ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଦୂର ହୋଇପାରିଛି। କଟଘର ଥାନା ଅଞ୍ଚଳରେ ଥିବା ଗୁଲାବବାଡ଼ି ଅଞ୍ଚଳରେ ଚନ୍ଦ୍ରପାଲ ସୈନୀ ନାମକ ଜଣେ ଯୁବକ ଟ୍ରେନ୍‌ ଲାଇନ୍‌ ପାଖରେ ବୁଲାବୁଲି କରୁଥିଲେ। ହଠାତ୍‌ ତାଙ୍କର ଦୃଷ୍ଟି ଭଙ୍ଗା ରେଳ ଧାରଣା ଉପରେ ପଡ଼ିଥିଲା। କ’ଣ କରିବେ ତାଙ୍କର ବୁଦ୍ଧି ହଜି ଯାଇଥିଲା। ଆଗରୁ ଅମୃତସରରୁ ହାଓ୍ବାଡ଼ା ଯାଉଥିବା ପାର୍ସଲ ଟ୍ରେନ୍‌ ମାଡ଼ି ଆସୁଥିଲା। ଟ୍ରେନ୍‌କୁ ଅଟକାଇବା ପାଇଁ ସେ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ହାତରେ ଧରି ପତାକା ଭଳି ଦେଖାଇ ଥିଲେ। ଏହାକୁ ଦେଖି କୌଣସି ବିପଦ ସୂଚନା ଥିବା ମନେ କରି ଟ୍ରେନ୍‌ର ଲୋକୋ ପାଇଲଟ ବ୍ରେକ୍‌ ଦେଇଥିଲେ। ଏନେଇ ରେଳ ବିଭାଗ ପକ୍ଷରୁ ଚନ୍ଦ୍ରପାଲଙ୍କୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ଳାଙ୍କୁ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ କହିଲେ ମମତା

କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ  ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ...

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ...

ସ୍କୁଲ୍‌ରେ ପାଣିଟାଙ୍କି ଖୋଲା ରଖିଥିଲେ ଶିକ୍ଷକ, କିଛି ମାସ ପରେ ବିଲ୍‌ ଆସିଲା ଏତିକି ଲକ୍ଷ; ଜାଣିଲେ…

ଜାପାନର ଏକ ସ୍କୁଲ୍‌ରେ ଅଜବ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଶିକ୍ଷକ ପାଣି ଟାଙ୍କି ଖୋଲା ରଖିଥିବାରୁ ତାଙ୍କୁ ଜଳ ବିଭାଗକୁ ମୋଟା ଅଙ୍କର...

ଗୁଜରାଟ ଡ୍ରଗ୍ସ ଜବତ ଘଟଣାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଭାଜପା

ପାଣଜୀ, ୪ା୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଗତ ମାସରେ ପ୍ରାୟ ୩ ହଜାର କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଏହି ଘଟଣା ଉପରୁ ଧ୍ୟାନ ହଟାଇବା...

ଅଭିଯୁକ୍ତ ବଳାତ୍କାରୀଙ୍କୁ ଏନ୍‌କାଉଣ୍ଟର ଦ୍ୱାରା କରାଯାଇନି ନ୍ୟାୟ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର  ପ୍ରତିଶୋଧ ପରାୟଣ ହୋଇ କରାଯାଇଛି। ଏହି ଘଟଣାରେ ନ୍ୟାୟ କରାଯାଇ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି...

ଗୁଜରାଟ ମହାରାଷ୍ଟ୍ରର ଛୋଟଭାଇ: ମୋଦି

ନାସିକ୍‌,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନାସିକ୍‌ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଗୁଜରାଟ ହେଉଛି ମହାରାଷ୍ଟ୍ରର ଛୋଟ...

ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ହିନ୍ଦୁ: ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ

ଜୟପୁର,୨।୨: ଆଜିକାଲି ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର (ଆରଏସ୍‌ଏସ୍‌) କାର୍ଯ୍ୟକ୍ରମ ଚାଲିଛି। ସଂଗଠନର ଅନେକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ...

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ ତଲବ…

ମୁମ୍ବାଇ,୧୧।୪ : ସୋସିଆଲ ମିଡିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ଆଇଟି ନିୟମରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହାସ୍ୟ...

Advertisement
Archives

Model This Week