିନ୍ନ ମନ୍ତ୍ରଣାଳୟର ଅଫିସର, ଲୋକ ସଭା ଓ ରାଜ୍ୟ ସଭା ସଚିବାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୋଭିଡ୍‌ ପରୀକ୍ଷା କରାଇନେବାକୁ କୁହାଯିବ। ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନର ବ୍ୟବସ୍ଥା ଚୂଡ଼ାନ୍ତ କରିବା ଲାଗି ବାଚସ୍ପତି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମ୍‌ଆର୍‌, ଏମ୍ସ, ଡିଆର୍‌ଡିଓ ଏବଂ ଦିଲ୍ଲୀ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୦।୮: ପାକିସ୍ତାନର ଏକ ଷଡ଼ଯନ୍ତ୍ର ପୁଣି ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନଙ୍କ ପକ୍ଷରୁ ପଣ୍ଡ କରାଯାଇଛି। ସେନା...

ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ

ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍‌ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି...

୩୫ ଫସଲ କିସମ ଲୋକାର୍ପିତ: ଦେଶର ବିକାଶରେ ବିଜ୍ଞାନ-କୃଷି ମଧ୍ୟରେ ସମନ୍ବୟ ଜରୁରୀ…

ନୂଆଦିଲ୍ଲୀ,୨୮।୯: ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ବୟ ଜରୁରୀ। ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ...

ହ୍ବାଟ୍ସଆପ୍‌ ଚାଟ୍‌ରୁ ମିଳିଲା ସୁରାକ

ମୁମ୍ବାଇ, ୨୦।୧୦: ଆର୍ୟନ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ତାଙ୍କ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ତେଣୁ ସେ ଜାମିନରେ ଗଲେ ଏଭଳି ଅପରାଧ...

ଛଠ୍‌ ପୂଜା ଉପରେ କରୋନା ସଙ୍କଟ: କଟକଣା ଜାରି

ନୂଆଦିଲ୍ଲୀ,୧୬।୧୧: ଦୀପାବଳିର ୬ ଦିନ ପରେ ପାଳନ କରାଯାଉଥିବା ଛଠ୍‌ ପର୍ବ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ...

ଅମରିନ୍ଦରଙ୍କୁ ବହିଷ୍କାର କାରଣ କହିଲେ ରାହୁଲ

ଚଣ୍ଡିଗଡ଼,୧୭।୨: ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାରରେ କରାଯାଇଛି। କଂଗ୍ରେସ,...

ଲଦାଖରେ ଶକ୍ତି ବଢ଼ାଇଲା ଭାରତ

ନୂଆଦିଲ୍ଲୀ, ୧୭ା୮: ଚାଇନା ପଟୁ ବଢ଼ୁଥିବା ଚ୍ୟାଲେଞ୍ଜକୁ ସାମ୍‌ନା କରିବା ପାଇଁ ଭାରତୀୟ ସେନା ଲଦାଖ ନିକଟରେ ସାମରିକ କ୍ଷମତା ବଢ଼ାଇଛି। ବାସ୍ତବ ନିୟନ୍ତ୍ରଣ ରେଖା...

୬ରେ ସିଜେଆଇଙ୍କ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ,୩୧।୧: ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନିଷେଧ କରିବା ସହ ଏହା ଉପରେ ଟୁଇଟ୍‌ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା...

Advertisement
Archives

Model This Week