ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ

ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଛି। କାନପୁରରେ ରହୁଥିବା ଜଣେ ଯୁବତୀ ଅଯୋଧ୍ୟାର ସାହବଗଞ୍ଜ୍‌କୁ ପ୍ରାୟତଃ ଆସୁଥିଲେ। ଏଠାରେ ବାସ କରୁଥିବା ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଧୀରେ ଧୀରେ ଦୁହେଁ ବଉଳ ବସଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ୨ ବର୍ଷ ଧରି ସେମାନଙ୍କ ମଧ୍ୟରେ ଶାରୀରିକ ସମଲିଙ୍ଗୀ ସମ୍ପର୍କ ରହିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଦୁହେଁ ଅଗଷ୍ଟ ୨୬ରେ କାନପୁରର ତପସ୍ବୀ ମନ୍ଦିରରେ ପରସ୍ପରକୁ ବିବାହ କରିଛନ୍ତି। ବିବାହ ପରେ ସେମାନେ ଅଯୋଧ୍ୟା ପୋଲିସ ଷ୍ଟେଶନରେ ପହଞ୍ଚି ଥାନା ଅଧିକାରୀ ଅମର ସିଂଙ୍କୁ ସାମାଜିକ ସୁରକ୍ଷା ଆବେଦନ ଦେଇଛନ୍ତି। ସେମାନେ ସାବାଳକ ଏବଂ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ବିବାହ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପତ୍ତି ବେଳେ ବଦାନ୍ୟତା

କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି...

କଇଁଛକୁ ଗାଡ଼ି କରିଦେଲା ମିରକାଟସ୍‌, ପିଠିରେ ବସି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ସୀତାରାମନ୍‌ଙ୍କୁ ମାରୁତି ଅଧ୍ୟକ୍ଷଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦-୯: ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ...

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ...

ନଦୀରେ ଭାସୁଛି ହଜାର ହଜାର ସଂଖ୍ୟାରେ ଅଣ୍ଡା, ଆଣିବା ପାଇଁ ପାଣିକୁ ଡେଇଁଲେ ଲୋକେ

ଲକ୍ଷ୍ନୌ,୩୦ା୭: ଉତ୍ତରପ୍ରଦେଶର ହରଦୋଇ ଜିଲା ଶାରଦା ସହରରେ ଏକ କୌତୂହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀରେ କିଛି ଧଳା ଜିନିଷ ଭାସୁଥିବାର ଲୋକେ ଦେଖିଥିଲେ। ପରେ...

ଫାରୁକ୍‌ଙ୍କ ଉପରେ ଇଡ଼ି ଛାଟ: ୧୧୩ କୋଟି ଦୁର୍ନୀତି ନେଇ ପଚରାଉଚରା ଆରମ୍ଭ

ନୂଆଦିଲ୍ଲୀ, ୧୯।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଉପରେ ଏବେ ଇଡ଼ିର ଛାଟ ଆରମ୍ଭ ହୋଇଛି। ରାଜ୍ୟର କ୍ରିକେଟ ଆସୋସିଏଶନ୍‌ରେ ଘଟିଥିବା ୧୧୩ କୋଟି...

ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ...

ଭିପି ସିଂଙ୍କଠାରୁ ମୋଦିଙ୍କ ପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି ପାଶୱାନ

ନୂଆଦିଲ୍ଲୀ,୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦଳିତ ନେତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହେବା ତାଙ୍କ ଦଳ...

Advertisement


Archives

Model This Week