ଜାତୀୟ

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ଦାବିକୁ ସମର୍ଥନ କଲେ ଗ୍ରେଟା: କହିଲେ ‘ଏହା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ’

ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାସତ୍ତ୍ୱେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ହେବାକୁ ଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବିଡେନ୍‌ର କିଶୋର ପରିବେଶବିତ୍‌ ଗ୍ରେଟା ଥନବର୍ଗ। କୋଭିଡ ସଂକ୍ରମଣ ଭିତରେ ଭାରତର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାକୁ…

ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି,…

ମନି ଲଣ୍ଡରିଂ ମାମଲାରେ ନୀରବଙ୍କ ପତ୍ନୀଙ୍କ ନାଁରେ ରେଡ କର୍ନର ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨୫।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମନି ଲଣ୍ଡରିଂ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାର ଉପରେ ସମସ୍ୟା ବଢ଼ିବାରେ ଲାଗିଛି। ଭାରତରେ ମନି ଲଣ୍ଡରିଂ ମାମଲାରେ ନୀରବ ମୋଦିଙ୍କ ପତ୍ନୀଙ୍କ ବିରୋଧରେ ମଙ୍ଗଳବାର ଇଣ୍ଟରପୋଲ ପକ୍ଷରୁ ରେଡ୍‌ କର୍ନର…

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର ଟଙ୍କିଆ ନୋଟର ସର୍କୁଲେଶନ କମ୍‌ ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ବେଳକୁ ୩୩,୬୩୨ ଖଣ୍ଡ…

କୋଠା ଭୁଷୁଡିବାର ୨୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୪ବର୍ଷର ଶିଶୁ

ରାୟଗଡ଼,୨୫।୮: ମହାରାଷ୍ଟ୍ରର ରାୟଗଡ଼ରେ ସୋମବାର ଏକ ୫ମହଲା କୋଠା ଭୁଷୁଡି ପଡିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ରହିଛନ୍ତି। କୋଠାଟି ଭୁଷୁଡି ପଡିବା ପରେ…

ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ

ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍‌ଡାଉନ୍‌ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର ୬ରେ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ବୋଲି କୁହାଯାଉଛି। ସେ ଭର୍ଚୁଆଲ୍‌ ରାଲିରେ ଯୋଗଦେଇ…

କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍‌ ଆତଙ୍କବାଦୀ ୟୁସୁଫ୍‌ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର…

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ପୂର୍ବରୁ ରାହୁଲଙ୍କୁ କେବଳ ଭାଜପା…

ଖବରଦାତାଙ୍କୁ ହତ୍ୟା: ୟୁପି ଆଇନ ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ବଲିଆ ଜିଲାରେ ରତନ ସିଂ ନାମକ ଜଣେ ଖବରଦାତାଙ୍କୁ ହତ୍ୟା କରାଯିବା ପରେ ଏବେ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଳା ହସ୍ପିଟାଲ ଗସ୍ତ କରିବା ସହ…

କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍‌ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ଉପରେ ଆସିଥିବା ଅଭିଯୋଗ କିଛି ଘଣ୍ଟା ଧରି ବେଶ୍‌ ଚର୍ଚ୍ଚାରେ ରହିଥିଲା। ପରେ ଉଭୟ ନେତା ନିଜର ଆଭିମୁଖ୍ୟରେ…

ନିର୍ବାଚନରେ ମୋଦିଙ୍କ ପ୍ରସ୍ତାବକ ଥିବା ଡମ ରାଜାଙ୍କ ପରଲୋକ

ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍‌ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିବା ବେଳେ ମଙ୍ଗଳବାର ୫୫ବର୍ଷ ବୟସରେ ତାଙ୍କର…

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?